ETV Bharat / sports

ଦିଲ୍ଲୀ କ୍ୟାପିଟାଲ୍ସର ସହକାରୀ ଫିଜିଓଙ୍କୁ କୋରୋନା - ଆଇପିଏଲ 2020

ଦିଲ୍ଲୀ ଟିମର ସହକାରୀ ଫିଜିଓଙ୍କ ପ୍ରଥମ 2ଟି କୋରୋନା ରିପୋର୍ଟ ନେଗେଟିଭ ଆସିଥିଲା । କିନ୍ତୁ 3ୟ ଟେଷ୍ଟରେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି ।

delhi-capitals
delhi-capitals
author img

By

Published : Sep 7, 2020, 8:09 AM IST

ଦୁବାଇ: ଆଇପିଏଲ ଶିବିରରେ ପାଦ ଥାପିଛି ମହାମାରୀ କୋରୋନା । ପ୍ରଥମେ ଚେନ୍ନାଇ ସୁପର କିଙ୍ଗ୍ସର 13ଜଣ ସଦସ୍ୟଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ବର୍ତ୍ତମାନ ସମସ୍ତେ ସୁସ୍ଥ ହୋଇ ଫେରିଥିବାବେଳେ ରବିବାର ଦିନ ଦିଲ୍ଲୀ କ୍ୟାପିଟାଲ୍ସର ସହକାରୀ ଫିଜିଓଥେରାପିଷ୍ଟଙ୍କୁ କୋରୋନା ହୋଇଥିବା ସୂଚନା ମିଳିଛି ।

delhi capitals
ଦିଲ୍ଲୀ କ୍ୟାପିଟାଲ୍ସ ଟିମ

ସୂଚନାଥାଉକି, ଦିଲ୍ଲୀ ଟିମର ସହକାରୀ ଫିଜିଓଙ୍କ ପ୍ରଥମ 2ଟି କୋରୋନା ରିପୋର୍ଟ ନେଗେଟିଭ ଆସିଥିଲା । କିନ୍ତୁ 3ୟ ଟେଷ୍ଟରେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି । ଫିଜିଓ ଜଣକ ଦୁବାଇରେ ପହଞ୍ଚିବା ପରେ କ୍ବାରେଣ୍ଟାଇନରେ ରହିଥିଲେ । ଯାହାଫଳରେ ତାଙ୍କ ସଂସ୍ପର୍ଶରେ ଅନ୍ୟ ଟିମ ସଦସ୍ୟ ଆସି ନାହଁନ୍ତି । ତେବେ ରିପୋର୍ଟ ପଜିଟିଭ ଆସିବା ପରେ ଦିଲ୍ଲୀ କ୍ୟାପିଟାଲ୍ସର ସହକାରୀ ଫିଜିଓ ଏବେ 14ଦିନ ପାଇଁ କ୍ବାରେଣ୍ଟାଇନରେ ରହିଛନ୍ତି ।

ଏଥିମଧ୍ୟରେ ବହୁଦିନର ଅପେକ୍ଷା ପରେ ଗତ ରବିବାର ଦିନ ଆଇପିଏଲ 2020ର ଖେଳସୂଚୀ ହୋଇଛି । ତେବେ ଚେନ୍ନାଇ କ୍ୟାମ୍ପରେ କୋରୋନା ଚିହ୍ନଟ ହେବାରୁ ବିଳମ୍ବରେ ଖେଳସୂଚୀ ପ୍ରକାଶ ପାଇଛି । ଖେଳସୂଚୀ ଅନୁସାରେ ଉଦ୍‌ଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମୁହାଁମୁହିଁ ହେବେ । ତେବେ ଏହି 13ତମ ସଂସ୍କରଣରେ ଦିଲ୍ଲୀ ତା'ର ପ୍ରଥମ ମ୍ୟାଚ ପଞ୍ଜାବ ସହ 20 ସେପ୍ଟେମ୍ବରରେ ଖେଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.