ETV Bharat / sports

ରାଞ୍ଚି ଟେଷ୍ଟ: ଟିକେଟ ବିକ୍ରି କମାଇଲେ ଧୋନି!

ଧୋନିଙ୍କ ହୋମ ଗ୍ରାଉଣ୍ଡ ରାଞ୍ଚିଠାରେ ଖେଳାଯାଉଛି ଘରୋଇ ଟେଷ୍ଟ ଶୃଙ୍ଖଳାର ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ। ଏହି ମ୍ୟାଚ ପାଇଁ ମାତ୍ର 3ହଜାର ଟିକେଟ ବିକ୍ରି ହୋଇଛି।

ରାଞ୍ଚି ଟେଷ୍ଟ
author img

By

Published : Oct 19, 2019, 12:14 PM IST

ରାଞ୍ଚି: ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ ଶୃଙ୍ଖଳାର ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରୁଛି ଘରୋଇ ଦଳ । ଧୋନିଙ୍କ ହୋମ ଗ୍ରାଉଣ୍ଡ ରାଞ୍ଚିଠାରେ ଖେଳା ଯାଉଛି ଏହି ଟେଷ୍ଟ ମ୍ୟାଚ । ସୂଚନାନୁସାରେ, ଅନ୍ତିମ ଟେଷ୍ଟ ପାଇଁ ମାତ୍ର 3ହଜାର ଟିକେଟ ବିକ୍ରି ହୋଇଛି । ତେବେ ଧୋନିଙ୍କ ଅନୁପସ୍ଥିl ପାଇଁ ଏହି ପ୍ରଭାବ ପଡିଥିବା ଚର୍ଚ୍ଚା ହେଉଛି ।

ଧୋନି ନାହାଁନ୍ତି ବୋଲି ମାତ୍ର 3 ହଜାର ଟିକେଟ ବିକ୍ରି । ଏହା ଧୋନିଙ୍କ ହୋମ ଗ୍ରାଉଣ୍ଡ । ତେବେ ଟେଷ୍ଟରୁ ଅବସସର ନେଇସାରଥିବା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି ମ୍ୟାଚ ଦେଖିବାକୁ ଆସିବେ ବୋଲି ଖବର ରହିଥିଲା । ଧୋନିଙ୍କ ଗୋଟେ ଝଲକ ପାଇବାକୁ ଫ୍ୟାନ୍ସ ଉତ୍ସାହିତ ରହିଥିଲେ । ମାତ୍ର ଧୋନିଙ୍କ ଆସିବା ଖବର ଚୁଡାନ୍ତ ନ ହୋବରୁ ଲୋକେ ମ୍ୟାଚ ଦେଖିବାକୁ ଆସି ନଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ 3ମ୍ୟାଚ ବିଶିଷ୍ଟ ସିରିଜକୁ 2-0ରେ ଘରୋଇ ଦଳ ଜିତିସାରିଥିବା ବେଳେ ଏହା କେବଳ ଔପଚାରିକ ମ୍ୟାଚ ହୋଇଛି । ତେବେ ଟିକେଟ ବିକ୍ରି କମିବାର ଏହା ଅନ୍ୟ ଏକ କାରଣ ବୋଲି ଚର୍ଚ୍ଚା ହେଉଛି ।

ତେବେ ଅକ୍ଟୋବର 15ତାରିଖଠାରୁ ଟିକେଟ ବିକ୍ରି ଆରମ୍ଭ ହୋଇଥିଲେ ମଧ୍ୟ ଟିକେଟ କାଉଣ୍ଟରେ ଲମ୍ବା ଧାଡି ଦେଖିବାକୁ ମିଳିନଥିଲା । ସମାନ ପରିସ୍ଥିତି 2017 ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚରେ ହୋଇଥିଲା । ଘରୋଇ ଦଳ ସିରିଜ ହାରିସାରିଥିବାରୁ ଷ୍ଟାଡିୟମରେ ଟିକେଟ ବିକ୍ରି କମ ହୋଇଥିଲା । ତେବେ କମ ସଂଖ୍ୟାରେ ଟିକେଟ ବିକ୍ରି ଷ୍ଟାଡିମୟ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ଆଣିଛି । ଯଦି ଏମିତି କମ ସଂଖ୍ୟକ ଟିକେଟ ବିକ୍ରି ହୁଏ, ତେବେ ରାଞ୍ଚିରେ ଟେଷ୍ଟ ମ୍ୟାଚ ସଂଖ୍ୟ କମ ହୋଇପାରେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.