ETV Bharat / sports

ଆଇପିଏଲ-12: ରାହାଣେ ହଟିଲେ, ରାଜସ୍ଥାନର ନୂଆ ଅଧିନାୟକ ସ୍ମିଥ୍‌ - Rajasthan Royals

ହଟିଲେ ଅଜିଙ୍କ୍ୟ ରାହେଣେ । ରାଜସ୍ଥାନର ନୂଆ ଅଧିନାୟକ ହେଲେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ୍‌ । ଘରୋଇ ଗ୍ରାଉଣ୍ଡରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ସ୍ମିଥ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Apr 20, 2019, 6:02 PM IST

Updated : Apr 20, 2019, 7:42 PM IST

ଜୟପୁର: ହଟିଲେ ଅଜିଙ୍କ୍ୟ ରାହେଣେ । ରାଜସ୍ଥାନର ନୂଆ ଅଧିନାୟକ ହେଲେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ୍‌ । ତେବେ ଚଳିତ ସିଜନରେ ଦଳ ନୈରାଶ୍ୟ ଜନକ ପ୍ରଦର୍ଶନ ପାଇଁ ଅଧିନାୟକ ପରିବର୍ତ୍ତନ କରାଯାଇଥିବା କୁହାଯାଇଛି । ଶନିବାର ମୁମ୍ବାଇ ବିପକ୍ଷ ମ୍ୟାଚରେ ଅଧିନାୟକ ଭାବେ ଷ୍ଟିଭ ସ୍ମିଥ ପଡିଆକୁ ଓହ୍ଲାଇଛନ୍ତି । ଘରୋଇ ଗ୍ରାଉଣ୍ଡରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ସ୍ମିଥ ।

IPL
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ବଲ ଟାମ୍ପରିଂ ବିବାଦରେ ଫସିଥିବା ସ୍ମିଥ ଦୀର୍ଘ ଏକ ବର୍ଷ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଛନ୍ତି । ବ୍ୟାନ ପରେ ସେ ସିଧା ଭାରତ ଆସି ଆଇପିଏଲ ଖେଳିଛନ୍ତି । ବ୍ୟାନ ପାଇଁ ଅଷ୍ଟ୍ରେଲିଆନ ବିଗ୍‌ ବାସ ଲିଗରେ ମଧ୍ୟ ସାମିଲ ହୋଇପାରିନଥିଲେ । ତେବେ ଆଗାମୀ ବିଶ୍ବକପ ପାଇଁ ଅଷ୍ଟ୍ରେଲିଆ 15ଜଣିଆ ସ୍କ୍ବାର୍ଡରେ ତାଙ୍କର ନାମ ରହିଛି । ମାତ୍ର ଅଧିନାୟକ ପଦ ଆରୋନ ଫିଞ୍ଚଙ୍କ ହାତରେ ନ୍ୟସ୍ଥ କରାଯାଇଛି ।

ତେବେ ଅଧିନାୟକ ସ୍ମିଥ୍ ଏହା ପୂର୍ବରୁ ପୁନେ ସୁପରଜାଣ୍ଟ ଦଳର ମଧ୍ୟ ଅଧିନାୟକ ଥିଲେ । ଅନ୍ୟପଟେ ଚଳିତ ସିଜିନରେ 8ଟି ମ୍ୟାଚରୁ 6ଟି ମ୍ୟାଚ ହାରି ପଏଣ୍ଟ ଟେବୁଲର 2ୟ ସର୍ବନିମ୍ନ ସ୍ଥାନରେ ରହିଛି ରାଜସ୍ଥାନ । ତେଣୁ ଦଳର ଭଲ ପ୍ରଦର୍ଶନ ପାଇଁ ଟିମ ମ୍ୟାନେଜମେଣ୍ଟ ଏଭଳି ନିଷ୍ପତ୍ତି ନେଇଥିବା କହିଛି ।

ଟିମ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି, " ଆଗାମୀ ମ୍ୟାଚ ଗୁଡିକରେ ରାଜସ୍ଥାନକୁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ୍‌ ଲିଡ କରିବେ । ତେବେ ରାହାଣେ ଗତବର୍ଷ ପ୍ଲେଅଫ୍ ପର୍ଯ୍ୟନ୍ତ ଟିମ୍ ପାଇଁ ନିର୍ଣ୍ଣାୟକ ଭୂମିକା ବହନ କରିଥିଲେ । ମାତ୍ର ଚଳିତ ସଂସ୍କରଣରେ ଟିମର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଏଭଳି ସ୍ଥିତିରେ ଟିମକୁ ଟ୍ରାକକୁ ଆଣିବା ପାଇଁ ସାମାନ୍ୟ ପରିବର୍ତ୍ତନର ଆବଶ୍ୟକତା ରହିଛି। "

ଅନ୍ୟପଟେ ସ୍ମିଥ ଦଳର ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି । ରାହାଣେ ଅଧିନାୟକ ନରହିଲେ ବି, ସେ ଟିମର ପ୍ରମୁଖ ସଦସ୍ୟ ରହିବେ ବୋଲି ରାଜସ୍ଥାନ ରୟାଲ୍ସ ପକ୍ଷରୁ କୁହାଯାଇଛି।

ତେବେ ସ୍ମିଥଙ୍କ ସମେତ ସମସ୍ତ ଅଷ୍ଟ୍ରେଲିଆନ କ୍ରିକେଟର ମେ 1 ପର୍ଯ୍ୟନ୍ତ ଆଇପିଏଲରେ ପାଇଁ ଉପସ୍ଥିତ ରହିବେ । ପରେ ସେମାନେ ଅଷ୍ଟ୍ରେଲିଆର ବିଶ୍ବକପ କ୍ୟାମ୍ପ ପାଇଁ ନିଜ ଦେଶ ଫେରି ଯିବେ ।

  • ମୁମ୍ବାଇ ଏକାଦଶ: ରୋହିତ ଶର୍ମା (ଅଧିନାୟକ), କ୍ୱିଣ୍ଟନ୍ ଡି’କକ୍, ବେନ୍ କଟିଙ୍ଗ୍, ସୂର୍ଯ୍ୟକୁମାର ଯାଦବ, କୃନାଲ୍ ପାଣ୍ଡ୍ୟା, ହାର୍ଦ୍ଦିକ ପାଣ୍ଡ୍ୟା, କାଇରନ୍ ପୋଲାର୍ଡ, ରାହୁଲ ଚହର୍, ମୟଙ୍କ ମାର୍କଣ୍ଡେ, ଯଶପ୍ରୀତ ବୁମ୍ରା, ଲସିଥ୍ ମାଲିଙ୍ଗା।
  • ରାଜସ୍ଥାନ ଏକାଦଶ: ଆଜିଙ୍କ୍ୟ ରାହାଣେ, ସଞ୍ଜୁ ସାମସନ, ଷ୍ଟିଭେନ୍ ସ୍ମିଥ୍ (ଅଧିନାୟକ), ଆଷ୍ଟନ୍ ଟର୍ଣ୍ଣର, ବେନ୍ ଷ୍ଟୋକ୍ସ, ରିୟାନ୍ ପରା. ଜୋଫ୍ରା ଆର୍ଚର, ଷ୍ଟୁଆର୍ଟ ବିନ୍ନି, ଶ୍ରେୟସ ଗୋପାଳ, ଜୟଦେବ ଉନାଦକତ୍, ଧୱଲ କୁଲକର୍ଣ୍ଣି।

Intro:Body:Conclusion:
Last Updated : Apr 20, 2019, 7:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.