ETV Bharat / sports

ମହିଳା କ୍ରିକେଟ: ଶେଷ ମ୍ୟାଚରେ ହାରିଲା ଭାରତ

author img

By

Published : Oct 4, 2019, 11:16 PM IST

ଦକ୍ଷିଣ ଆଫ୍ରିକା ବିପକ୍ଷ 6ମ୍ୟାଚ ବିଶିଷ୍ଟ ଘରୋଇ ଟି-20 ଶୃଙ୍ଖଳାକୁ 3-1ରେ ଜିତି ନେଇଛି ଘରୋଇ ଦଳ । ଶୁକ୍ରବାର ଖେଳାଯାଇଥିବା ଶୃଙ୍ଖଳାର ଶେଷ ମ୍ୟାଚରେ 105ରନରେ ପରାସ୍ତ ହୋଇଛି ଭାରତୀୟ ମହିଳା ଦଳ ।

ଭାରତୀୟ ମହିଳା ଦଳ

ସୁରଟ: ଘରୋଇ ସିଜିନ ବିଜୟରୁ ଆରମ୍ଭ କଲା ଭାରତୀୟ ମହିଳା ଦଳ । ଅତିଥି ଦକ୍ଷିଣ ଆଫ୍ରିକା ଦଳ ଉପରେ ପଡିଲା ଭାରି । ଶେଷ ମ୍ୟାଚ ହାରି ମଧ୍ୟ ସିରିଜ ଜିତିଛି ମହିଳା କ୍ରିକେଟ ସେନା । ଦକ୍ଷିଣ ଆଫ୍ରିକା ବିପକ୍ଷ 6ମ୍ୟାଚ ବିଶିଷ୍ଟ ଘରୋଇ ଟି-20 ଶୃଙ୍ଖଳାକୁ 3-1ରେ ଜିତି ନେଇଛି ଘରୋଇ ଦଳ । ଶୁକ୍ରବାର ଖେଳାଯାଇଥିବା ଶୃଙ୍ଖଳାର ଶେଷ ମ୍ୟାଚରେ 105ରନରେ ପରାସ୍ତ ହୋଇଛି ଭାରତୀୟ ମହିଳା ଦଳ ।

ଭିଡିଓ ସୌଜନ୍ୟ- ଟ୍ବିଟର @BCCIWOMEN

ତେବେ ସିରିଜର ପ୍ରଥମ, 4ର୍ଥ ଓ 5ମ ମ୍ୟାଚକୁ ଭାରତ ଜିତିଥିବା ବେଳେ 2ୟ ଓ 3ୟ ମ୍ୟାଚ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା । ତେବେ ଶେଷ ମ୍ୟାଚ ଜିତି ସିରିଜରେ ସମ୍ମାନ ରଖିଛି ଅତିଥି ଦକ୍ଷିଣ ଆଫ୍ରିକା ।

ତେବେ ଆଜିର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 3 ୱିକେଟ ହରାଇ 175ରନ କରିଥିଲା ଅତିଥି ଦକ୍ଷିଣ ଆଫ୍ରିକା । 176ରନର ଜବାବରେ 70ରନରେ ସମସ୍ତ ୱିକେଟ ହରାଇ ମ୍ୟାଚରେ ପରାସ୍ତ ହୋଇଥିଲା ଘରୋଇ ଦଳ । ଦଳ ପକ୍ଷରୁ ବେଦ୍‌ କ୍ରିଷ୍ଣାମୁର୍ତ୍ତୀ ସର୍ବାଧିକ 26ରନ କରିଛନ୍ତି । ଅନ୍ୟପଟେ 100ତମ ଟି-20 ମ୍ୟାଚ ଖେଳିଥିବା ଦଳର ଅଧିନାୟିକା ସୃତି ମନ୍ଧନା ମାତ୍ର 1ରନ କରି ପାଭେଲିଅନ ଫେରିଥିଲେ ।

ତେବେ ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ମହିଳ ଦଳର ଦମଦାର ଆରମ୍ଭ କରିଥିଲା । ଓପନର ଲିଜେଲି ଲି ଓ ଅଧିନାୟିକା ମିଙ୍ଗୋନ ଡୁ ପ୍ରଜ୍‌ ଯଥାକ୍ରମେ 84 ଓ 62ରନର ବିସ୍ଫୋରକ ପାଳି ଖେଳିଥିଲେ ।

Intro:Body:

prabir 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.