ETV Bharat / sports

ଆଇପିଏଲ 2020: ମୁମ୍ବାଇ ଇଣ୍ଡିଆନ୍ସକୁ ଫାଇନାଲରେ ପହଞ୍ଚାଇଲେ ବୁମରା-ବୋଲ୍ଟ - MI VS DC match update

ପ୍ରଥମ ଟିମ ଭାବେ ଆଇପିଏଲ 2020ର ଫାଇନାଲରେ ପହଞ୍ଚିଛି ରୋହିତ ଶର୍ମାଙ୍କ ନେତୃତାଧୀନ ମୁମ୍ବାଇ ଇଣ୍ଡିଆନ୍ସ । ଅଧିକ ପଢନ୍ତୁ...

IPL 2020: Bumrah, Boult take MI into IPL final, DC have a lifeline
ଆଇପିଏଲ 2020: ମୁମ୍ବାଇ ଇଣ୍ଡିଆନ୍ସକୁ ଫାଇନାଲରେ ପହଞ୍ଚାଇଲେ ବୁମରା-ବୋଲ୍ଟ
author img

By

Published : Nov 6, 2020, 1:34 AM IST

ଦୁବାଇ: ପ୍ରଥମ ଟିମ ଭାବେ ଆଇପିଏଲ 2020ର ଫାଇନାଲରେ ପହଞ୍ଚିଛି ରୋହିତ ଶର୍ମାଙ୍କ ନେତୃତାଧୀନ ମୁମ୍ବାଇ ଇଣ୍ଡିଆନ୍ସ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ପ୍ରଥମ କ୍ବାଲିଫାୟର ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ 57 ରନରେ ବିଜୟୀ ହୋଇଛି ମୁମ୍ବାଇ । ଫଳରେ କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ଫାଇନାଲ ଟିକେଟ ହାତେଇଛି ମୁମ୍ବାଇ ।

ତେବେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଫାଇନାଲରେ ପହଞ୍ଚିବାକୁ ଆଉ ଏକ ସୁଯୋଗ ରହିଛି । ରବିବାର ଏଲିମିନେଟର ମ୍ୟାଚରପ ବିଜେତା ଟିମ ସହ ଦ୍ବିତୀୟ କ୍ବାଲିଫାୟର ମ୍ୟାଚ ଖେଳିବ ଦିଲ୍ଲୀ କ୍ୟାପିଟାଲ୍ସ । ପରେ ଏହି ମ୍ୟାଚର ବିଜେତା ନଭେମ୍ବର 10ରେ ମୁମ୍ବାଇ ସହ ଫାଇନାଲ ଖେଳିବ । ଶୁକ୍ରବାର ଏଲିମିନେଟର ମ୍ୟାଚ ରୟାଲ୍ସ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ ।

ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ ଶ୍ରେୟସ ଆୟରଙ୍କ ଠାରୁ ବ୍ୟାଟିଂ ଆମନ୍ତ୍ରଣ ପାଇଁ ପ୍ରଥମେ ବ୍ୟାଟିଂ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ନିର୍ଧାରିତ 20 ଓଭରରେ 5 ୱିକେଟ ହରାଇ 200 ରନ କରିଥିଲା । ପରେ ଜଶପ୍ରୀତ ବୁମରା ଓ ଟ୍ରେଣ୍ଟ ବୋଲ୍ଟଙ୍କ ଘାତକ ବୋଲିଂ ବଳରେ ଦିଲ୍ଲୀର ଇଂନିସକୁ 148/8ରେ ସୀମିତ ରଖିଥିଲା ମୁମ୍ବାଇ ।

201 ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଦିଲ୍ଲୀକୁ ପ୍ରଥମ ଦୁଇ ଓଭରରେ 3ଟି ବଡ ଝଟକା ଲାଗିଥିଲା । ଓପନର ପୃଥ୍ବୀ ଶ ଓ ଅଜିଙ୍କ୍ୟ ରାହାଣେଙ୍କୁ ଯଥାକ୍ରମେ ଇଂନିସର ଦ୍ବିତୀୟ ବଲ ଓ ପଞ୍ଚମ ବଲରେ ଟ୍ରେଣ୍ଟ ବୋଲ୍ଟ ଶୂନରେ ଆଉଟ କରି ପାଭିଲିୟନ ଫେରାଇ ଦେଇଥିଲେ । ପରେ ଶିଖର ଧାୱନଙ୍କୁ ଆଉଟ କରି ବୁମରା ଦିଲ୍ଲୀକୁ ବିନା କୌଣସି ଦଳୀୟ ସ୍କୋରରେ 3ଟି ୱିକେଟ ହରାଇବା ସ୍ଥିତିରେ ପହଞ୍ଚାଇଦେଇଥିଲେ । ପରବର୍ତ୍ତୀ ଓଭରରେ ବୁମରା ଦିଲ୍ଲୀ କ୍ୟାପଟେନ ଶ୍ରେୟସ ଆୟରଙ୍କୁ ପରେ କ୍ରୁଣାଳ ପାଣ୍ଡ୍ୟା ଋଷଭ ପନ୍ତଙ୍କ ଶିକାର କରିଥିଲେ ।

