ଦୁବାଇ: ଆଇପିଏଲ 2020ର ସପ୍ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଲଢେଇ ହେଉଛି । ପ୍ରଥମ ଟସ ଜିତି ଚେନ୍ନାଇ ବୋଲିଂ ନିଷ୍ପତି ନେଇଥିଲା । ଫଳରେ ଆମନ୍ତ୍ରଣ ପାଇ ନିର୍ଧାରିତ 20 ଓଭରରେ ଦିଲ୍ଲୀ କ୍ୟାପିଟାଲ୍ସ 3 ୱିକେଟ ହରାଇ 175 ରନ ସଂଗ୍ରହ କରିଛି । ଫଳରେ ସିଏସକେ ସାମ୍ନାରେ 176 ରନର ବିଜୟ ଲକ୍ଷ୍ୟ ରହିଛି ।
ଦିଲ୍ଲୀ ପକ୍ଷରୁ ଓପନପ ପୃଥ୍ବୀ ଶ 43 ବଲରୁ 1 ଗୋଟିଏ ଛକା ଓ 9ଟି ଚୌକା ସହାୟତାରେ 64 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ଅନ୍ୟତମ ଓପନର ଶିଖର ଧାୱନ 35, ଋଷଭ ପନ୍ତ 37 ଓ କ୍ୟାପଟେନ ଶ୍ରେୟସ ଆୟର 26 ରନର ଇଂନିସ ଖେଳିଛନ୍ତି ।
ଚେନ୍ନାଇ ପକ୍ଷରୁ ସ୍ପିନର ପିୟୁସ ଚାୱଲା ସର୍ବାଧିଖ ଦୁଇଟି ୱିକେଟ ଅକ୍ତିଆର କରିଛନ୍ତି । ଅଲରାଉଣ୍ଡର ସାମ କରନ ଗୋଟିଏ ୱିକେଟ ଦଖଲ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