ETV Bharat / sports

ଆଇପିଏଲ 2020: ଶାରଜାହରେ ଦିଲ୍ଲୀ କ୍ୟାପିଟାଲ୍ସ- ରାଜସ୍ଥାନ ରୟାଲ୍ସ ଲଢେଇ

author img

By

Published : Oct 9, 2020, 3:46 PM IST

ଶୁକ୍ରବାର ଖେଳାଯିବ ଆଇପିଏଲ 2020 ଟୁର୍ଣ୍ଣାମେଣ୍ଟର 23ତମ ମ୍ୟାଚ । ପ୍ରଦର୍ଶନ ନେଇ ସଂଘର୍ଷ କରୁଥିବା ଷ୍ଟିଭ ସ୍ମିଥଙ୍କ ରାଜସ୍ଥାନ ରୟାଲ୍ସକୁ ଭେଟିବ ଶକ୍ତିଶାଳୀ ଦିଲ୍ଲୀ କ୍ୟାପିଟାଲ୍ସ ।

IPL 2020: Confident Delhi face struggling Rajasthan
ଆଇପିଏଲ 2020: ଶାରଜାହରେ କ୍ୟାପିଟାଲ୍ସ- ରୟାଲ୍ସ ଲଢେଇ

ଶାରଜାହ: ଶୁକ୍ରବାର ଖେଳାଯିବ ଆଇପିଏଲ 2020 ଟୁର୍ଣ୍ଣାମେଣ୍ଟର 23ତମ ମ୍ୟାଚ । ପ୍ରଦର୍ଶନ ନେଇ ସଂଘର୍ଷ କରୁଥିବା ଷ୍ଟିଭ ସ୍ମିଥଙ୍କ ରାଜସ୍ଥାନ ରୟାଲ୍ସକୁ ଭେଟିବ ଶକ୍ତିଶାଳୀ ଦିଲ୍ଲୀ କ୍ୟାପିଟାଲ୍ସ । ଶାରଜାହ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ ।

IPL 2020: Confident Delhi face struggling Rajasthan
ଦିଲ୍ଲୀ କ୍ୟାପିଟାଲ୍ସ-ରାଜସ୍ଥାନ ରୟାଲ୍ସ ମୁକାବିଲା

5ଟି ମ୍ୟାଚ ଖେଳି ଦିଲ୍ଲୀ 4ଟିରେ ବିଜୟୀ ହୋଇଛି । ଫଳରେ 8 ପଏଣ୍ଟ ସହ ପଏଣ୍ଟ ଟେବୁଲର 2ୟ ସ୍ଥାନରେ ରହିଛି । ଅନ୍ୟପଟେ ରାଜସ୍ଥାନ 5ଟି ମ୍ୟାଚରୁ 4 ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର 7ମ ସ୍ଥାନରେ ରହିଛି ।

ଦିଲ୍ଲୀ କ୍ୟାପିଟାଲ୍ସ ଟିମ

ଦିଲ୍ଲୀ ସଫଳତାର କାରଣ ରହିଛି ଦଳଗତ ପ୍ରଦର୍ଶନ । ଯୁବ ଓ ଅଭିଜ୍ଞ ଖେଳାଳିକୁ ନେଇ ଟିମ ସନ୍ତୁଳିତ ନଜର ଆସିଥିବା ବେଳେ, କ୍ରିକେଟର ସମସ୍ତ ବିଭାଗରେ ପ୍ରଭାବୀ ପ୍ରଦର୍ଶନ କରିଛି । ପୃଥ୍ବୀ ଶ, ଶିଖର ଧାୱନ, କ୍ୟାପଟେନ ଶ୍ରେୟସ ଆୟର, ଋଷଭ ପନ୍ତ, ମାର୍କସ ଷ୍ଟୋଇନିସ ବ୍ୟାଟରେ କରିସ୍ମା ଦେଖାଇଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷରେ ଶେଷ ମ୍ୟାଚ ଖେଳିଥିଲା ଦିଲ୍ଲୀ । ଷ୍ଟୋଇନିସ ନିମ୍ନ କ୍ରମରେ ବ୍ୟାଟିଂ ଆସି 26 ବଲରୁ ଅପରାଜିତ 53 ରନର ଇଂନିସ ଖେଳି ଟିମକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇବା ସହ ବିଜୟରେ ପ୍ରମୁଖ ଭୁମିକା ନିଭାଇଥିଲେ ।

