ETV Bharat / sports

ଆଇପିଏଲ୍ 2020: ପୁଣି ଚେନ୍ନାଇ ବ୍ୟାଟିଂ ଫେଲ୍, ହାଇଦ୍ରାବାଦ ଆଗରେ 168 ରନ୍ ଟାର୍ଗେଟ୍

author img

By

Published : Oct 13, 2020, 9:56 PM IST

ଚେନ୍ନାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ହାଇଦ୍ରାବାଦ ସମ୍ମୁଖରେ ଦଳ 168 ରନ୍ ଲକ୍ଷ୍ୟ ରଖିଛି ।

ଆଇପିଏଲ୍ 2020: ପୁଣି ଚେନ୍ନାଇ ଫେଲ, ହାଇଦ୍ରାବାଦ ଆଗରେ 168 ରନ୍ ଟାର୍ଗେଟ୍

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର 13 ତମ ସଂସ୍କରଣରେ ଆଜି ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଟୁର୍ଣ୍ଣାମେଣ୍ଟର 29 ତମ ମ୍ୟାଚ୍ ଖେଳାଯାଉଛି ।

ଏହି ମ୍ୟାଚରେ ଚେନ୍ନାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଏବଂ ହାଇଦ୍ରାବାଦ ସମ୍ମୁଖରେ ଦଳ 168 ରନ୍ ଲକ୍ଷ୍ୟ ରଖିଛି । ଦଳ ପାଇଁ ସେନ ୱାଟସନ ସର୍ବାଧିକ ରନ୍ ସଂଗ୍ରହ କରିଚନ୍ତି । ୱାଟସନ 38 ବଲ ସମ୍ମୁଖୀନ ହୋଇ 42 ରନ କରିଛନ୍ତି ।

ୱାଟସନଙ୍କ ବ୍ୟତୀତ ସାମ କରନ 31 ଏବଂ ଅମ୍ବାତି ରାଇଡୁ ଦଳ ପାଇଁ 41 ସ୍କୋର କରିଛନ୍ତି । ଟୁର୍ଣ୍ଣାମେଣ୍ଟରେ ଚମତ୍କାର ବ୍ୟାଟିଂ କରୁଥିବା ଫାଫ୍ ଡୁ ପ୍ଲେସିସ୍ ଆଜି ଖାତା ଖୋଲି ପାରି ନାହାନ୍ତି । କ୍ୟାପଟେନ ମହେନ୍ଦ୍ର ସିଂ ଧୋନି 13 ବଲରେ 21 ରନ୍ କରିଥିଲେ । ଡ୍ବେନ ବ୍ରାଭୋ ଶୂନରେ ପ୍ୟାଭିଲିୟନକୁ ଫେରିଛନ୍ତି । ଏଥି ସହ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଅପରାଜିତ 25 ରନ ସ୍କୋର କରିଥିଲେ ।

ହାଇଦ୍ରାବାଦ ଦଳ ପାଇଁ ଦ୍ରୁତ ବୋଲର ସନ୍ଦୀପ ଶର୍ମା, ଟି ନଟରାଜନ୍ ଏବଂ ଖାଲିଲ ଅହମ୍ମଦ ଦୁଇଟି ଲେଖାଏଁ ୱିକେଟ୍ ନେବାରେ ସଫଳ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.