ETV Bharat / sports

ଆଇପିଏଲ 2020: 5 ପର୍ପଲ କ୍ୟାପ୍ ଦାବିଦାର ବୋଲର

author img

By

Published : Sep 8, 2020, 9:44 PM IST

ଆଇପିଏଲ 2020 ଆରମ୍ଭ ପୂର୍ବରୁ ‘ଇଟିଭି ଭାରତ’ 5ଜଣ ଏମିତି ବୋଲରଙ୍କୁ ଚୟନ କରିଛି ଯେଉଁମାନେ ପର୍ପଲ କ୍ୟାପ ରେସ୍ ଜିତିପାରନ୍ତି । ଗୋଟିଏ ଆଇପିଏଲ ସଂସ୍କରଣର ସର୍ବାଧିକ ୱିକେଟ ହାସଲକାରୀ ବୋଲରଙ୍କୁ ପର୍ପଲ କ୍ୟାପ ମିଳିଥାଏ । ପୁରସ୍କାର ରାଶି ବାବଦକୁ 10ଲକ୍ଷ ଟଙ୍କା ଓ ଏକ ମୋମେଣ୍ଟ ମିଳିଥାଏ ।

IPL 2020: 5 bowlers who can win Purple Cap
ଆଇପିଏଲ 2020: 5 ପର୍ପଲ କ୍ୟାପ୍ ଦାବିଦାର ବୋଲର

ହାଇଦ୍ରାବାଦ: ସେପ୍ଟେମ୍ବର 19ରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର 13ତମ ସଂସ୍କରଣ । ଅନେକ ଆଶଙ୍କା ଓ କଳ୍ପନାଜଳ୍ପନା ପରେ ବିଶ୍ବର ଏହି ବିତ୍ତଶାଳୀ ଟି-20 ଲିଗ ୟୁଏଇରେ ଆରମ୍ଭ ହେବାକୁ ଯାଉଛି । କୋରୋନା ମହାମାରୀ ସଂକ୍ରମଣ ଭୟ କାରଣରୁ ୟୁଏଇରେ ଖେଳାଯିବ ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ।

ଆଇପିଏଲରେ ପର୍ପଲ କ୍ୟାପ ଏକ ସମ୍ମାନଜନକ ବ୍ୟକ୍ତିଗତ ଆୱାର୍ଡ । ପ୍ରତ୍ୟକ ବୋଲର ଏହି ସମ୍ମାନର ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଥାନ୍ତି । ତେବେ ସର୍ବାଧିକ ୱିକେଟ ହାସଲକାରୀଙ୍କୁ ପର୍ପଲ କ୍ୟାପ ମିଳିଥାଏ ।

ତେବେ ଆଇପିଏଲ 2020 ଆରମ୍ଭ ପୂର୍ବରୁ ଇଟିଭି ଭାରତ 5ଜଣ ଏମିତି ବୋଲରଙ୍କୁ ଚୟନ କରିଛି ଯେଉଁମାନେ ପର୍ପଲ କ୍ୟାପ ରେସ୍ ଜିତିପାରନ୍ତି । ଗୋଟିଏ ଆଇପିଏଲ ସଂସ୍କରଣର ସର୍ବାଧିକ ୱିକେଟ ହାସଲକାରୀ ବୋଲରଙ୍କୁ ପର୍ପଲ କ୍ୟାପ ମିଳିଥାଏ । ପୁରସ୍କାର ରାଶି ବାବଦକୁ 10ଲକ୍ଷ ଟଙ୍କା ଓ ଏକ ମୋମେଣ୍ଟୋ ମିଳିଥାଏ ।

ଜଶପ୍ରୀତ ବୁମରା

IPL 2020: 5 bowlers who can win Purple Cap
ଜଶପ୍ରୀତ ବୁମରା

ଆଇପିଏଲ 2020ରେ ନିଜର ପୁରୁଣା ଲୟକୁ ଫେରିବା ଲକ୍ଷ୍ୟରେ ରହିଛନ୍ତି ଜଶପ୍ରୀତ ବୁମରା । ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ ଆଟାକ୍ ର ପ୍ରମୁଖ ଅସ୍ତ୍ର ହେଉଛନ୍ତି ବୁମରା । ତେବେ ବୁମରା ପୂର୍ବରୁ କେବେବି ପର୍ପଲ କ୍ୟାପ ବିଜୟୀ ହୋଇନାହାନ୍ତି । ତେବେ କ୍ୟାପଟେନ ରୋହିତ ଶର୍ମା ଆଇପିଏଲର 13ତମ ସଂସ୍କରଣରେ ବୁମରାଙ୍କୁ ଘାତକ ରୂପରେ ଦେଖିବା ସହ ପର୍ପଲ କ୍ୟାପ ବିଜେତା ଭାବେ ଦେଖିବାକୁ ଚାହିଁବେ । ବୁମରା ସର୍ବାଧିକ ୱିକେଟ ସହ ସିଜିନ ଶେଷ କରିବା ଅର୍ଥ ମୁମ୍ବାଇ ଇଣ୍ଡିଆନ୍ସ ଚମ୍ପିଆନ୍ସ ପାଇଁ ଅପରାଜେୟ ରେକର୍ଡ ।

