ETV Bharat / sports

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ: ହେବ କଡା ଟକ୍କର - ଟିମ ଇଣ୍ଡିଆ ସାମ୍ନାରେ ବଡ ଚ୍ୟାଲେଞ୍ଜ

ଅକ୍ଟୋବର 2ରୁ ଆରମ୍ଭ ହେବ 3 ମ୍ୟାଚ ବିଶିଷ୍ଟ ଗାନ୍ଧୀ-ମାଣ୍ଡେଲା ଟେଷ୍ଟ ସିରିଜ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦେଖିବାକୁ ମିଳିପାରେ କଡା ଟକ୍କର।

ଡିଜାଇନ ଫଟୋ
author img

By

Published : Oct 1, 2019, 1:26 AM IST

ହାଇଦ୍ରାବାଦ: ଅକ୍ଟୋବର 2ରୁ ଆରମ୍ଭ ହେବ 3 ମ୍ୟାଚ ବିଶିଷ୍ଟ ଗାନ୍ଧୀ-ମାଣ୍ଡେଲା ଟେଷ୍ଟ ସିରିଜ । ବିଶାଖାପାଟନାମରେ ଖେଳାଯିବ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ। ଟିମ ଇଣ୍ଡିଆ ସାମ୍ନାରେ ବଡ ଚ୍ୟାଲେଞ୍ଜ । କାରଣ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳରେ ଦଳରେ ଅଛନ୍ତି ବହୁ ଜବରଦସ୍ତ ଖେଳାଳି । ସେଥିପାଇଁ ଏହି ସିରିଜରେ 2 ଦଳ ମଧ୍ୟରେ ଦେଖିବାକୁ ମିଳିପାରେ କଡା ଟକ୍କର ।

India Vs south Africa
ଡିଜାଇନ ଫଟୋ

ବିଶ୍ବ ଟେଷ୍ଟ ଚମ୍ପିଆନସିପର ପ୍ରଥମ ଘରୋଇ ସିରିଜ ଖେଳିବ ଟିମ ଇଣ୍ଡିଆ । କ୍ୟାପଟେନ କୋହଲିଙ୍କ ସେନା ସେଥିପାଇଁ ଜୋରଦାର ପ୍ରସ୍ତୁତି ମଧ୍ୟ କରିଛନ୍ତି . ତେବେ ଷ୍ଟାର ପେସର ବୁମରାଙ୍କ ବିନା ପଡିଆକୁ ଓହ୍ଲାଇବ ଭାରତୀୟ ଦଳ । ଘରୋଇ ପରିବେଶରେ ଇଶାନ୍ତ ଶର୍ମା ଓ ମହମ୍ମଦ ଶାମୀ ଘାତକ ସାବ୍ୟସ୍ତ ହୋଇପାରନ୍ତି । ଅନ୍ୟପଟେ ଭାରତୀୟ ସ୍ପିନରଙ୍କୁ ଖେଳିବା ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନଙ୍କ ପାଇଁ କାଠିକର ପାଠ ହୋଇପାରେ ।

India Vs south Africa
ଡିଜାଇନ ଫଟୋ

ତେବେ ନଜର ପକାନ୍ତୁ କାହା ଭିତରେ ହୋଇପାରେ କଡ୍ଡା ଟକ୍କର:

1. ବିରାଟ କୋହଲି ବନାମ କାସିଗୋ ରବାଡା
ରବାଡା ଓ କୋହଲିଙ୍କ ମଧ୍ୟରେ ଦେଖିବାକୁ ମିଳିବାରେ ସଂର୍ଘର୍ଷ । ରବାଡା ଦକ୍ଷଣ ଆଫ୍ରିକାର ପ୍ରମୁଖ୍ୟ ବୋଲର । ଭାରତୀୟ ପିଚ ସହିତ ମଧ୍ୟ ବେଶ ପରିଚିତ । ଭାରତୀୟ ସୁଇଂ ପିଚରୁ ଫାଇଦା ଉଠାଇ ପାରନ୍ତି ରବାଡା । ଏପରିକି ମ୍ୟାଚ ଆରମ୍ଭରେ ଟିମ ଇଣ୍ଡିଆର ଟପ ଅର୍ଡରକୁ ଅଡୁଆରେ ପକାଇ ପାରନ୍ତି ରବାଡା । ତେବେ କ୍ୟାପଟେନ କୋହଲି ଦମଦାର ଫର୍ମରେ ଅଛନ୍ତି । ଘରୋଇ ପରିବେଶରେ କୋହଲି ଆହୁରି ପ୍ରଭାବି ପ୍ରଦର୍ଶନ କରିପାରନ୍ତି ।

