ETV Bharat / sports

‘ଦକ୍ଷିଣ ଆଫ୍ରିକା ବିରୋଧରେ ଭାରତ ଫେଭରେଟ’

ଆଇସିସି ବିଶ୍ବକପ୍‌ରେ ଏଥର ଭାରତ ଏବଂ ଇଂଲଣ୍ଡ ଟାଇଟଲର ପ୍ରବଳ ଦାବିଦାର ଦଳ କୁହାଯାଉଛି । ମାତ୍ର ଏବେ ଭାରତ ତୃତୀୟ ଥର ପାଇଁ ଟାଇଟଲ ହାତେଇବା ଚର୍ଚ୍ଚା ସର୍ବାଗ୍ରେ ରହିଛି ।

ଡିଜାଇନ ଫଟୋ
author img

By

Published : Jun 4, 2019, 11:21 PM IST

କଟକ: ଜୁନ୍‌ ୫ (ବୁଧବାର) ବିଶ୍ବକପରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବ । ଆଇସିସି ବିଶ୍ବକପ୍‌ରେ ଏଥର ଭାରତ ଏବଂ ଇଂଲଣ୍ଡ ଟାଇଟଲର ପ୍ରବଳ ଦାବିଦାର ଦଳ କୁହାଯାଉଛି । ମାତ୍ର ଏବେ ଭାରତ ତୃତୀୟ ଥର ପାଇଁ ଟାଇଟଲ ହାତେଇବା ଚର୍ଚ୍ଚା ସର୍ବାଗ୍ରେ ରହିଛି । ଏଭଳି ସମୟରେ ମ୍ୟାଚ ପୂର୍ବରୁ ଓଡିଶାର ପୂର୍ବତନ ରଣଜୀ ଖେଳାଳି ପୱନ ଅଗ୍ରୱାଲ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ବୁଧବାର ମ୍ୟାଚକୁ ନେଇ ଟିମ୍‌ ଇଣ୍ଡିଆର ବ୍ୟାଟିଂ, ବୋଲିଂ, ଅନ୍ତିମ ଏକାଦଶ ଚୟନକୁ ନେଇ ନିଜ ମତ ରଖିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ୱାଦଦାତା, କଟକ

ପ୍ରଥମ ସ୍ଥାନ ବିରାଟ କୋହଲି ରହିଥିବା ବେଳେ ଚତୁର୍ଥ ସ୍ଥାନରେ ଯୁବ ପ୍ରତିଭା କେଏଲ ରାହୁଲ ସର୍ବୋତ୍ତମ ବୋଲି କହିଛନ୍ତି ପୂର୍ବତନ ରଣଜୀ ଖେଳାଳି ପୱନ ଅଗ୍ରୱାଲ । ଚତୁର୍ଥ ସ୍ଥାନ ଦଳ ମେରୁଦଣ୍ଡକୁ ବେଶ ପ୍ରଭାବିତ କରିଥାଏ । ଏହାସହ ଅଭ୍ୟାସ ମ୍ୟାଚରେ ରହୁଲଙ୍କ ଚମକପ୍ରଦ ଶତକ ସବୁ କିଛି ବୟାନ କରିଦେଇଥିଲା । ସେହି ଦୃଷ୍ଟିକୋଣରୁ ରାହୁଲ ହିଁ ଚତୁର୍ଥ ସ୍ଥାନ ପାଇଁ ଉପଯୁକ୍ତ ବୋଲି କହିଛନ୍ତି ପୱନ । ଉଭୟ ବୋଲିଂ ଓ ବ୍ୟାଟିଂ ଦିଗରେ ବେଶ ଟପ୍‌ ରହିଥବା ଟିମ ଇଣ୍ଡିଆ ବିପକ୍ଷ ଦକ୍ଷିଣ ଆଫ୍ରିକାକୁ ମାତ୍‌ ଦେବାରେ ଆଶା ରଖିଛନ୍ତି କ୍ରୀଡ଼ାପ୍ରେମୀ । ଓପନିଂ ଯୋଡି ରହିତ ଶର୍ମା ଓ ଶିଖର ଧାୱନଙ୍କ ରେକର୍ଡ ବିଦେଶୀ ମାଟିରେ ଭଲ ରହିଛି । ପୂର୍ବରୁ ଇଂଲଣ୍ଡରେ ଖେଳାଯାଇଥିବା ଚମ୍ପିଆନ ଟ୍ରଫିରେ ମଧ୍ୟ ଅନେକ ଆଖିଦୃଶିଆ ପାଳି ଖେଳିଥିଲେ ଏହି ଯୋଡି ।