ବୋଲିଂ ବିଭାଗରେ କାଗିସୋ ରବାଡା ଟିମର ସର୍ବାଧିକ ୱିକେଟ ହାସଲକାରୀ ବୋଲର ସାବ୍ୟସ୍ତ ହୋଇଛନ୍ତି । ଅନରିଚ ନର୍ଟଜେ ମଧ୍ୟ ଡେଥ ଓଭରରେ ଘାତକ ସାବ୍ୟସ୍ତ ହୋଇଛନ୍ତି । ତେବେ ଷ୍ଟାର ସ୍ପିନର ଅମିତ ମିଶ୍ର ଆହତ କାରଣରୁ ବାଦ ପଡିବା ପରେ, ଟିମ ପାଇଁ ସାମାନ୍ୟ ଚିନ୍ତାର କାରଣ ହୋଇପାରେ । ମାତ୍ର ରବିଚନ୍ତ୍ରନ ଅଶ୍ବିନୀ ଓ ଅକ୍ସର ପଟେଲ ମିଶ୍ରଙ୍କ ସ୍ଥାନ ପୂରଣ କରିପାରନ୍ତି । ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପୁନଃ ଏହି ଯୋଡି କମାଲ କରିପାରନ୍ତି ।

ରାଜସ୍ଥାନ ରୟାଲ୍ସ ଟିମ

ଅନ୍ୟପଟେ ରାଜସ୍ଥାନର ବ୍ୟାଟିଂ ଲାଇନଅପ ଷ୍ଟିଭ ସ୍ମିଥ, ସଞ୍ଜୁ ସାମସନ ଓ ଜସ ବଟଲରଙ୍କ ଉପରେ ନିର୍ଭର କରୁଛି । ସ୍ପିଡଷ୍ଟାର ଜୋଫ୍ରା ଆର୍ଚରଙ୍କ ଉପରେ ବୋଲିଂ ବିଭାଗ ମଧ୍ୟ ନିର୍ଭର କରିବ ।

ଆଇପିଏଲ 2020 ପଏଣ୍ଟ ଟେବୁଲ

ସାମସନ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଦମଦାର ପ୍ରଦର୍ଶନ କରିଥିଲେ ମଧ୍ୟ ପରବର୍ତ୍ତୀ ମ୍ୟାଚ ଗୁଡିକରେ ସଫଳ ହୋଇ ପାରିନାହାନ୍ତି । ଟସ କରନ, ଶ୍ରେୟସ ଗୋପାଳଙ୍କ ପ୍ରଦର୍ଶନ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ ।

ସ୍କ୍ବାଡ:

ରାଜସ୍ଥାନ ରୟାଲ୍ସ : ଜସ୍ ବଟଲର, ସଞ୍ଜୁ ସାମସନ, ଆଣ୍ଡ୍ରେ ଟାଇ, କାର୍ତ୍ତିକ ତ୍ୟାଗୀ, ଷ୍ଟିଭେନ ସ୍ମିଥ(କ୍ୟାପଟେନ), ଅଙ୍କିତ ରାଜପୁତ, ଶ୍ରେୟସ ଗୋପାଳ, ରାହୁଲ ତେୱାତିଆ, ଜୟଦେବ ଉନତକତ, ମୟଙ୍କ ମାର୍କଣ୍ଡେ, ମହିପାଲ ମୋମରର, ଓସାନେ ଥୋମାସ, ରିୟାନ ପରାଗ, ଜଶସ୍ବୀ ଜୟଶ୍ବାଲ, ଅନୁଜ ରାୱତ, ଆକାଶ ସିଂ, ଡେବିଡ ମିଲର, ମନନ ବୋହରା, ଶଶାଙ୍କ ସିଂ, ବରୁଣ ଆରୋନ, ଟମ କରନ, ରବିନ ଉଥାପ୍ପା, ଅନିରୁଦ୍ଧ ଜୋଷୀ, ଜୋଫ୍ରା ଆର୍ଚର ।

ଦିଲ୍ଲୀ କ୍ୟାପିଟାଲ୍ସ : ପୃଥ୍ବୀ ଶ', ଶିଖର ଧାୱନ, ଶ୍ରେୟସ ଆୟର, ଋଷଭ ପନ୍ତ , ଶିମରନ ହେଟମେୟର, ମାର୍କସ ଷ୍ଟୋଇନିସ, ରବିଚନ୍ଦ୍ରନ ଅଶ୍ବିନ, କାଗିସୋ ରବାଡା, ଅନରିଚ ନର୍ଟଜେ, ଅକ୍ସର ପଟେଲ, ହର୍ଷଲ ପଟେଲ, ଇଶାନ୍ତ ଶର୍ମା, ଅଜିଙ୍କ୍ୟ ରାହାଣେ, ମୋହତ ଶର୍ମା, ଆଲେକ୍ସ କ୍ୟାରୀ, ଅଭେସ ଖାନ, ସନ୍ଦୀପ ଲାମିଚାନେ, କିମୋ ପଲ, ତୁଷାର ଦେଶପାଣ୍ଡେ, ଡାନିଏଲ ସାମ୍ସ ।

ଭାରତୀୟ ସମୟ ସନ୍ଧ୍ୟା 7.30ରେ ମ୍ୟାଚ ଆରମ୍ଭ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.