ETV Bharat / sports

ଲୁଙ୍ଗି ଓ ଦାଢିରେ ହ୍ୟାଣ୍ଡସମ୍‌ ହେଡେନ୍‌ - chennai

ଏଥର ହେଡେନ୍‌ ଏକ ନୂଆ ଲୁକ୍‌ରେ ନଜର ଆସିଛନ୍ତି। ଲୁଙ୍ଗି ଏବଂ ନକଲି ଦାଢି ଲଗାଇ ମତ୍ସ୍ୟଜୀବୀଙ୍କ ଟୋପି ପିନ୍ଧି ଚେନ୍ନାଇ ସଡକରେ ହେଡେନ୍‌ଙ୍କ ସପିଂ ଫଟୋ ଭାଇରାଲ ହୋଇଛି। ଏହି ଫଟୋ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଏହାକୁ ସମସ୍ତେ ତାରିଫ୍‌ କରୁଛନ୍ତି। କେହି କେହି ହେଡେନ୍‌ଙ୍କୁ ହ୍ୟାଣ୍ଡସମ ବୋଲି ମଧ୍ୟ କମେଣ୍ଟ ଦେଇଛନ୍ତି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@matthew hayden
author img

By

Published : Apr 5, 2019, 9:02 PM IST

ଚେନ୍ନାଇ: ଆରମ୍ଭ ହୋଇଯାଇଛି ଆଇପିଏଲର ସିଜିନ୍। ଆଉ ସବୁବେଳ ପରି ଏହାର କ୍ରେଜ୍ ମଧ୍ୟ ଜାରି ରହିଛି।ସନ୍ଧ୍ୟା ହେଲେ କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳେ ଏହାର ଝଲକ୍। କିଏ ଘରେ ତ ପୁଣି କିଏ ଷ୍ଟାଡିୟମରେ ବସି ନିଜ ନିଜ ପସନ୍ଦର ଦଳକୁ କରିଥାଆନ୍ତି ଚିୟର ଅପ୍।

ତେବେ ଏହି କ୍ରେଜ୍ କେବଳ ଫ୍ୟାନ୍ସଙ୍କ ପାଖରେ ନୁହେଁ ବରଂ କ୍ରିକେଟରଙ୍କ ଭିତରେ ମଧ୍ୟ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆର କ୍ରିକେଟର ନିଜର ବିନ୍ଦାସ ଅନ୍ଦାଜ ଏବଂ ଲାଇଫଷ୍ଟାଇଲ ପାଇଁ ଜଣା ଯାଆନ୍ତି।ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମାଥ୍ୟୁ ହେଡେନ୍‌। ଗୋଟିଏ ସମୟରେ ନିଜର ଧୂଆଁଧାର ବ୍ୟାଟିଂ ପାଇଁ ଲୋକପ୍ରିୟତା ସାଉଣ୍ଟିଥିବା ଏହି ପୂର୍ବତନ କ୍ରିକେଟରଙ୍କ ଭାରତ ସହ ଭଲ ସମ୍ପର୍କ ରହିଛି।

କେବେ ହୋଲିରେ ରଙ୍ଗ ଖେଳି ତ କେବେ ମନ୍ଦିରରେ ପୂଜାର୍ଚ୍ଚନା କରିଥାନ୍ତି ହେଡେନ । ହେଡେନ୍‌ଙ୍କ ଏମିତି ଅନେକ ଫଟୋ ଆପଣ ଇଣ୍ଟରନେଟ୍‌ରେ ପାଇଯିବେ। କିନ୍ତୁ ଏଥର ହେଡେନ୍‌ ଏକ ନୂଆ ଲୁକ୍‌ରେ ନଜର ଆସିଛନ୍ତି।ଲୁଙ୍ଗି ଏବଂ ନକଲି ଦାଢି ଲଗାଇ ମତ୍ସ୍ୟଜୀବୀଙ୍କ ଟୋପି ପିନ୍ଧି ଚେନ୍ନାଇ ସଡକରେ ହେଡେନ୍‌ଙ୍କ ସପିଂ ଫଟୋ ଭାଇରାଲ ହୋଇଛି। ଏହି ଫଟୋ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଏହାକୁ ସମସ୍ତେ ତାରିଫ୍‌ କରୁଛନ୍ତି । କେହି କେହି ହେଡେନ୍‌ଙ୍କୁ ହ୍ୟାଣ୍ଡସମ ବୋଲି ମଧ୍ୟ କମେଣ୍ଟ ଦେଇଛନ୍ତି।