ଏହି ପୂର୍ବ ରଣଜୀ ଖେଳାଳି ଭାରତୀୟ ବୋଲିଂ ଆକ୍ରମଣକୁ ନେଇ ସକାରତ୍ମକ ମନ୍ତବ୍ୟ ଦେଇଛନ୍ତି । ବୁମରା, ସାମି ଓ ଭୁବନେଶ୍ବର କୁମାରଙ୍କୁ ନେଇ ଦଳ ବୋଲିଂ ଆଟାକ ବେଶ୍‌ ଶାଣିତ ବୋଲି ସେ ମତ ଦେଇଛନ୍ତି । ଗତି କମ ରହିଥିବାରୁ ଇଂଲଣ୍ଡ ପିଚ୍‌ରେ ମିଶ୍ରଣ କାମ କରିବା ଅସମ୍ଭବ । ସେଥିପାଇଁ ଦଳ ମଧ୍ୟରେ 2 ଅଲରାଉଣ୍ଡର ଖେଳାଇବା ନିତ୍ୟନ୍ତ ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ଵର୍ତ୍ତମାନ ସୁଦ୍ଧା ବିଶ୍ୱକପ୍‌ରେ 6 ଟି ମ୍ୟାଚର ଖେଳ ଶେଷ ହୋଇଛି । ଯେଉଁଥିରେ ଶକ୍ତିଶାଳୀ ଦକ୍ଷିଣଆଫ୍ରିକା 2 ଟି ମ୍ୟାଚ ଖେଳି ଉଭୟରେ ପରାଜୟ ବରଣ କରିଛି । କିନ୍ତୁ ବୁଧବାର ଟିମ ଇଣ୍ଡିଆ ବିଶ୍ବକପ ଅଭିଯାନ ଆରମ୍ଭ କରିବ । ଅନ୍ୟପଟେ ବିଜୟ ସ୍ବାଦ ଚାଖିନଥିବା ଦକ୍ଷିଣଆଫ୍ରିକା ପାଇଁ ଏହି ମ୍ୟାଚ କର ବା ମର ସଦୃଶ । ସେଥିପାଇଁ ବିପକ୍ଷ ଦକ୍ଷିଣଆଫ୍ରିକା ଏହି ମ୍ୟାଚକୁ ଜିତିବାକୁ ସମସ୍ତ ପ୍ରକାର ଚେଷ୍ଟା କରିବ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

କଟକ : ଆସନ୍ତାକାଲି ଟିମ ଇଣ୍ଡିଆ ର ବିଶ୍ୱକପ ଅଭିଯାନ ଆରମ୍ଭ । ପ୍ରଥମ ମ୍ୟାଚ ରେ ଶକ୍ତିଶାଳୀ ଦକ୍ଷିଣଆଫ୍ରିକା କୁ ଭେଟିବ ବିରାଟ ବାହିନୀ । ଉଭୟ ବୋଲିଂ ଓ ବ୍ୟାଟିଂ ଦିଗରେ ବେଶ ଟପ ରହିଥବା ଟିମ ଇଣ୍ଡିଆ ବିପକ୍ଷ ଦକ୍ଷିଣଆଫ୍ରିକା  କୁ ମାତ ଦେବାରେ ଆଶା ରଖିଛନ୍ତି କ୍ରୀଡ଼ାପ୍ରେମୀ । କାରଣ ଦଳ ରେ ଅନେକ ଅଭିଜ୍ଞ ବ୍ୟାଟ୍ସମାନ ରହିଛନ୍ତି । ଯଦି ଓପନିଙ୍ଗ ଯୋଡି କଥା ଚର୍ଚ୍ଚା କରିବା ତେବେ ରହିତ ଶର୍ମା ଓ ଶିଖର ଧାୱନ ରେକର୍ଡ ବିଦେଶୀ ମାଟି ରେ ଭଲ ରହିଛି  । ପୂର୍ବରୁ ଇଂଲଣ୍ଡ ରେ ଖେଳଯାଇଥିବା ଚମ୍ପିୟାନ ଟ୍ରଫି ରେ ମଧ୍ୟ ଅନେକ ଆଖି ଦୃଷ୍ଟିଆ ପାଳି ଖେଳିଥିଲେ ଉଭୟେ ।

