ETV Bharat / sports

ବୁଧବାରଠୁ ବିଶାଖାପାଟନମରେ ଟେଷ୍ଟ ଲଢେଇ - india aims to start series with wining note

ବୁଧବାରଠୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ ଶୃଙ୍ଖଳାର ପ୍ରଥମ ଟେଷ୍ଟ ମ୍ୟାଚ । ମ୍ୟାଚ ପୂର୍ବରୁ ଏକାଦଶରୁ ପନ୍ତଙ୍କୁ ବାଦ, ରୋହିତ୍‌ଙ୍କ ଟେଷ୍ଟ ଓପନିଂ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରେକର୍ଡ ତାଲିକା ପରି କିଛି ରୋଚକ ତଥ୍ୟ ଉପରେ ନଜର ପକାଇବା ।

ବୁଧବାରଠୁ ବିଶାଖାପାଟନମ୍‌ରେ ଟେଷ୍ଟ ଲଢେଇ
author img

By

Published : Oct 1, 2019, 10:13 PM IST

Updated : Oct 1, 2019, 10:22 PM IST

ବିଶାଖାପାଟନମ: ହ୍ୱାଇଟ କ୍ରିକେଟର ଦୀର୍ଘତମ ଫର୍ମାଟର 2ୟ ପରୀକ୍ଷାରେ ବିରାଟ ବାହିନୀ । ବୁଧବାରଠୁ ବିଶାଖାପାଟନମ ମୈଦାନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ ଶୃଙ୍ଖଳାର ପ୍ରଥମ ଟେଷ୍ଟ ମ୍ୟାଚ । ଏନେଇ ଚୂଡାନ୍ତ ଏକାଦଶ ଘୋଷଣା ହୋଇସାରିଥିବା ବେଳେ ମଙ୍ଗଳବାର ଘରୋଇ ମୈଦାନରେ ବି ଖୁବ୍‌ ଝାଳ ବୁହାଇଛି ବିରାଟ ସେନା । ତେବେ ମ୍ୟାଚ ପୂର୍ବରୁ ଏକାଦଶରୁ ପନ୍ତଙ୍କୁ ବାଦ, ରୋହିତ୍‌ଙ୍କ ଟେଷ୍ଟ ଓପନିଂ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରେକର୍ଡ ତାଲିକା ପରି କିଛି ରୋଚକ ତଥ୍ୟ ଉପରେ ନଜର ପକାଇବା ।

ତେବେ ଏହି ଘରୋଇ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ ସ୍ଥାନୀୟ ୱାଇ ଏସ ଚନ୍ଦ୍ରଶେଖର ଷ୍ଟାଡିୟମରେ ସକାଳ 9.30ରେ ଖେଳାଯିବ । ମ୍ୟାଚ ପୂର୍ବରୁ ଚୂଡାନ୍ତ ଏକାଦଶ ଘୋଷଣା କରିଛନ୍ତି ଚୟନକର୍ତ୍ତା ।

ଏକାଦଶରୁ କଟିଲା ପନ୍ତଙ୍କ ‘ପତା’-

ଏକାଦଶରୁ କଟିଲା ପନ୍ତଙ୍କ ପତ୍ତା
ପ୍ରଥମ ଟେଷ୍ଟ

ଟି-20 ସିରିଜରେ ବିଫଳରେ ପରେ ପନ୍ତଙ୍କ ମୁଣ୍ଡରେ ଝୁଲୁଥିଲା ଖଣ୍ଡା । ଶେଷରେ ତାହା ଖସି ପଡିସାରିଛି । ପ୍ରଥମ ଟେଷ୍ଟ ପାଇଁ ଚୂଡାନ୍ତ ଏକାଦଶରୁ ପନ୍ତଙ୍କୁ ବାଦ ଦେଇଛନ୍ତି ଚୟନକର୍ତ୍ତା । ତାଙ୍କ ସ୍ଥାନରେ ରିଦ୍ଧିମାନ ଶାହାଙ୍କୁ ସାମଲ କରାଯାଇଛି । ନିକଟରେ ଶେଷ ହୋଇଥିବା ଭାରତର ଇଣ୍ଡିଜ୍‌ ଗସ୍ତରେ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ପନ୍ତ 24 ଓ 27ରନ କରିଥିଲେ । ସେହିପରି ଘରୋଇ ଟି-20 ସିରିଜରେ ମଧ୍ୟ ଖରାପ ଫର୍ମ ଜାରି ରଖି 0 ଓ 19ରନ କରିଥିଲେ । ଯାହା ଫଳରେ ବାଧ୍ୟ ହୋଇ ଚୟନକର୍ତ୍ତା ଏହି ଟେଷ୍ଟରୁ ପନ୍ତଙ୍କୁ ବାଦ ଦେଇଛନ୍ତି । ତେବେ ପନ୍ତଙ୍କ ବାଦ ପଡିବା ପରେ ଅଧିନାକୟ କୋହଲି କିନ୍ତୁ ପନ୍ତଙ୍କୁ ଅଧିକ ସୁଯୋଗ ଦେବାକୁ କହିଛନ୍ତି । ବିରାଟ କହିଛନ୍ତି, "ମୋ ହିସାବରେ ପନ୍ତଙ୍କୁ ଆଉ କିଛି ସୁଯୋଗ ମିଳିବା ଦରକାର । କାରଣ ବିଗତ ଦିନରେ ସେ ଦଳ ପାଇଁ ବହୁତ କିଛି କରିଛନ୍ତି ।"

