ETV Bharat / sports

ଆଇପିଏଲ୍ 2020: ହାଇଦ୍ରାବାଦକୁ 209 ରନ ଟାର୍ଗେଟ୍

author img

By

Published : Oct 4, 2020, 5:56 PM IST

ମ୍ୟାଚରେ ମୁମ୍ବାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ବିପକ୍ଷ 20 ଓଭରରେ 5ଟି ୱିକେଟ୍ ହରାଇ 208 ରନ୍ ସ୍କୋର କରିଥିଲା ।

ଆଇପିଏଲ୍ 2020: ହାଇଦ୍ରାବାଦକୁ 209 ରନ୍ ଟାର୍ଗେଟ୍

ସରଜାହା: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର 13 ତମ ସଂସ୍କରଣର 17 ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ରବିବାର ଏଠାରେ ଥିବା ସରଜାହା କ୍ରିକେଟ୍ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦକୁ 209 ରନ୍ ଟାର୍ଗେଟ୍ ଦେଇଛି ।

ଏହି ମ୍ୟାଚରେ ମୁମ୍ବାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ବିପକ୍ଷ 20 ଓଭରରେ 5ଟି ୱିକେଟ୍ ହରାଇ 208 ରନ୍ ସ୍କୋର କରିଥିଲା । ଡିଫେଣ୍ଡିଂ ଚାମ୍ପିଅନ୍ସ ଦଳର ଆରମ୍ଭ ଅତ୍ୟନ୍ତ ଭଲ ନଥିଲା । ଅଧିନାୟକ ରୋହିତ ଶର୍ମା ମାତ୍ର 6 ରନ୍ କରି ପାଭିଲିୟନକୁ ଫେରିଥିଲେ । ସନ୍ଦୀପ ଶର୍ମା ତାଙ୍କ ୱିକେଟ୍ ନେଇଥିଲେ ।

ଏହା ପରେ ଓପନର୍ କ୍ୱିଣ୍ଟନ୍ ଡି କକ୍, ସୁର୍ଯ୍ୟକୁମାର ଯାଦବଙ୍କ ସହ ଦଳକୁ ଆଗକୁ ନେଇଥିଲେ । ସୂର୍ଯ୍ୟକୁମାର ଯାଦବ 18 ଟି ବଲରୁ 27 ରନ୍ ସ୍କୋର କରି ସିଦ୍ଧାର୍ଥ କୌଲଙ୍କ ଶିକାର ହୋଇଥିଲେ । ଏହି ସମୟରେ ଦଳର ସ୍କୋର 42 ରନ୍ ଥିଲା ।

ପରେ ଡି କକ୍ ଏହି ଆଇପିଏଲରେ ତାଙ୍କର ପ୍ରଥମ ଅର୍ଦ୍ଧଶତକ ପୂରଣ କରିଥିଲେ | ସେ ଚାରି ଚୌକା ଏବଂ 4ଟି ଛକା ସହାୟତାରେ 67 ରନ୍ କରି ରସିଦ ଖାନଙ୍କୁ ୱିକେଟ୍ ଦେଇଥିଲେ । ଡି କକ୍ ଓ ଯୁବ ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ବଳରେ ଦଳ ଏକ ଦୃଢ ସ୍ଥିତିରେ ପହଞ୍ଚିଥିଲା । 31 ରନ୍ ସ୍କୋର କରିଥିବା ବେଳେ ଇଶାନ କିଶନ ସନ୍ଦୀପ ଶର୍ମାଙ୍କ ବଲରେ ଆଉଟ୍ ହୋଇଥିଲେ

ଏହା ପରେ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କିରନ୍ ପୋଲାର୍ଡ ଅନ୍ତିମ ଓଭରରେ ଚମତ୍କାର ବ୍ୟାଟିଂ କରିଥିଲେ । ହାର୍ଦ୍ଦିକ 2 ଟି ଛକା ଏବଂ 2 ଚୌକା ସହାୟତାରେ 18 ବଲରେ 28 ରନ୍ ସଂଗ୍ରହ କରିଥିଲେ । ଏଥି ସହିତ କିରନ୍ ପୋଲାର୍ଡ ପୁଣି ଥରେ ସର୍ବୋତ୍ତମ ବ୍ୟାଟିଂ ପ୍ରଦର୍ଶନ କରିଥିଲେ ଏବଂ 25 ରନ୍ ସ୍କୋର କରିବା ପରେ ଅପରାଜିତ ରହିଥିଲେ । 20 ରନ୍ ସ୍କୋର କରିବା ପରେ କୃର୍ଣ୍ଣାଲ୍ ପାଣ୍ଡ୍ୟା ମଧ୍ୟ ଅପରାଜିତ ରହିଥିଲେ ।

ସନରାଇଜର୍ସ ହାଇଦ୍ରାବାଦ ପାଇଁ ସନ୍ଦୀପ ଶର୍ମା ଏବଂ ସିଦ୍ଧାର୍ଥ କୌଲ୍ ଦୁଇଟି ୱିକେଟ୍ ନେଇଥିବାବେଳେ ରସିଦ୍ ଖାନ୍ ଗୋଟିଏ ୱିକେଟ୍ ନେଇଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ ଦୁଇଟି ମ୍ୟାଚରେ ଦୁଇଟି ବିଜୟ ଏବଂ ଦୁଇଟି ପରାଜୟ ସହିତ ଚାରି ପଏଣ୍ଟ ସହ ଟେବୁଲରେ ତୃତୀୟ ସ୍ଥାନରେ ଥିବାବେଳେ ହାଇଦ୍ରାବାଦ ଦଳ ମଧ୍ୟ ଦୁଇଟି ମ୍ୟାଚରେ ଦୁଇଟି ବିଜୟ ଏବଂ ଦୁଇଟି ପରାଜୟ ସହିତ 4 ନମ୍ବରରେ ରହିଛି । ଉଭୟ ଦଳ ପୂର୍ବ ମ୍ୟାଚ୍ ଜିତିଛନ୍ତି । ଏଥି ସହିତ ଆଇପିଏଲ୍ ଇତିହାସରେ ଉଭୟଙ୍କ ମଧ୍ୟରେ ମୋଟ 14 ଟି ମ୍ୟାଚ୍ ହୋଇଛି ଏବଂ ଉଭୟ ଏପର୍ଯ୍ୟନ୍ତ 7ଟି ମ୍ୟାଚ୍ ଲେଖାଏଁ ଜିତିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.