ବୁମରାଙ୍କ ସୁଇଂ, ପେସ, ବାଉନ୍ସର, ସ୍ଲୋ ବୋଲିଂ ୟୁଏଇରେ ମୁମ୍ବଇ ଇଣ୍ଡିଆନ୍ସର ସଫଳତାର ପ୍ରମୁଖ ଦିଗ ହେବ । 26 ବର୍ଷୀୟ ବୁମରା ସେପ୍ଟେମ୍ବର 19ରେ ଉଦଘାଟନୀ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ନଜର ଆସିବେ ।

ୟୁଜଭେନ୍ଦ୍ର ଚହଲ

ୟୁଏଇରେ ଆଇପିଏଲ ଖେଳାଯିବାକୁ ଥିବାରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଲେଗସ୍ପିନର ୟୁଜଭେନ୍ଦ୍ର ଚହଲଙ୍କୁ ଏହି ତାଲିକାରୁ ଅଣଦେଖା କରିବା କଷ୍ଟକର । ୟୁଏଇର ଧୂଳପୂର୍ଣ୍ଣ ପିଚରେ ଚହଲଙ୍କ ସ୍ଲୋ ଗୁଗଲି ପ୍ରତିପକ୍ଷ ଟିମର ବ୍ୟାଟ୍ସମ୍ୟାନଙ୍କ ପାଇଁ ଆହ୍ବାନ ସୃଷ୍ଟି କରିପାରେ । କାରଣ ଅଧିକାଂଶ ବ୍ୟାଟ୍ସମ୍ୟାନ ଅଧା ପ୍ରସ୍ତୁତି ସହ ଆଇପିଏଲ ଖେଳିବାକୁ ପହଞ୍ଚିଛନ୍ତି । ଫଳରେ ଏହି ସଂସ୍କରଣର ଫାଇଦା ଉଠାଇବା ଲକ୍ଷ୍ୟରେ ରହିଛନ୍ତି ଚହଲ ।

ତେବେ ଆଇପିଏଲ ଇତିହାସରେ ଆରସିବି ସଠିକ ସନ୍ତୁଳିତ ବୋଲିଂ ବିଭାଗ ହାସଲ କରିପାରିନାହିଁ । ଏହା ଦଳର ପରାଜୟର ପ୍ରମୁଖ କାରଣ ଓ ଦୁର୍ବଳତା ହୋଇଛି । ତେବେ ଚହଲ ଆଇପିଏଲରେ ଆରସିବିର ସର୍ବାଧିକ ୱିକଟ ହାସଲକାରୀ ବୋଲର ରହିଛନ୍ତି । ଏହି ସଂସ୍କରଣରେ ଆରସିବି ପାଖରେ ଶକ୍ତିଶାଳୀ ବୋଲିଂ ୟୁନିଟ ରହିଥିବା କୁହାଯାଉଛି । ଫଳରେ ସ୍ପିନ ଅନୂକୂଳ ପରିବେଶରେ ପର୍ପଲ କ୍ୟାପର ଦାବିଦାର ରହିଛନ୍ତି ଚହଲ ।

ଡ୍ବେନ ବ୍ରାଭୋ

ଡ୍ବାଇନ ବ୍ରାଭୋ

ଭେଟେରାନ ଡ୍ବେନ ବ୍ରାଭୋ ଚେନ୍ନାଇ ସୁପର କିଙ୍ଗ୍ସ ଟିମର ପ୍ରମୁଖ ଖେଳାଳି ରହିଛନ୍ତି । ବିଶ୍ବରେ ଏକମାତ୍ର ବୋଲର ଭାବେ ସେ 500 ଟି-20 ୱିକେଟ ହାସଲ କରିଛନ୍ତି । ଆଇପିଏଲ 2013 ଓ 2015 ସଂସ୍କରଣ ଦୁଇଥର ବ୍ରାଭୋ ପର୍ପଲ କ୍ୟାପ ବିଜେତା ରହିଛନ୍ତି । ମ୍ୟାଚର ଶେଷ ଭାଗରେ ଅର୍ଥାତ ଡେଥ୍ ଓଭରରେ ବୋଲିଂ କରିବାରେ ସେ ସିଦ୍ଧହସ୍ତ ବୋଲର । ଫଳରେ ୟୁଏଇର ବୋଲିଂ ଅନୁକୂଳ ଓ ଧୀମା ପିଚକୁ ଦୃଷ୍ଟିରେ ରଖି ବ୍ରାଭୋ ଅନ୍ୟତମ ପର୍ପଲ କ୍ୟାପ ଦାବିଦାର ରହିଛନ୍ତି ।

