ETV Bharat / sports

ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲ-12: ରେକର୍ଡ ଉପରେ ଗୋଟିଏ ନଜର

author img

By

Published : Apr 12, 2019, 2:39 PM IST

ଦୀର୍ଘ ଦୁଇ ସପ୍ତାହରୁ ଅଧିକ ଦିନ ହେବ ଖେଳାଗଲାଣି ଆଇପିଏଲର ଧମାକେଦାର ଲଡେଇ । ଏଯାବତ ଖେଳାଯାଇ ସାରିଲାଣି 16ଟି ମ୍ୟାଚ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ହାଇଦ୍ରାଦାବ: ଦୀର୍ଘ ଦୁଇ ସପ୍ତାହରୁ ଅଧିକ ଦିନ ହେବ ଖେଳାଗଲାଣି ଆଇପିଏଲର ଧମାକେଦାର ଲଡେଇ । ଏଯାବତ ଖେଳାଯାଇ ସାରିଲାଣି 16ଟି ମ୍ୟାଚ । ବାକିଅଛି 45 ଲଢେଇ । ମାତ୍ର ଏବେଠାରୁ ଦେଖାଦେଲାଣି ଦଳମାନଙ୍କ ମଧ୍ୟରେ ଜୋରଦାର ଲଢେଇ ।

ଜୋସରେ ଭରପୁର ହାଇଦ୍ରାବାଦ ଟିମ ଏଥରର ସିରିଜ ଆରମ୍ଭରୁ ଦମଦାର ପ୍ରଦର୍ଶନ କରିଛି । ଖେଳିଥିବା 4ଟି ମ୍ୟାଟରୁ ଗୋଟିଏ ପରାଜୟ ଓ 3ଟି ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ବସିଛି । ସେହିପରି ଚଳିତ ସିଜନରେ ଗୋଟିଏ ବି ମ୍ୟାଚରେ ବିଜୟ ନ ପାଇ ତାଲିକାର ଶେଷରେ ରହିଛି ଆରସିବି ।

ଭିଡିଓ ସୌଜନ୍ୟ- ବ୍ୟୁରୋ ଇନପୁଟ

ଅନ୍ୟପଟେ SRHର ବିସ୍ପୋରକ ଓପନ ୱାରର୍ଣ୍ଣର ମଧ୍ୟ ଦମଦାର ଫର୍ମରେ ନଜର ଆସିଛନ୍ତି । ବ୍ୟାନ ପରେ ସିଧା ଆଇପିଏଲ ଖେଳୁଥୁବା ଏହି ଅଷ୍ଟ୍ରେଲିଆନ କ୍ରିକେଟର ଚଳିତ ସିଜିନର 2ୟ ଆଇପିଏଲ ଶତକ ହିଟ କରିସାରିଲେଣି । ସେହିପରି 4ଟି ମ୍ୟାଚରୁ 264ରନ କରି ଅରେଞ୍ଜ କ୍ୟାପ ପିନ୍ଧି ସାରିଲେଣି । ତେବେ ତାଙ୍କ ପଛକୁ କେକେଆରର ଆନ୍ଦ୍ରେ ରସଲ ରହିଛନ୍ତି ।

ipl
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ସେହିପରି ଯୁବ ଖେଳାଳିଙ୍କ ସଂଖ୍ୟାରେ ଭରପୁର ଓ ନୂଆ ନାମ ସହ ଚଳିତ ସିଜିନରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଚାଲିଛି ଦିଲ୍ଲୀ କ୍ୟାପିଟାଲ୍ସ । 5ଟି ମ୍ୟାଚରୁ 2ଟି ବିଜୟ ସହ ତାଲିକାର 5ମ ସ୍ଥାନରେ ରହିଛି ଏହି ଦଳ । ସେହିପରି 2ୟ ସ୍ଥାନରେ ରହିଛି ଅଶ୍ବିନଙ୍କ ପଞ୍ଜାବ । 3ୟ ସ୍ଥାନରେ ରହିଛି ଡିଫେଣ୍ଡିଂ ଚମ୍ପିଆନ ସିଏସକେ । ଅନ୍ୟପଟେ ଧୋନିଙ୍କ ସ୍ପିନ ଅସ୍ତ୍ର ଦକ୍ଷିଣ ଆଫ୍ରିକା ଖେଳାଳି ଇମ୍ରାନ ତାହିର ସର୍ବାଧିକ ୱିକେଟ ନେଇ ଶେଷ ସପ୍ତାହରେ ପ୍ରପଲ କ୍ୟାପ ହାତେଇ ସାରିଥିଲେ । ମାତ୍ର ଏବେ ତାହା ଆରସିବିର ୟଚୁବେନ୍ଦ୍ର ଚହଳଙ୍କ ପାଖରେ ରହିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.