ETV Bharat / sports

ମିତାଲି ବାହିନୀର କ୍ଲିନ ସୁଇପ, 3-0ରେ ସିରିଜ ବିଜୟୀ

3ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଅତିଥି ଦଳ ଦକ୍ଷିଣ ଆଫ୍ରିକାକୁ 3-0ରେ ହରାଇଛି ଭାରତୀୟ ମହିଳା ଦଳ । ମିତାଲି ବାହିନୀ ସିରିଜର ଶେଷ ମ୍ୟାଚରେ 6ରନ୍‌ରେ ବିପକ୍ଷ ଦଳକୁ ପରାସ୍ତ କରି ସିରିଜ ହାତେଇଛି ।

ଭାରତ
author img

By

Published : Oct 14, 2019, 10:26 PM IST

ଭଦୋଦର: ଭାରତୀୟ ମହିଳା କ୍ରିକେଟ ଦଳର ବାଜିମାତ୍‌ । 3ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ 3-0ରେ ହାତେଇ ଅତିଥିଦଳ ଦ.ଆଫ୍ରିକାକୁ ପରାସ୍ତ କରିଛି ଟିମ୍‌ ଇଣ୍ଡିଆ । ଆଜି ଅନ୍ତିମ ମ୍ୟାଚରେ ମିତାଲି ବାହିନୀ 6ରନ୍‌ରେ ଦ.ଆଫ୍ରିକା ଦଳକୁ ମାତ ଦେଇଛି ।

ଭିଡିଓ ସୌଜନ୍ୟ:@BCCIWomen ,ମିତାଲି ବାହିନୀଙ୍କ କ୍ଲିନ ସୁଇପ ପରେ ଉଲ୍ଲାସିତ ମହିଳା ଖେଳାଳୀ

ପ୍ରଥମେ ଭାରତ ଟସ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଥିଲା । ଏହି ମ୍ୟାଚ ଆରମ୍ଭରୁ ଭାରତୀୟ ଟିମ୍‌ର ଓପନର ଦୁହେଁ ଶୀଘ୍ର ପାଭିଲିୟନକୁ ଫେରି ଯାଇଥିଲେ । ଏହାପରେ ପୁନମ ରାଉତ 15, କ୍ୟାପ୍ଟନ ମିତାଲି ରାଜ 11ରନ୍‌ରେ ହିଁ ଆଉଟ୍‌ ହୋଇଯାଇଥିଲେ । ଦଳ ପକ୍ଷରୁ ହରମନପ୍ରୀତ କୌର ସର୍ବାଧିକ 38(76)ରନ ଓ ଶିଖା ପାଣ୍ଡେ 35(40)ରନ କରିଥିଲେ । ତେବେ ବିପକ୍ଷ ଦଳକୁ ଭାରତ 147ରନର ଟାର୍ଗଟ ଦେଇଥିଲା ।

ଭିଡିଓ ସୌଜନ୍ୟ:@BCCIWomen, ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜର କିଛି ଝଲକ

ବିଜୟଲକ୍ଷ୍ୟ ପିଛା କରି ଦ.ଆଫ୍ରିକା 48ଓଭରରେ ମାତ୍ର 140ରନ ହାସଲ କରି ଅଲଆଉଟ ହୋଇଯାଇଥିଲା । ତେବେ ଏହି ମ୍ୟାଚରେ ସର୍ବାଧିକ ଓ୍ବିକେଟ ହାସଲ କରିଥିବା ଏକତା ବିଷ୍ଟଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.