ରିଦ୍ଧିମାନ ଇନ୍‌-

ଘରୋଇ ଟେଷ୍ଟ ଶୃଙ୍ଖଳା

ତେବେ ପନ୍ତଙ୍କ ସ୍ଥାନରେ ଦଳରେ ବେଙ୍ଗଲ ୱିକେଟ କିପର ରିଦ୍ଧିମାନ ଶାହାଙ୍କୁ ସାମିଲ କରାଯାଇଛି । ରିଦ୍ଧିମାନଙ୍କ ଦଳରେ ସାମିଲ ନେଇ ବିରାଟ କହିଛନ୍ତି, "ଶାହା ବିଶ୍ବର ଅନ୍ୟତମ ସର୍ବଶ୍ରେଷ୍ଠ ୱିକେଟକିପର । ଆହତ କାରଣରୁ ସେ ଦୀର୍ଘଦିନ ଧରି ଟିମରୁ ବାହାରେ ରହିଥିଲେ । ଅଗଷ୍ଟରେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ସହ ଟିମକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ମାତ୍ର ତାଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିବାକୁ ସୁଯୋଗ ମିଳିନଥିଲା ।"

‘ନୂଆ ଫର୍ମାଟରେ ପୁରୁଣା ଓପନର’-

ନୂଆ ଫର୍ମାଟରେ ପୁରୁଣା ଓପନର
ଘରୋଇ ଟେଷ୍ଟ ଶୃଙ୍ଖଳା

ବିଶ୍ବର ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ଦିନିକିଆ କ୍ରିକେଟର ହିଟ୍‌ମ୍ୟାନ ବନିଥିବା ରୋହିତ ଶର୍ମା ଆସନ୍ତାକାଲି ଟେଷ୍ଟରେ ଓପନ କରିବାକୁ ଯାଉଛନ୍ତି । ଅଭ୍ୟାସ ମ୍ୟାଚରେ ଫେଲ ହେବା ପରେ କାଲି ମ୍ୟାଚରେ ରୋହିତଙ୍କ ଉପରରେ ସମସ୍ତଙ୍କ ନଜର ରହିଛି । ୱେଷ୍ଟଇଣ୍ଡିଜ୍ ଗସ୍ତରେ ତାଙ୍କୁ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ମଧ୍ୟକ୍ରମରେ ସୁଯୋଗ ମିଳିନଥିଲା । ତେବେ ଖରାପ ଫର୍ମ କାରଣରୁ ଲୋକେଶ ରାହୁଲଙ୍କୁ ବାଦ୍ ଦିଆଯାଇଛି । ଫଳରେ ଓପନିଂ ପାଇଁ ରୋହିତଙ୍କ ପାଖରେ ଏବେ ସୁଯୋଗ ରହିଛି । ମୟଙ୍କ ଅଗ୍ରୱାଲଙ୍କ ସହ ଓପନ୍ କରିବେ ରୋହିତ । ରୋହିତ ଏପର୍ଯ୍ୟନ୍ତ 27 ଟେଷ୍ଟରେ 39.62 ହାରରେ 1585 ରନ୍ କରିଛନ୍ତି । ତେବେ କୋହଲି ମଧ୍ୟ ରୋହିତଙ୍କୁ ସମର୍ଥନ କରି କହିଛନ୍ତି, "ଟେଷ୍ଟରେ ରୋହିତଙ୍କୁ ପର୍ଯ୍ୟାପ୍ତ ସୁଯୋଗ ମିଳିବ । ଯଦି ଓପନର ଭାବେ ସେ ସଫଳ ହୁଅନ୍ତି ।"

