ETV Bharat / sports

ଶ୍ରେଷ୍ଠ ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ ହିଁ ବିଜୟ ମନ୍ତ୍ର: ଇଣ୍ଡିଜ କୋଚ - ଭାରତ-ୱେଷ୍ଟଇଣ୍ଡିଜ ବାରବାଟୀ ଦିନିକିଆ

ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ବାରବାଟୀରେ ହେବାକୁ ଯାଉଛି ଜୋରଦାର ଟକ୍କର। 3 ମ୍ୟାଚ ବିଶିଷ୍ଟ ସିରିଜରେ ଉଭୟ ଟିମ ଗୋଟିଏ ଲେଖାଏଁ ମ୍ୟାଚ ଜିତି 1-1ରେ ବରାବର ରହିଛନ୍ତି। ନିର୍ଣ୍ଣାୟକ ମ୍ୟାଚ ଜିତି ସିରିଜ ହାତେଇବାକୁ ଉଭୟ ଟିମର ଲକ୍ଷ୍ୟ ରହିଛି। ଅଧିକ ପଢନ୍ତୁ...

India Vs West Indies 3rd ODI
ୱେଷ୍ଟଇଣ୍ଡିଜ କୋଚ ଫିଲ ସିମନ୍ସ
author img

By

Published : Dec 21, 2019, 6:06 PM IST

Updated : Dec 21, 2019, 7:19 PM IST

କଟକ: ରବିବାର ବାରବାଟୀ ନିର୍ଣ୍ଣୟ କରିବ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜର ବିଜେତା କିଏ। ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ଉଭୟ ଟିମ ଷ୍ଟାଡିୟମରେ ଅଭ୍ୟାସ କରିଛନ୍ତି। ପ୍ରଥମ ମ୍ଯାଚରେ ଭଲ ପ୍ରଦର୍ଶନ ସତ୍ବେ ଟିମ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଭ୍ରମଣକାରୀ ଟିମର ଯୁବ ଖେଳାଳି ହେଟମେୟର, ସାଇ ହୋପ, କ୍ୟାପଟେନ ପୋଲାର୍ଡ ଫର୍ମରେ ରହିଛନ୍ତି। 2ୟ ମ୍ୟାଚରେ ଭାରତୀୟ ଦଳ କୌଣସି ସୁଯୋଗ ଦେଇନଥିଲା। ପ୍ରଥମେ ବ୍ୟାଟିଂ କରି 387 ରନର ବିଶାଳ ଟାର୍ଗେଟ ରଖିଥିଲା। ଫଳରେ ଉଭୟ ଟିମ ଗୋଟିଏ ଲେଖାଏଁ ମ୍ୟାଚ ଜିତି 1-1ରେ ସିରିଜ ବରାବର କରିଛନ୍ତି ।

ପ୍ରି-ମ୍ୟାଚ ସାମ୍ବାଦିକ ସମ୍ମିଳନୀରେ ୱେଷ୍ଟଇଣ୍ଡିଜ କୋଚ

ନିର୍ଣ୍ଣାୟକ ମ୍ୟାଚ ପୂର୍ବରୁ ପ୍ରି-ମ୍ୟାଚ ସାମ୍ବାଦିକ ସମ୍ମିଳନୀକୁ ଇଣ୍ଡିଜ କୋଚ ଫିଲ ସିମନ୍ସ ସମ୍ବୋଧିତ କରିଛନ୍ତି । ଘରୋଇ ମାଟିରେ ଭାରତ ଏକ ଶକ୍ତିଶାଳୀ ଟିମ। ସେଥିପାଇଁ ଭାରତକୁ ପରାଜିତ କରିବା ଏତେ ସହଜ ନୁହେଁ। ମାତ୍ର ସମସ୍ତ ୱେଷ୍ଟଇଣ୍ଡିଜ ଖେଳାଳି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଥିବା କୋଚ କହିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Dec 21, 2019, 7:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.