ETV Bharat / sports

CSKvsRR: ଟସ ଜିତିଲେ ଧୋନି, ପ୍ରଥମେ ବୋଲିଂ କରିବ ଚେନ୍ନାଇ

ମ୍ୟାଚ ପୂର୍ବରୁ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ତେବେ ଚଳିତ ସିଜିନରେ ଚେନ୍ନାଇର ଏହା 2ୟ ମ୍ୟାଚ ହୋଇଥିବାବେଳେ ଦୁଇଟି ଯାକ ମ୍ୟାଚରେ ଟସ ଜିତିଛନ୍ତି ଚେନ୍ନାଇ ଥାଲ୍ଲା ।

author img

By

Published : Sep 22, 2020, 7:21 PM IST

CSKvsRR: ପୁଣି ଟସ ଜିତିଲେ ଧୋନି, ପ୍ରଥମେ ବୋଲିଂ କରିବ ଚେନ୍ନାଇ

ଶାରଜା: ସ୍ଥାନୀୟ ଶାରଜା ଷ୍ଟାଡିୟମରେ ଆଇପିଏଲର ଆଜି ଖେଳାଯିବ 4ର୍ଥ ମ୍ୟାଚ । ଚଳିତ ଆଇପିଏଲ ସିଜିନରେ ନିଜର ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟୁଛି ରାଜସ୍ଥାନ ରୟାଲ୍ସ । ମ୍ୟାଚ ପୂର୍ବରୁ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ତେବେ ଚଳିତ ସିଜିନରେ ଚେନ୍ନାଇର ଏହା 2ୟ ମ୍ୟାଚ ହୋଇଥିବାବେଳେ ଦୁଇଟି ଯାକ ମ୍ୟାଚରେ ଟସ ଜିତିଛନ୍ତି ଚେନ୍ନାଇ ଥାଲ୍ଲା ।

ତେବେ ଡ୍ୟୁ ଫ୍ୟାକ୍ଟର ପାଇଁ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା କଥା ଧୋନି କହିଛନ୍ତି । ସେପଟେ ଗତ ମ୍ୟାଚରେ ଚେନ୍ନାଇର ବିଜୟ ହିରୋ ସାଜିଥିବା ଅମ୍ବାତି ରାଇଡୁ କିନ୍ତୁ ଆଜି ମ୍ୟାଚରେ ଖେଳୁ ନାହାଁନ୍ତି । ସେପଟେ ପ୍ରଥମେ ବ୍ୟାଟିଂକୁ ସ୍ବାଗ କରିଛନ୍ତି ରାଜସ୍ଥାନ ଅଧିନାୟକ ଷ୍ଟିଭ ସ୍ମିଥ । ଜୋଫ୍ରା ଆର୍ଚର, ଡେଭିଡ ମିଲିର, ଟମ କୁରନଙ୍କ ଭଳି ଖେଳାଳି ତାଙ୍କ ଦଳର ପାୱାରହାଉସ ବୋଲି ସେ କହିଛନ୍ତି ।

  • ରାଜସ୍ଥାନ ରୟାଲ୍ସ ଚୂଡାନ୍ତ ଏକାଦଶ: ଯସଶ୍ବୀ ଜସୱାଲ, ରବିନ୍ ଉଥାପ୍ପା, ସଞ୍ଜୁ ସାମସନ୍ (ୱିକେଟ ରକ୍ଷକ), ଷ୍ଟିଭେନ୍ ସ୍ମିଥ୍ (ଅଧିନାୟକ), ଡେଭିଡ ମିଲର, ରିୟାନ ପାରାଗ, ଶ୍ରେୟାସ ଗୋପାଳ, ଟମ କୁରାନ, ରାହୁଲ ତେୱାଟିଆ, ଜୋଫ୍ରା ଆର୍ଚର, ଜୟଦେବ ଉନାଦକାଟ ।
  • ଚେନ୍ନାଇ ସୁପର କିଙ୍ଗ୍ସ ଚୂଡାନ୍ତ ଏକାଦଶ: ମୁରଲୀ ବିଜୟ, ଶେନ ୱାଟସନ, ଫାଫ ଡୁ ପ୍ଲେସିସ୍, ଋତୁରାଜ ଗାଇକୱାଡ, ଏମଏସ ଧୋନି (ୱିକେଟ ରକ୍ଷକ/ ଅଧିନାୟକ), କେଦାର ଯାଦବ, ରବିନ୍ଦ୍ର ଜାଡେଜା, ସାମ କୁରାନ, ଦୀପକ ଚହର, ପୀୟୁଷ ଚାୱଲା, ଲୁଙ୍ଗି ନିଗିଡି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.