ଇମ୍ରାନ ତାହିର

ଗତ ସଂସ୍କରଣର ଆଇପିଏଲରେ ପର୍ପଲ କ୍ୟାପ ହାତେଇଥିଲେ ଇମ୍ରାନ ତାହିର । ଫଟାଫଟ କ୍ରିକେଟରେ ତାହିର ଏମିତି ଜଣେ ବୋଲର ଯାହାଙ୍କୁ ଏହି ତାଲିକାରୁ ବାଦ ଦେବା ଅସମ୍ଭବ । ଇମ୍ରାନ ତାହିର ଜଣେ ଘାତକ ଲେଗ ସ୍ପିନର । ୱିକେଟ ଦଖଲ କରିବାର କୌଶଳ ତଙ୍କୁ ସମସ୍ତଙ୍କ ଠାରୁ ଅନନ୍ୟ କରେ । ଅନେକ ବାର କଠିନ ପରିସ୍ଥିତିରେ ଦଳ ପାଇଁ ବିଜୟ ସେନାପତି ପାଲଟି ମ୍ୟାଚର ମୋଡ ବଦଳାଇଛନ୍ତି ତାହିର ।

ଗତ ସଂସ୍କରଣରେ ସେ 17 ମ୍ୟାଚରୁ 16.57 ହାରରେ 26 ୱିକେଟ ହାସଲ କରିଥିଲେ । ତେବେ ବୟସ କାରଣରୁ ଏହି ସଂସ୍କରଣ ଚେନ୍ନାଇ ସୁପର କିଙ୍ଗ୍ସରେ ତାଙ୍କର ଶେଷ ସଂସ୍କରଣ ହୋଇପାରେ । ତେବେ କ୍ରମାଗର ଦ୍ବିତୀୟ ଆଇପିଏଲ ସଂସ୍କରଣରେ ପର୍ପଲ କ୍ୟାପ ବିଜେତା ଦାବିଦାର ରହିଛନ୍ତି ତାହିର ।

କୁଲଦୀପ ଯାଦବ

25 ବର୍ଷୀୟ କୁଲଦୀପ କୋଲକାତା ନାଇଟ ରାଇଡର୍ସ ବୋଲି ବିଭାଗର ପ୍ରମୁଖ ସଦସ୍ୟ । ବାମହାତୀ ସ୍ପିନର ହୋଇଥିବାରୁ ବ୍ୟାଟ୍ସମ୍ୟାନଙ୍କ ପାଇଁ ସେ ଆହ୍ବାନ ସୃଷ୍ଟି କରାଥାନ୍ତି । ଟିମ କେକେଆରର ୱିକେଟ ହାସଲକାରୀ ବୋଲର ମଧ୍ୟରେ ରହିଛନ୍ତି ।

ବର୍ଷ 2016ରେ ଆଇପିଏଲରେ ଡେବ୍ୟୁ କରିବା ପରେ, 2017 ଆଇପିଏଲରେ ନୀୟମିତ ଖେଳାଳି ପାଲଟିଥିଲେ । ଆଇପିଏଲର 10ମ ସଂସ୍କରଣରେ ସେ 12ଟି ୱିକେଟ ହାସଲ କରିଥିଲେ । ତେବେ 2018 ଆଇପିଏଲରେ କୁଲଦୀପ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ମୋଟ 17 ୱିକେଟ ହାସଲ କରିବା ସହ କେକେଆରକୁ ପ୍ଲେ-ଅଫରେ ଖେଳିବାରେ ପ୍ରମୁଖ ଭୁମିକା ଗ୍ରହଣ କରଥିଲେ ।

ତେବେ ସେ ପୂର୍ବରୁ ପର୍ପଲ କ୍ୟାପ ବିଜେତା ହୋଇନାହାନ୍ତି । ମାତ୍ର ଏହି ସଂସ୍କରଣରେ ସେ ପର୍ପଲ କ୍ୟାପ ଦାବିଦାର ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.