2.ରୋହିତ ଶର୍ମା ବନାମ ଭର୍ଣ୍ଣନ ଫିଲାଣ୍ଡର
ହିଟମ୍ୟାନ ରୋହିତ ଶର୍ମା ଏହି ସିରିଜରେ ନୂଆ ଦାୟିତ୍ବ ସହିତ ନଜର ଆସିପାରନ୍ତି । ନୀୟମିତ ଦିନିକିଆ ଓପନରରୁ ଟେଷ୍ଟରେ ମଧ୍ୟ ଓପନିଙ୍ଗ ପାଇଁ ସୁଯୋଗ ମିଳିପାରେ । ଦଳ ଚୟନବେଳେ ଓପନର ଭାବେ ରୋହିତ ଦଳରେ ସ୍ଥାନ ପାଇଛନ୍ତି । ତେବେ ଫିଲାଣ୍ଡର ଅଭିଜ୍ଞ ଓ ନୂଆ ବଲରେ ଚକମା ଦେବାରେ ମାହିର । ଫିଲାଣ୍ଡରଙ୍କୁ ଭାରତୀୟ ସୁଇଂ ପିଚ ଅଧିକ ସୁହାଇବ । ସେଥପାଇଁ ହିଟମ୍ୟାନଙ୍କୁ ଶୀଘ୍ର ଶୀକାର କରିପାରନ୍ତି ଫିଲାଣ୍ଡର ।

3. ଫାଫ ଡୁପ୍ଲେସିସ ବନାମ ମହମ୍ମଦ ସାମୀ
ଡୁପ୍ଲେସିସ ବର୍ତ୍ତମାନର ଦକ୍ଷିଣ ଆଫ୍ରିକା ଦଳର ବ୍ୟାଟିଂ ମେରୁଦଣ୍ଡ । ବିଶ୍ବକପରେ ଦଳରେ ନୈରାଶାଜନକ ପ୍ରଦର୍ଶନ ପରେ ସେ ଚାପରେ ରହିଛନ୍ତି । ବୋର୍ଡ ମଧ୍ୟ ଟି20ରେ କ୍ବିଣ୍ଟନ ଡିକକଙ୍କ କ୍ୟାପଟେନ ଦାୟିତ୍ବ ଦେଇଥିଲା । ତେବେ ଫର୍ମରେ ଥିବା ସାମୀ ଡୁପ୍ଲେସିସଙ୍କୁ ନୀରବ ରକିବା ପାଇଁ ଦମ ଲଗାଇବେ ।

4. ଆଡାମ ମାର୍କ୍ରମ ବନାମ ଇଶାନ୍ତ ଶର୍ମା
ବୁମରାଙ୍କ ଅନୁପସ୍ଥିତିରେ ଭାରତୀୟ ପେସ ଆଟାକର ଭାର ସମ୍ଭାଲିବେ ଇଶାନ୍ତ । ଲମ୍ବା ସ୍ପେଲ ବୋଲିଂ କରିବାରେ ଇଶାନ୍ତ ସିଦ୍ଧହସ୍ତ । ଷ୍ଟାଇଲିଷ୍ଟ ଆଡାମ ମାର୍କ୍ରମ ଦକ୍ଷିଣ ଆଫ୍ରିକାର ଅନ୍ୟତମ ବ୍ୟାଟିଂ ମେରୁଦଣ୍ଡ । ଇଶାନ୍ତଙ୍କ ଓ ଆଡାମଙ୍କ ମଧ୍ୟରେ ଜୋରଦଜାର ଲଢେଇ ହୋଇପାରେ ।

5.ଚେତେଶ୍ବର ପୁଜାରା ବନାମ ଦକ୍ଷିଣ ଆଫ୍ରିକା ଦଳ
ଭାରତୀୟ ଟିମର ବ୍ୟାଟିଂ ତ୍ରାଣକର୍ତ୍ତା ଟେଷ୍ଟ ଫେବରିଟ ବ୍ୟାଟ୍ସମ୍ୟାନ ଚେତେଶ୍ବର ପୂଜାରା । ତାଙ୍କ ସାମ୍ନାରେ ଦକ୍ଷିଣ ଆଫ୍ରିକାର ସମସ୍ତ ବୋଲରଙ୍କ ଅଗ୍ନି ପରୀକ୍ଷା ହେବ । ସହଜରେ ଖରାପ ସଟ ଖେଳି ଅନାୟସରେ ୱିକେଟ ଦିଅନ୍ତିନି ପୂଜାରା । ଏଥସହିତ ଲମ୍ବା ପାଳି ଖେଳି ପ୍ରତିପକ୍ଷ ଟିମକୁ ମ୍ୟାଚରୁ ବହୁ ଦୁରକୁ ନେଇଯିବାରେ ମାହିର । ତେଣୁ ପୂଜାରଙ୍କ ୱିକେଟ ଦଖଲ ପାଇଁ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ କଷ୍ଟ କରିବାକୁ ପଡିପାରେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.