ETV Bharat / sports

ପିଙ୍କବଲ ଟେଷ୍ଟରେ ଭାରତ ବିଜୟୀ - pink ball test

ଭାରତ- ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ପିଙ୍କବଲ ଟେଷ୍ଟରେ ଭାରତ ବିଜୟୀ ହୋଇଛି ।

ଭାରତ ବିଜୟୀ
author img

By

Published : Nov 24, 2019, 3:03 PM IST

Updated : Nov 24, 2019, 9:58 PM IST

କୋଲକାତା: ସ୍ଥାନୀୟ ଇଡେନ ଗାର୍ଡେନରେ ଅନୁଷ୍ଠିତ ଭାରତ-ବାଂଲାଦେଶ ପିଙ୍କବଲ ଟେଷ୍ଟରେ ଭାରତ ବିଜୟୀ ହୋଇଛି । ଭାରତ ଏକ ଇଂନିସ 46 ରନରେ ବାଂଲାଦେଶକୁ ପରାସ୍ତ କରିଛି । ଦ୍ବିତୀୟ ଇଂନିସରେ ବାଲାଂଦେଶ 195 ରନରେ ଅଲଆଉଟ ହେବାପରେ ଭାରତ ଏହି ବିଜୟ ହାସଲ କରିଛି । ମ୍ୟାଚରେ ମୋଟ 9ଟି ୱିକେଟ ଅକ୍ତିଆର କରି ଇଶାନ୍ତ ଶର୍ମା ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ହୋଇଛନ୍ତି ।

ଐତିହାସିକ ଇଡେନ ଗାର୍ଡେନରେ ଖେଳାଯାଇଥିବା ଏହି ଦିବାରାତ୍ର ଟେଷ୍ଟରେ ବାଲାଂଦେଶ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ମାତ୍ର ଭାରତୀୟ ପେସ ବୋଲରଙ୍କ ସାମ୍ନାରେ ବେଶୀ ସମୟ ତିଷ୍ଠି ପାରିନଥିଲେ ବାଂଲାଦେଶ ବ୍ୟାଟ୍ସ ମ୍ୟାନ । ପ୍ରଥମ ଇଂନିସରେ ମାତ୍ର 106 ରନରେ ସମସ୍ତ ୱିକେଟ ହରାଇଥିଲା ଭ୍ରମଣକାରୀ ବାଂଲାଦେଶ । ଭାରତ ପକ୍ଷରୁ ଇଶାନ୍ତ ଶର୍ମା ସର୍ବାଧିକ 5ଟି ୱିକେଟ ଅକ୍ତିଆର କରିଥିଲେ ।

ଜବାବରେ ଭାରତ ପ୍ରଥମ ଇଂନିସରେ କ୍ୟାପଟେନ କୋହଲିଙ୍କ 136 ରନର ଶତକୀୟ ପାଳି ଓ ପୂଜାରା-ରାହାଣେଙ୍କ ଅର୍ଧଶତକ ସହାୟତାରେ 347 ରନରେ ପାଳି ଘୋଷଣା କରିଥିଲା । ବାଲାଂଦେଶ ନିଜର ଦ୍ବିତୀୟ ପାଳିରେ 195 ରନରେ ଅଲଆଉଟ ହୋଇଥିଲା । ପ୍ରଥଂମ ଇଂନିସ ପରି 2ୟ ଇଂନିସରେ ମଧ୍ୟ ଭାରତୀୟ ପେସ ବୋଲରଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା । ଉମେଶ ଯାଦବ 5ଟି ଓ ଇଶାନ୍ତ 4ଟି ୱିକେଟ ନେଇ ବାଂଲାଦେଶ ପାଳିକୁ ଶୀଘ୍ର ସମାପ୍ତ କରିଥିଲେ । ଫଳରେ ଭାରତ 46 ରନରେ ପ୍ରଥମ ଦିବାରାତ୍ର ଟେଷ୍ଟରେ ବିଜୟୀ ହୋଇଥିଲା । ବାଂଲାଦେଶ ପଷରୁ ମୁସଫିକର ରହିମ ସର୍ବାଧିକ 74 ରନର ପାଳିଖେଳିଥିଲେ ।

Intro:Body:

BLANK FOR LINK 

Conclusion:
Last Updated : Nov 24, 2019, 9:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.