ତେବେ ପ୍ରକୃତ ଘଟଣା ହେଉଛି ଭାରତୀୟ ଟି-20 ଲିଗ୍‌ରେ ଚେନ୍ନାଇ ପକ୍ଷରୁ ଖେଳିସାରିଥିବା ହେଡେନ୍‌ ଏବେ ଟିମ୍‌ର ମେଣ୍ଟର ଅଛନ୍ତି। ଦୁଇ ଦୁଇ ଥର ୱାର୍ଲ୍ଡ ଚାମ୍ପିଅନ ଅଷ୍ଟ୍ରେଲିଆ ଟିମର ସଦସ୍ୟ ରହିଥିବା ହେଡେନ୍‌ କିଛିଦିନ ତଳେ ଚେନ୍ନାଇ ରାସ୍ତାରେ କିଣିବା ସମୟରେ ବିକ୍ରେତାଙ୍କ ସହ ବାର୍ଗେନିଂ କରୁଥିବାର ଦେଖିବାକୁ ମିଳିଥିଲା। ଚେନ୍ନାଇର ଟି-ନଗର ଷ୍ଟ୍ରିଟ୍‌ ମଲ୍‌ ପାଖରେ ସେ 200 ଟଙ୍କାର ଘଣ୍ଟାକୁ ମୂଲଚାଲ କରି 180 ଟଙ୍କାରେ କିଣିଥିଲେ।

ତେବେ ଏହି ସମୟରେ ସେ ଏକଥାର ମଧ୍ୟ ଧ୍ୟାନ ରଖିଥିଲେ ଯେ ତାଙ୍କୁ ଯେମିତି କିଏ ଚିହ୍ନିନପାରନ୍ତି। ସେଥିପାଇଁ ସେ ଲମ୍ବା ଦାଢି ଏବଂ ଲୁଙ୍ଗି ପିନ୍ଧିଥିଲେ। ଏହି ସମୟରେ ଜଣେ ସ୍ଥାନୀୟ ବ୍ୟକ୍ତି ତାଙ୍କୁ ସାହାଯ୍ୟ ମଧ୍ୟ କରିଥିଲେ। ନିକଟରେ ଏହି ଘଟଣାର ପରଦା ନିଜେ ହେଡେନ୍‌ ହିଁ ଉଠାଇଥିଲେ।

ଏହି ଘଟଣାକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ଲେଖିଥିଲେ, ‘ସେନ ୱାର୍ଣ୍ଣ ମୋତେ 1000 ଟଙ୍କାରୁ କମରେ ଜିନିଷ କିଣିବା ପାଇଁ ଚ୍ୟାଲେଞ୍ଜ ଦେଇଥିଲେ। ସେଥିପାଇଁ ମୁଁ ଲୁଙ୍ଗି, ସର୍ଟ, ରଜନା ବ୍ରାଣ୍ଡର ଚଷମା ଏବଂ ଗୋଟିଏ ଘଣ୍ଟା କିଣିବା ପାଇଁ ଯାଇଥିଲି।’

ତେବେ ଏହା ପୂର୍ବରୁ ମଧ୍ୟ ସେ କ୍ରିକେଟ୍‌ ପିଚ୍‌ରେ ଲୁଙ୍ଗି ଏବଂ ଚେନ୍ନାଇର ଜର୍ସି ପିନ୍ଧି ଚୌକା, ଛକା ଲଗାଇଥିବାର ଦୃଶ୍ୟ କିଛି ଆଡ୍‌ରେ ଦେଖିବାକୁ ମିଳିଥିଲା । ଆଇପିଏଲର ପ୍ରାରମ୍ଭିକ 3ଟି ସିଜିନ୍‌ରେ ଚେନ୍ନାଇ ପକ୍ଷରୁ ସେ 34ଟି ପାଳିରେ 34.90 ଆଭରେଜରେ 1117 ରନ୍ କରିଛନ୍ତି। ଦକ୍ଷିଣ ଆଫ୍ରିକାରେ ହୋଇଥିବା ଦ୍ବିତୀୟ ସିଜନରେ 572 ରନ କରି ସେ ଓରେଞ୍ଜ କ୍ୟାପ୍ ମଧ୍ୟ ହାତେଇଥିଲେ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.