ETV Bharat / sports

କ୍ରିକେଟରୁ ବୋଲର ଅଶୋକ ଦିଣ୍ଡାଙ୍କ ଅବସର - ଅଶୋକ ଦିଣ୍ଡାଙ୍କ ଅବସର

Indian bowler Ashok dinda on tuesday announced retirement from all formats of cricket
କ୍ରିକେଟରୁ ବୋଲର ଅଶୋକ ଦିଣ୍ଡାଙ୍କ ଅବସର
author img

By

Published : Feb 2, 2021, 9:00 PM IST

Updated : Feb 2, 2021, 9:27 PM IST

20:55 February 02

କ୍ରିକେଟରୁ ବୋଲର ଅଶୋକ ଦିଣ୍ଡାଙ୍କ ଅବସର

କୋଲକାତା: କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ଭାରତୀୟ ଦ୍ରୁତ ବୋଲର ଅଶୋକ ଦିଣ୍ଡା ।  ଦିଣ୍ଡା 13ଟି ଅନ୍ତର୍ଜାତୀୟ ଦିନିକିଆ ଓ 9ଟି ଟି-20 ମ୍ୟାଚରେ ଭାରତକୁ ପ୍ରତିନିଧିତ୍ବ କରିଛନ୍ତି । ଦିନିକିଆରେ 12 ଓ ଟି-20ରେ 17 ୱିକେଟ ତାଙ୍କ ନାମରେ ରହିଛି ।

ଏକ ସାମ୍ବାଦିକ ସମ୍ମିଳନୀରେ ଅବସରକାଳୀନ ବାର୍ତ୍ତାରେ ଦିଣ୍ଡା କହିଛନ୍ତି, "ଭାରତ ପାଇଁ ଖେଳିବା ସମସ୍ତଙ୍କର ସ୍ବପ୍ନ ଥାଏ, ବେଙ୍ଗଲ ପାଇଁ ଖେଳିପାରିଲି ସେଥିପାଇଁ ଟିମ ଇଣ୍ଡିଆକୁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଲି । ଦେଶ ପାଇଁ ଖେଳିବାର ସୁଯୋଗ ଦେଇଥିବାରୁ ବିସିସିଆଇକୁ ଅଶେଷ ଧନ୍ୟବାଦ । ଦୀପଦାସ ଗୁପ୍ତା, ରୋହନ ଗାଭାସ୍କରଙ୍କ ଭଳି ବରିଷ୍ଠ ଖେଳାଳି ବେଙ୍ଗଲ ପକ୍ଷରୁ ଖେଳିବା ସମୟରେ ସହାୟତା କରିଛନ୍ତି । ଯେତେଥର ୱିକେଟ ହାସଲ କରିଛି, ପ୍ରତ୍ୟେକ ଥର ସହଯୋଗ ଓ ପ୍ରଶଂସା ମିଳିଛି ।"  

2009ରେ ଶ୍ରୀଲଙ୍କା ବିପକ୍ଷରେ ଟି-20ରେ ଡେବ୍ୟୁ କରିଥିଲେ ବେଙ୍ଗଲ ଦ୍ରୁତ ବୋଲର ଅଶୋକ ଦିଣ୍ଡା । ମଇ 2010ରେ ଅନ୍ତର୍ଜାତୀୟ ଦିନିକଆରେ ଡେବ୍ୟୁ କରିଥିଲେ ଏହି ଭାରତୀୟ ଦ୍ରୁତ ବୋଲର । ବର୍ତ୍ତମାନର ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ କ୍ୟାପଟେନ ସୌରଭ ଗାଙ୍ଗୁଲି ତାଙ୍କୁ ସର୍ବଦା ସମର୍ଥନ କରିଥିବା ଯୋଗୁଁ ସେ ଧନ୍ୟବାଦ ଜଣାଇଛନ୍ତି ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 2, 2021, 9:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.