ଏହାସହିତ ପ୍ରଥମ ସ୍ଥାନ ପାଇଁ ବିରାଟ କୋହଲି ରହିଥିବା ବେଳେ ଚତୁର୍ଥ ସ୍ଥାନ ରେ ଯୁବ ପ୍ରତିଭା କେଏଲ ରାହୁଲ ସର୍ବୋତ୍ତମ ବୋଲି କହିଛନ୍ତି ପୂର୍ବତନ ରଣଜୀ ଖେଳାଳି ପୱନ ଅଗ୍ରୱାଲ । କାରଣ ଚତୁର୍ଥ ସ୍ଥାନ ଦଳ ର ମେରୁଦଣ୍ଡ କୁ ବେଶ ପ୍ରଭାବିତ କରିଥାଏ । କାରଣ ଅଭ୍ୟାସ ମ୍ୟାଚ ରେ ରହୁଲ ଙ୍କ ଚମକପ୍ରଦ ଶତକ ସବୁ କିଛି ବୟାନ କରିଦେଇଥିଲା । ସେହି ଦୃଷ୍ଟିକୋଣରୁ ରାହୁଲ ହିଁ ଚତୁର୍ଥ ସ୍ଥାନ ପାଇଁ ଉପଯୁକ୍ତ ବୋଲି କହିଛନ୍ତି ସେ । 

ଏହାସହିତ ବୋଲିଂ ବିଭାଗ ଯଦି ଆଲୋଚନା ପରିସର ଭୁକ୍ତ କୁ ଆଣିବା  ତେବେ 2 ସିମ ବୋଲର ଦଳ ରେ ରହିବା ଆବଶ୍ୟକ । ବୁମୁରାହ ଓ ସାମି ଦଳ ରେ ସ୍ଥାନ ମୁଖ୍ୟତଃ ରହିବା ଦରକାର । ଅନ୍ୟପଟେ ଭୁବନେଶ୍ୱର କୁମାର ଙ୍କ ଗତି କମ ରହିଥିବାରୁ   ଇଂଲଣ୍ଡ ପିଚ ରେ ମିଶ୍ରଣ କାମ କରିବା ଅସମ୍ଭବ । ସେଥିପାଇଁ ଦଳ ମଧ୍ୟରେ  2 ଅଲ ରାଉଣ୍ଡର ଖେଳାଇବା ନିତ୍ୟନ୍ତ ଆବଶ୍ୟକ ।  ତେବେ ଶେଷ ରେ ଗୋଟିଏ କଥା ସ୍ପଷ୍ଟ ଯେ ଟିମ ଇଣ୍ଡିଆ ଫାଇନାଲ କୁ ଉତ୍ତୀର୍ଣ୍ଣ ହେବ ଓ ଟାଇଟଲ ବିଜେତା ମଧ୍ୟ ହେବ । 

ସୂଚନା ମୁତାବକ , ବାଜି ସରିଛି ବିଶ୍ୱକପ ର ବିଗୁଲ । ବିଶ୍ୱର 10 ଟି ପ୍ରମୁଖ ଦଳ ହେଉଛନ୍ତି ଆମ୍ନାସାମ୍ନି । ଵର୍ତମାନ ସୁଦ୍ଧା 6 ଟି ମ୍ୟାଚ ଖେଳ ଶେଷ ହୋଇଛି । ଯେଉଁଥିରେ ଶକ୍ତିଶାଳୀ ଦକ୍ଷିଣଆଫ୍ରିକା 2 ଟି ମ୍ୟାଚ ଖେଳି ଉଭୟ ରେ ପରାଜୟ ବରଣ କରିଛି । କିନ୍ତୁ ଆସନ୍ତା କଲି ଟିମ ଇଣ୍ଡିଆ ବିଶ୍ୱକପ ଅଭିଯାନ ଆରମ୍ଭ କରିବ । ଅନ୍ୟପଟେ ବିଜୟ ସ୍ୱାଦ ଚାଖିନଥିବା ଦକ୍ଷିଣଆଫ୍ରିକା ପାଇଁ ଏହି ମ୍ୟାଚ କର ବା ମର । ସେଥିପାଇଁ  ବିପକ୍ଷ ଦକ୍ଷୀଣଆଫ୍ରିକା ଏହି ମ୍ୟାଚ କୁ ଜିତିବାକୁ ସତ ଚେଷ୍ଟା କରିବ । 

ବାଇଟ: ପୱନ ଅଗ୍ରୱାଲ ( ପୂର୍ବତନ ରଣଜୀ ଖେଳାଳି )

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.