ହାଇଦ୍ରାବାଦ: ପ୍ରଥମେ ଇଣ୍ଡିଜର ବୋଲିଂ ଆଟାକ ପରେ ପାୱାର ହିଟ୍ରେ ଧରାଶାୟୀ ହୋଇଗଲା ଘରୋଇ ଦଳ । 8 ୱିକେଟରେ ମ୍ୟାଚ ଜିତିଲା ଭ୍ରମଣକାରୀ କାରବିଆନ ଦଳ । ସିରିଜ 1-1ରେ ବାରବାର । ଆସନ୍ତା 11ରେ ୱାଙ୍ଖଡେ ନିର୍ଣ୍ଣାୟକ ମ୍ୟାଚ।
ଉଭୟ ମ୍ୟାଚରେ ଦେଖିବାକୁ ମିଳିଛି ପାୱାର ହିଟିଂ । ହୋଇଛି ଛକାର ବର୍ଷା । ପ୍ରଥମ ଟି-20ରେ ଭାରତ ପକ୍ଷରୁ 12ଟି ଛକା ଲାଗିଥିବା ବେଳେ ଅତିଥି ଇଣ୍ଡିଜ୍ ଲାଗାଇଛି 15ଟି ଛକା । ସେହିପରି 2ୟ ମ୍ୟାଚରେ ଇଣ୍ଡିଜ 12ଟି ମାରିଥିବା ବେଳେ ଭାରତ ବ୍ୟାଟରୁ ବାହାରିଛି ମାତ୍ର 5ଟି ଛକା। ଉଭୟ ମ୍ୟାଚରେ ଅଥିତି ଇଣ୍ଡିଜ୍ର ପାୱାର ହିଟିଂ ଦେଖିବାକୁ ମିଳିଛି।
ନିର୍ଣ୍ଣାୟକ ମ୍ୟାଚ ମୁମ୍ବାଇ ୱାଙ୍ଖଡେରେ ଥିବାରୁ ଏଥିରେ ମଧ୍ୟ ପାୱାର ହିଟିଂ ଛକାର ବର୍ଷା ଦେଖିବାକୁ ମିଳିପାରେ। କାରଣ ମୁମ୍ବାଇ ୱାଙ୍ଖଡେ ଗ୍ରାଉଣ୍ଡ ବ୍ୟାଟିଂକୁ ସୁହାଉଥିବା ପିଚ। ଇଣ୍ଡିଜ ବୋଲରଙ୍କ ସାମ୍ନାରେ ଦୁର୍ବଳ ପଡିଥିବା ଭାରତୀୟ ବ୍ୟାଟମ୍ୟାନଙ୍କ ବ୍ୟାଟରୁ ନିଶ୍ଚିତ ଛକା ବାହାରିବା ଆବଶ୍ୟକ ହୋଇପଡିଛି।