ETV Bharat / sports

ଆଇପିଏଲ 2020: ନାରିନଙ୍କ ପରେ ଗ୍ରୀନଙ୍କ ସନ୍ଦେହଜନକ ବୋଲିଂ ଆକ୍ସନ ! - Chris Green brought in for Narine

କ୍ରିସ୍ ଗ୍ରୀନ ବିଗ ବାସ ଲିଗରେ ବେଆଇନ ବୋଲିଂ ଆକ୍ସନକୁ ନେଇ ଅମ୍ପାୟାର ଆପତ୍ତି ଉଠାଇବା ପରେ, 90 ଦିନ ପାଇଁ ବୋଲିଂରୁ ବାସନ୍ଦ ହୋଇଥିଲେ ।

IPL 2020: Chris Green brought in for Narine, also has history of suspect action
ଆଇପିଏଲ 2020: ନାରିନଙ୍କ ପରେ ଗ୍ରୀନଙ୍କ ସନ୍ଦେହ ଜନକ ବୋଲିଂ ଆକ୍ସନ !
author img

By

Published : Oct 17, 2020, 5:25 PM IST

ଆବୁଧାବି: 2020 ସଂସ୍କରଣର ଆଇପିଏଲ ଟୁର୍ଣ୍ଣାମେଣ୍ଟ ମଧ୍ୟଭାଗରେ ଥିବାବେଳେ, କୋଲକାତା ନାଇଟ ରାଇଡର୍ସ(କେକେଆର) ପାଇଁ ଅଡୁଆ ବଢିବାରେ ଲାଗିଛି । ଟିମର ଷ୍ଟାର ସ୍ପିନର ସୁନୀଲ ନାରିନଙ୍କୁ ଅକ୍ଟୋବର 10ରେ ସନ୍ଦେହଜନକ ବୋଲିଂ ଆକ୍ସନ ପାଇଁ ୱାର୍ଣ୍ଣିଂ ମିଳିଛି । ଆଉ ଗୋଟିଏ ଥର ୱାର୍ଣ୍ଣିଂ ମିଳିଲେ, ଟୁର୍ଣ୍ଣାମେଣ୍ଟରୁ ବାସନ୍ଦ ହୋଇଯିବେ । ସେଥିପାଇଁ ନାରିନଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିନାହିଁ ଟିମ । ତେବେ ନାରିନଙ୍କ ସ୍ଥାନରେ ଯେଉଁ ସ୍ପିନରଙ୍କୁ କେକେଆର ଖେଳାଇଛି, ସେ ମଧ୍ୟ ଚଳିତ ବର୍ଷ ସମାନ ପ୍ରକାର ୱାର୍ଣ୍ଣିଂ ପାଇଛନ୍ତି ।

IPL 2020: Chris Green brought in for Narine, also has history of suspect action
କ୍ରିସ୍ ଗ୍ରୀନ

କ୍ରିସ ଗ୍ରୀନ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ କେକେଆର ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ଆଇପିଏଲ ଡେବ୍ୟୁ କରିଛନ୍ତି । ଚଳିତ ବର୍ଷ ବିଗ ବାସ ଲିଗରେ ବେଆଇନ ବୋଲିଂ ଆକ୍ସନକୁ ନେଇ ଅମ୍ପାୟାର ଆପତ୍ତି ଉଠାଇବା ପରେ, ଗ୍ରୀନ 90 ଦିନ ପାଇଁ ବୋଲିଂରୁ ବାସନ୍ଦ ହୋଇଥିଲେ ।

ଦକ୍ଷିଣ ଆଫ୍ରିକା ଜନ୍ମିତ ଅଷ୍ଟ୍ରେଲିଆ କ୍ରିକେଟର, ଅଷ୍ଟ୍ରେଲିଆର ନ୍ୟାସନାଲ କ୍ରିକେଟ ସେଣ୍ଟରକୁ ପରୀକ୍ଷା ପାଇଁ ଯାଇଥିଲେ । ଜାନୁଆରୀ 5ରେ ଗ୍ରୀନଙ୍କ ବୋଲିଂ ଆକ୍ସନ ବେଆଇନ ବୋଲି ପ୍ରମାଣିତ ହୋଇଥିଲା । ପରେ ବାସନ୍ଦାଦେଶ ହୋଇଥିଲା ।

ଡିସେମ୍ବର 2019 ଆଇପିଏଲ ନିଲାମରେ 20 ଲକ୍ଷ ଟଙ୍କାରେ କେକେଆର ଗ୍ରୀନଙ୍କୁ କିଣିଥିଲା । କେକେଆର ଏକମାତ୍ର ଟିମ ଯାହାପାଖରେ ଦୁଇଜଣ ଯାଦୁକରୀ ସ୍ପିନର ରହିଛନ୍ତି । ନାରିନଙ୍କ ବ୍ୟତୀତ ବରୁଣ ଚକ୍ରବର୍ତ୍ତୀ ମଧ୍ୟ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.