ETV Bharat / sports

ଆଇପିଏଲ 2020: ଚେନ୍ନାଇର ବାଙ୍ଗାଲୋର ବିଜୟ

author img

By

Published : Oct 25, 2020, 7:39 PM IST

ଆଇପିଏଲର 44ତମ ମ୍ୟାଚରେ ଆରସିବିକୁ 8 ୱିକେଟରେ ହରାଇଲା ଚେନ୍ନାଇ ସୁପରକିଙ୍ଗ୍ସ । ଅଧିକ ପଢନ୍ତୁ...

IPL 2020: Bottom-placed CSK beat RCB by 8 wickets
ଆଇପିଏଲ 2020: ଚେନ୍ନାଇର ବାଙ୍ଗାଲୋର ବିଜୟ

ଦୁବାଇ: ଚଳିତ ଆଇପିଏଲ ସଂସ୍କରଣରେ ଚତୁର୍ଥ ବିଜୟ ହାସଲ କରିଛି ଚେନ୍ନାଇ ସୁପର କିଙ୍ଗ୍ସ। ଖରାପ ପ୍ରଦର୍ଶନ ନେଇ ଚର୍ଚ୍ଚାରେ ଥିବା ଚେନ୍ନାଇ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ବହୁ ପ୍ରତିକ୍ଷିତ ବିଜୟ ହାସଲ କରିଛି ।

146 ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଚେନ୍ନାଇ 18.4 ଓଭରରେ ହାସଲ କରିନେଇଛି । ଓପନର ଋତୁରାଜ ଗାଏକ୍ବାଡ 51 ବଲରୁ 4ଚୌକା ଓ 3 ଛକା ସହାୟତାରେ ମ୍ୟାଚ ବିଜୟୀ 65 ରନର ଇଂନିସ ଖେଳିଛନ୍ତି ।

ଏଥିସହ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ସିଏସକେକୁ ବିଜୟୀ କରାଇଛନ୍ତି । ଫାଫ ଡୁପ୍ଲେସିସ 25, ଅମ୍ବାତି ରାୟୁଡୁ 39 ଓ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି 19 ରନର ଯୋଗଦାନ କରିଛନ୍ତି । ଆରସିବି ପକ୍ଷରୁ କ୍ରିସ ମୋରିସ ଓ ୟୁଜଭନ୍ଦ୍ରେ ଚହଲଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି । ଫଳରେ ଆରସିବିକୁ 8 ୱିକେଟରେ ହରାଇଛି ସିଏସକେ ।

ପୂର୍ବରୁ କ୍ୟାପଟେନ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ବାଙ୍ଗାଲୋର 145 ରନ କରିପାରିଥିଲା । ଭେଟରାନ ଡି ଭିଲିୟର୍ସ 36 ବଲରୁ 39 ରନର ଇଂନିସ ଖେଳିଥିଲେ । ଅଲରାଉଣ୍ଡର ସାମ କରନ ପୁନର୍ବାର ଚେନ୍ନାଇ ପାଇଁ ଦମଦରା ପ୍ରଦର୍ଶନ ସହ 3ଟି ୱିକେଟ ଦଖଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.