ETV Bharat / sports

ଗତବର୍ଷ ଅକ୍ଟୋବରରୁ ଭାରତୀୟ କ୍ରିକେଟରଙ୍କୁ ପାଉଣା ଦେଇନି ବିସିସିଆଇ - ଭାରତୀୟ କ୍ରିକେଟର

ଅକ୍ଟୋବର 2019 ଠାରୁ ଭାରତ ଖେଳିଥିବା ଦୁଇଟି ଟେଷ୍ଟ, 9ଟି ଦିନିକିଆ ଏବଂ 8ଟି ଟି -20 ମ୍ୟାଚ୍ ପାଇଁ ବିସିସିଆଇ ମ୍ୟାଚ୍ ଫି ପ୍ରଦାନ କରି ନାହିଁ । ତେବେ ଯାହାର ମୋଟ ଦେୟ ହେଉଛି ଆନୁମାନିକ 99 କୋଟି ଟଙ୍କା ।

indian-cricketers-have-not-received-payment-from-bcci-since-oct19
ଗତବର୍ଷ ଅକ୍ଟୋବରରୁ ଭାରତୀୟ କ୍ରିକେଟରଙ୍କୁ ପାଉଣା ଦେଇ ନାହିଁ ବିସିସିଆଇ
author img

By

Published : Aug 2, 2020, 6:13 PM IST

ହାଇଦ୍ରାବାଦ: ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ ବୋଲାଉଥିବା ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ) 2019 ଅକ୍ଟୋବରରୁ ଏପର୍ଯ୍ୟନ୍ତ 27 ଜଣ ଖେଳାଳିଙ୍କୁ ତାଙ୍କର ପାଉଣା ଦେଇ ନାହିଁ । ଏକ ଜାତୀୟ ଗଣମାଧ୍ୟମ ଦ୍ବାରା ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାଇ ଖେଳାଳିଙ୍କ ତ୍ରୟ ମାସିକ ଦେୟ ଗତ ଅକ୍ଟୋବର ମାସରୁ ବାକି ରହିଛି ।

indian-cricketers-have-not-received-payment-from-bcci-since-oct19
ଗତବର୍ଷ ଅକ୍ଟୋବରରୁ ଭାରତୀୟ କ୍ରିକେଟରଙ୍କୁ ପାଉଣା ଦେଇ ନାହିଁ ବିସିସିଆଇ

ଅକ୍ଟୋବର 2019 ଠାରୁ ଭାରତ ଖେଳିଥିବା ଦୁଇଟି ଟେଷ୍ଟ, 9ଟି ଦିନିକିଆ ଏବଂ 8ଟି ଟି -20 ମ୍ୟାଚ୍ ପାଇଁ ବିସିସିଆଇ ମ୍ୟାଚ୍ ଫି ପ୍ରଦାନ କରି ନାହିଁ । ତେବେ ଯାହାର ମୋଟ ଦେୟ ହେଉଛି ଆନୁମାନିକ 99 କୋଟି ଟଙ୍କା । ବିରାଟ କୋହଲି, ରୋହିତ ଶର୍ମା ଏବଂ ଜସପ୍ରୀତ ବୁମ୍ରା ଗ୍ରେଡ୍ ଏ + ବର୍ଗରେ ଆସିଥାନ୍ତି । ଏହି କ୍ରିକେଟରଙ୍କୁ ବାର୍ଷିକ 7 କୋଟି ଟଙ୍କା ମିଳିଥାଏ | ଗ୍ରେଡ୍ ଏ ଖେଳାଳିଙ୍କୁ 5 କୋଟି ଟଙ୍କା ମିଳୁଥିବା ବେଳେ ଗ୍ରେଡ୍ ବି 3 କୋଟି ଟଙ୍କା ଏବଂ ଗ୍ରେଡ୍ ସି ଖେଳାଳିମାନଙ୍କୁ 1 କୋଟି ଟଙ୍କା ପ୍ରଦାନ କରାଯାଇଥାଏ ।

ପ୍ରତ୍ୟେକ ଟେଷ୍ଟ, ଦିନିକିଆ ଏବଂ ଟି-20 ପାଇଁ ମ୍ୟାଚ୍ ଫି ଯଥାକ୍ରମେ 15 ଲକ୍ଷ, 6 ଲକ୍ଷ ଏବଂ 3 ଲକ୍ଷ ଟଙ୍କା ରହିଥାଏ | ବର୍ତ୍ତମାନ ବିସିସିଆଇର ବ୍ୟାଙ୍କ ବାଲାନ୍ସ 5,526 କୋଟି ଟଙ୍କା ରହିଛି । ମାର୍ଚ୍ଚ 2018 ସୁଦ୍ଧା 2,992 କୋଟି ଟଙ୍କା ଫିକ୍ସଡ୍‌ ଡିପୋଜିଟ ରହିଛି । ଏହା ବ୍ୟତିତ 2018 ଏପ୍ରିଲରୁ ବିସିସିଆଇର ବ୍ରଡକାଷ୍ଟରଙ୍କ ପାଖରେ 6,138.1ଟଙ୍କା ବକୟା ରହିଛି । ଯାହାକୁ ବ୍ରଡକାଷ୍ଟର ବିଭିନ୍ନ କିସ୍ତି ଆକାରରେ ପ୍ରଦାନ କରୁଛି ।

ତେବେ ଦେୟ ବକୟା ରହିବାର ହେଉଛି ଗତ ଡିସେମ୍ବରରୁ ମୁଖ୍ୟ ଆର୍ଥିକ ଅଧିକାରୀଙ୍କ ପଦବୀ ଖାଲି ରହିଛି । ସେହିପରି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଜେନେରାଲ୍ ମ୍ୟାନେଜର (କ୍ରିକେଟ୍ ଅପରେସନ୍) ସହିତ ଅନ୍ୟାନ୍ୟ ପ୍ରମୁଖ ପଦବୀ ମଧ୍ୟ ଜୁଲାଇରୁ ଖାଲି ପଡିଛି । ଫଳରେ କ୍ରିକେଟରଙ୍କୁ ତାଙ୍କର ପାଉଣା ପ୍ରଦାନ କରାଯାଇ ପାରି ନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।

ସେହିପରି ଝାଡଖଣ୍ଡ, ମୁମ୍ବାଇ, ବଙ୍ଗଳା, ଜାମ୍ମୁ କାଶ୍ମୀର, ପଣ୍ଡିଚେରୀ, ବରୋଦା, ରେଳବାଇ, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ଛତିଶଗଡ ସମେତ ବିଭିନ୍ନ ରାଜ୍ୟର ଘରୋଇ ଖେଳାଳିଙ୍କ ଦେୟ ମଧ୍ୟ ପ୍ରଦାନ କରାଯାଇ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.