ETV Bharat / sports

ଆଇପିଏଲ 2020: ଜାଡେଜାଙ୍କ ଛକାରେ ଧରାଶାୟୀ କେକେଆର, 6 ଓ୍ବିକେଟରେ ଜିତିଲା ଚେନ୍ନାଇ

author img

By

Published : Oct 30, 2020, 10:52 AM IST

ପନର ଋତୁରାଜ ଗାଏକ୍ବାଡଙ୍କ ଦମଦାର ଅର୍ଦ୍ଧଶତକ ଓ ରବିନ୍ଦ୍ର ଜାଡେଜାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ ସୁପରକିଙ୍ଗ୍ସ କେକେଆରକୁ 6 ଓ୍ବିକେଟରେ ପରାସ୍ତ କରିଛି । ତେବେ ଏହି ମ୍ୟାଚରେ 53ବଲ୍‌ରେ 72ରନ୍‌ର ଇଂନିସ ଖେଳିଥିବା ଋତୁରାଜଙ୍କୁ ମ୍ୟାନ ଅଫ ଦି ମ୍ୟାଚ ମିଳିଛି । ଅଧିକ ପଢନ୍ତୁ...

ଆଇପିଏଲ 2020: ଜାଡେଜାଙ୍କ ଛକାରେ ଧରାଶାୟୀ କେକେଆର, 6ଓ୍ବିକେଟରେ ଜିତିଲା ଚେନ୍ନାଇ

ଦୁବାଇ: ଓପନର ଋତୁରାଜ ଗାଏକ୍ବାଡଙ୍କ ଦମଦାର ଅର୍ଦ୍ଧଶତକ ଓ ରବିନ୍ଦ୍ର ଜାଡେଜାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ ସୁପରକିଙ୍ଗ୍ସ କେକେଆରକୁ 6 ଓ୍ବିକେଟରେ ପରାସ୍ତ କରିଛି । ତେବେ ଏହି ମ୍ୟାଚରେ 53ବଲ୍‌ରେ 72ରନ୍‌ର ଇଂନିସ ଖେଳିଥିବା ଋତୁରାଜଙ୍କୁ ମ୍ୟାନ ଅଫ ଦି ମ୍ୟାଚ ମିଳିଛି । ଅନ୍ୟପଟେ ସୁପରକିଙ୍ଗ୍ସର ବିଜୟ ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଦଳ ଭାବେ ପ୍ଲେଏଫ୍‌ରେ ସ୍ଥାନ ପକ୍କା କରିଛି ।

ଟସ୍‌ ଜିତି ଚେନ୍ନାଇ ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲା । ଫଳରେ କେକେଆର ପ୍ରଥମେ ବ୍ୟାଟିଂ ପାଇଁ ଗ୍ରାଉଣ୍ଡକୁ ଓହ୍ଲାଇଥିଲା । ଦଳ ନିର୍ଦ୍ଧାରିତ ଓଭରରେ 5ଓ୍ବିକେଟ ହରାଇ 172ରନ ହାସଲ କରିଥିଲା । କେକେଆର ପକ୍ଷରୁ ନିତିଶ ରାଣା ସର୍ବାଧିକ 87ରନ(61ବଲ୍‌, 10ଚୌକା, 4ଛକା) ସଂଗ୍ରହ କରିଥିଲେ । ଶୁଭମନ ଗିଲ 26 ରନ, କ୍ୟାପଟେନ ଇଆନ ମୋର୍ଗାନ 15 ଓ ରିଙ୍କୁ ସିଂ 11 ରନ, ଦିନେଶ କାର୍ତ୍ତିକ 10 ବଲରୁ 3 ଚୌକା ସହାୟତାରେ ଦ୍ରୁତ 21ରନର ଇଂନିସ ଖେଳି କୋଲକାତାର ସ୍କୋର 170 ପାର କରାଇଥିଲେ ।

ଅନ୍ୟପଟେ ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ଲୁଙ୍ଗି ନିଗଡି ସର୍ବାଧିକ ଦୁଇଟି ୱିକେଟ ଅକ୍ତିଆର କରିଥିଲେ । ମିଚେଲ ସାଣ୍ଟନର, ରବିନ୍ଦ୍ର ଜାଡେଜା ଓ କର୍ଣ୍ଣ ଶର୍ମା ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

ତେବେ 173ରନର ବିଜୟଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ ଧୋନି ବାହିନୀ । ତେବେ ଦଳର ବିସ୍ଫୋରକ ବ୍ୟାଟିଂ ବଳରେ ନିର୍ଦ୍ଧାରିତ ଓଭରରେ 4 ଓ୍ବିକେଟ ହରାଇ 178ରନ୍‌ ସଂଗ୍ରହ କରି ଲିଗ୍‌ର 5ମ ବିଜୟ ହାସଲ କରିଛି । ତେବେ ଦଳ ପକ୍ଷରୁ 53ବଲ୍‌ରେ 72ରନ୍‌ର ଇଂନିସ ଖେଳିଥିଲେ ଋତୁରାଜ । ଏଥିସହ ରାୟିଡୁ 38, ଜାଡେଜା 31, ସେନ ଓ୍ବାଟସନ 14, ଧୋନି 1 ଓ ସାମ କରନ 13ରନ ସଂଗ୍ରହ କରିଥିଲେ ।

କେକେଆର ପକ୍ଷରୁ ପାଟ କମିନ୍ସ ଓ ବରୁଣ 2ଟି ଲେଖାଏଁ ଓ୍ବିକେଟ ହାତେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.