ETV Bharat / sports

ଶେଷ 5ଟି ମ୍ୟାଚ ବିଜୟ ଦେବ, ପ୍ଲେ-ଅଫ ଟିକେଟ: ସ୍ମିଥ

author img

By

Published : Oct 18, 2020, 1:36 PM IST

ପ୍ଲେ-ଅଫ ଯୋଗ୍ୟତା ଅର୍ଜନ ପାଇଁ ଟିମକୁ ବାକି 5ଟି ମ୍ୟାଚ ଜିତିବାକୁ ହେବ ବୋଲି କହିଛନ୍ତି କ୍ୟାପଟେନ ସ୍ମିଥ ।

IPL 13: Need to win remaining five games to qualify for play-offs, says Smith
ଶେଷ 5ଟି ମ୍ୟାଚ ବିଜୟ ଦେବ, ପ୍ଲେ-ଅଫ ଟିକେଟ: ସ୍ମିଥ

ଦୁବାଇ: ଆଇପିଏଲ 2020ର ପ୍ଲେ-ଅଫ ଯୋଗ୍ୟତା ନେଇ ଆରମ୍ଭ ହେଲାଣି କାଉନଡାଉନ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଠାରୁ ଶନିବାର ପରାଜୟ ପରେ, ନିରାଶ ହୋଇଛି ଷ୍ଟିଭ ସ୍ମିଥଙ୍କ ରାଜସ୍ଥାନ ରୟାଲ୍ସ । ଫଳରେ ପ୍ଲେ-ଅଫ ଯୋଗ୍ୟତା ଅର୍ଜନ ପାଇଁ ଟିମକୁ ବାକି 5ଟି ମ୍ୟାଚ ଜିତିବାକୁ ହେବ ବୋଲି କହିଛନ୍ତି କ୍ୟାପଟେନ ସ୍ମିଥ ।

ବାଙ୍ଗାଲୋର ବିପକ୍ଷ ମ୍ୟାଚ ପରେ,ସ୍ମିଥ ଟିମର ପ୍ରଦର୍ଶନ ଓ ପ୍ଲେ-ଅଫ ରେସ୍ ନେଇ ପ୍ରତିକ୍ରିୟା ରଖିଥିଲେ । ଦୁର୍ବଳତାକୁ ସୁଧାରି ପ୍ରତି ମ୍ୟାଚରେ ବିଜୟ ପାଇବାକୁ ହେବ ବୋଲି କହିଛନ୍ତି ସ୍ମିଥ ।

ଆରସିବି ବିପକ୍ଷରେ 36 ବଲରୁ ସ୍ମିଥଙ୍କ 57 ରନ ବଳରେ ରାଜସ୍ଥାନ ରୟାଲ୍ସ 20 ଓଭରରେ 177/6 ସ୍କୋର କରିବାକୁ ସମର୍ଥ ହୋଇଥିଲା । କ୍ରିସ ମୋରିସ ଆରସିବି ପକ୍ଷରୁ 26 ରନ ବ୍ୟୟ କରି 4ଟି ୱିକେଟ ହାତେଇଥିଲେ । ତେବେ ଭେଟେରାନ ଏବି ଡି ଭିଲିୟର୍ସ 22 ବଲରୁ ଧୂଆଁଧାର 55 ରନର ଇଂନିସ ଖେଳିଥିଲେ । ଫଳରେ ବାଙ୍ଗାଲୋର ମ୍ୟାଚର ଶେଷ ଓଭରରେ 7 ୱିକେଟରେ ବିଜୟୀ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.