IPL 2020: Bumrah, Boult take MI into IPL final, DC have a lifeline
କିରଣ ପୋଲାର୍ଡ-ରୋହିତ ଶର୍ମା

ତେବେ ମଧ୍ୟକ୍ରମରେ ଦୁଇ ଅଲରାଉଣ୍ଡର ଅକ୍ସଲ ପଟେଲ ଓ ମାର୍କସ ଷ୍ଟୋଇନିସଙ୍କ ମଧ୍ୟରେ 71 ରନର ପାର୍ଟନରସିପ ହୋଇଥିଲା । ଏହି ପାର୍ଟନରସିପ ଦିଲ୍ଲୀ କ୍ୟାମ୍ପରେ ସାମାନ୍ୟ ଆଶା ଭରିଥିଲା । ମାତ୍ର ବୁମରା ଘାତକ ବୋଲିଂ ଜାରି ରଖିବା ସହ ଷ୍ଟୋଇନିସଙ୍କୁ ଆଉଟ କରି ଏହି ପାର୍ଟନରସିପ ଭାଙ୍ଗିଥିଲେ । ପରେ ଡାନିଏଲ ସାମ୍ସଙ୍କୁ 16ତମ ଓଭରରେ ଆଉଟ କରି ଡବଲ ୱିକେଟ ମେଡେନ ହାସଲ କରିଥିଲେ । ପରେ 4 ଓଭରରେ 14 ରନ ବ୍ୟୟରେ 4ଟି ୱିକେଟ ଅକ୍ତିଆର କରି ଟି-20ରେ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଥିଲେ । ଚଳିତ ସିଜନରେ ଏଯାବତ ବୁମରା 27ଟି ୱିକେଟ ହାସଲ କରିସାରିଛନ୍ତି, ଏହା ଗୋଟିଏ ଆଇପିଏଲ ସଂସ୍କରଣରେ କୌଣସି ଭାରତୀୟ ବୋଲରଙ୍କ ଠାରୁ ସର୍ବାଧିକ ।

ଇଶାନ କିଶନ- ସୂର୍ଯ୍ୟକୁମାର ଯାଦବ

ପୂର୍ବରୁ କ୍ବିଣ୍ଟନ ଡିକକଙ୍କ 25 ବଲରୁ 40, ସୂର୍ଯ୍ୟକୁମାର ଯାଦବଙ୍କ 38 ବଲରୁ 51 ଓ ଇଶାନ କିଶନ 30 ବଲରୁ ଦ୍ରୁତ 55 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ଶେଷ ଭାଗରେ ହାର୍ଦ୍ଦିକ ପାଣ୍ଡ୍ୟା 14 ବଲରୁ 5ଟି ଛକା ସହାୟତାରେ ଅପରାଜିତ 37 ରନର ବିସ୍ଫୋରକ ଇଂନିସ ଖେଳି ମୁମ୍ବାଇର ସ୍କୋର 200ରେ ପହଞ୍ଚାଇଥିଲେ ।

ସଂକ୍ଷିପ୍ତ ସ୍କୋର: ମୁମ୍ବାଇ ଇଣ୍ଡିଆନ୍ସ 200/5, 20 ଓଭର(ଇଶାନ କିଶନ ଅପରାଜିତ 55, ସୂର୍ଯ୍ୟକୁମାର ଯାଦବ 51, ରବିଚନ୍ଦ୍ରନ ଅଶ୍ବିନୀ 3/29) ଦିଲ୍ଲୀ କ୍ୟାପିଟାଲ୍ସ: 143/8 20 ଓଭର(ମାର୍କସ ଷ୍ଟୋଇନିସ 65, ଅକ୍ସର ପଟେଲ 42; ଜଶପ୍ରୀତ ବୁମରା 4/14) 57 ରନରେ ବିଜୟୀ ମୁମ୍ବାଇ ଇଣ୍ଡିଆନ୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.