ନୂଆଦିଲ୍ଲୀ: ଭାରତୀୟ ପେସ ବୋଲରଙ୍କ ଉପରେ ଏବେ ବିଶ୍ବର ନଜର। ଭାରତୀୟ ପେସ ଆଟାକ ବିଶ୍ବର ଯେକୌଣସି ସ୍ଥାନରେ ଶକ୍ତିଶାଳୀ ବୋଲି କହିଛନ୍ତି ପୂର୍ବତନ କ୍ରିକେଟର ଇଆନ ଚାପେଲ। 80 ଦଶକରେ ୱେଷ୍ଟଇଣ୍ଡିଜ ବୋଲର କ୍ରିକେଟ ଜଗତରେ ବେଶ ପ୍ରଭାବଶାଳୀ ଥିଲେ। ମାତ୍ର ବର୍ତ୍ତମାନ ସମୟର କ୍ରିକେଟରେ ଭାରତୀୟ ବୋଲର ପ୍ରଭାବ ଅନୁଭବ ହେଉଥିବା ପୂର୍ବତନ ୱେଷ୍ଟଇଣ୍ଡିଜ କ୍ରିକେଟର ମତ ରଖିଥିଲେ।
ସଦ୍ୟ ସମାପ୍ତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସରିଜରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ଏହାକୁ ପ୍ରମାଣ କରୁଛି । 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ କ୍ଳିନ ସୁଇପ କରିଛି ଭାରତ। ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଥର ଟେଷ୍ଟ ସିରିଜ କରିଛି ଭାରତ। ଏମିତିକି ପ୍ରତିପକ୍ଷ ଟିମକୁ ଫଲୋଅନ ଦେଇ ଇଂନିସ ବିଜୟ ମଧ୍ୟ ହାସଲ କରିଛି । ଏହି ସିରିଜକୁ ମିଶାଇ ବିରାଟ ବାହିନୀର ଏହା କ୍ରମାଗତ 11ତମ ସିରିଜ ବିଜୟ।
ପରାଜୟ ପରେ ପ୍ରତିପକ୍ଷ ଟିମର କ୍ୟାପେନ ଫାପ ଡୁପ୍ଳେସିସ ଭାରତୀୟ ବୋଲରଙ୍କୁ ନିର୍ଦ୍ଦୟୀ କହିଥିଲେ । ଭାରତୀୟ ବୋଲରଙ୍କ ଜବରଦସ୍ତ ପ୍ରଦର୍ଶନଙ୍କୁ ଡୁପ୍ଳେସିସ ପ୍ରଂଶସା କରିବା ସହ ବେଶ ଶକ୍ତିଶାଳୀ କହିଥିଲେ । କାରଣ ଫାଷ୍ଟ ବୋଲରଙ୍କୁ ପିଚରୁ କୌଣସି ଫାଇଦା ମିଳୁନଥିବା ସତ୍ତ୍ବେ ସାମି, ଇଶାନ୍ତ ଓ ଯାଦବ ଆକ୍ରମଣାତ୍ମକ ବୋଲିଂ କରିଥିଲେ । ଏହି ସିରିଜରେ ଟିମ ଇଣ୍ଡିଆର ପେସ ଆଟାକ ଏକାଧିକବାର ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନଙ୍କ ଷ୍ଟମ୍ପ ଉଡାଇଦେଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଟିମ ଇଣ୍ଡିଆର ଷ୍ଟାର ଓ ପ୍ରମୁଖ ବୋଲର ବୁମରାଙ୍କ ବିନା ଦଳକୁ ଏହି ସଫଳତା ମିଳିଛି । ଏହା ଭାରତର ଶକ୍ତିଶାଳୀ ବୋଲିଂ ଲାଇନଅପକୁ ଦର୍ଶାଉଛି। ଏହି ସିରିଜ ବିଜୟ ସହ ଭାରତ ଆଇସିସି ଟେଷ୍ଟ ଚମ୍ପିଆନସିପର ଶୀର୍ଷ ସ୍ଥାନରେ ରହିଛି।