ଘରୋଇ ଟେଷ୍ଟ ଶୃଙ୍ଖଳା

ଅନ୍ୟପଟେ ଗତବର୍ଷ ଡିସେମ୍ବରରେ ଆଡିଲେଡ୍ ଟେଷ୍ଟରେ ଆହତ ହେବା ପରେ ଅଶ୍ବିନୀ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରରେ ଥିଲେ । ମାତ୍ର ଏବେ ସେ ଏକାଦଶରେ ନିଜ ସ୍ଥାନ ପକ୍କା କରିଛନ୍ତି । ତେବେ ତାଙ୍କ ସାଥ୍ ଦେବେ ରବୀନ୍ଦ୍ର ଜାଡେଜା । ଯଦି ୱିକେଟ୍ ଭଲ ରହେ, ତେବେ ହନୁମା ବିହାରୀ ତୃତୀୟ ସ୍ପିନର୍ ଭୂମିକା ବହନ କରିପାରନ୍ତି । ଯଶପ୍ରୀତ ବୁମରାଙ୍କ ଆହାତ ଭାରତ ପାଇଁ ବଡ଼ ଝଟକା ହୋଇଛି । ତାଙ୍କ ଅନୁପସ୍ଥିତିରେ ଈଶାନ୍ତ ଶର୍ମା ଏବଂ ମହମ୍ମଦ ଶାମିଙ୍କ ଯୋଡ଼ି ପେସ୍ ବିଭାଗ ସମ୍ଭାଳିବେ ।

ବିଜୟାଦଶମୀରେ ଏକାଦଶ ଘରୋଇ ଶୃଙ୍ଖଳାର ବିଜୟ-

ରିଦ୍ଧିମାନ ଇନ୍‌
ଘରୋଇ ଟେଷ୍ଟ ଶୃଙ୍ଖଳା

ଗତବର୍ଷ ଇଣ୍ଡିଜ୍‌କୁ 2-0ରେ ପରାସ୍ତ କରି ଦଶମ ଘରୋଇ ଶୃଙ୍ଖଳା ଜିତିଥିଲା ଭାରତୀୟ ଦଳ । ତେବେ ଏହି ଶୃଙ୍ଖଳା ଜିତିଲେ ଭାରତର ଏହା ଏକାଦଶ ଘରୋଇ ବିଜୟ ଶୃଙ୍ଖଳା ହେବ । ଆଉ ଯାହାର ଶୁଭାରମ୍ଭ ବିଜୟାଦଶମୀରୁ ଆରମ୍ଭ ହେବ ବୋଲି ଆଶା କରାଯାଉଛି । 2013 ଠାରୁ ଗୋଟିଏ ବି ଘରୋଇ ଶୃଙ୍ଖଳା ହାରି ନାହି ଭାରତୀୟ ଦଳ ।

ଦକ୍ଷିଣ ଆଫ୍ରିକାର ମିଶନ-

ଟି-20 ସିରିଜକୁ ନୂଆ ଅଧିନାୟକ ଡି କକ୍‌ ବରାବର ରଖିବା ପରେ ଏବେ ଫାପ୍‌ ଡୁ ପ୍ଲେସିସଙ୍କ ମନୋବଳ ବଢିଯାଇଛି । ତେବେ ଡୁ ପ୍ଲେସିସଙ୍କ ଏହି ଯୁବ ଦଳରେ ଆଇଡେନ୍ ମର୍କରାମ ଓ ତେମ୍ବା ବାଭୁମାଙ୍କ ଭଳି ଆକ୍ରମକ ଖେଳାଳି ରହିଛନ୍ତି । ସେହିପରି କାଗିସୋ ରବାଡା, ଭର୍ନନ୍ ଫିଲାଣ୍ଡର ଏବଂ ଲୁଙ୍ଗି ଏନଗିଡିଙ୍କୁ ଗଠିତ ପେସ୍ ଆକ୍ରମଣ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇ ପାରନ୍ତି ।

  • ଭାରତୀୟ ଏକାଦଶ: ବିରାଟ କୋହଲି (କ୍ୟାପଟେନ୍‌), ଅଜିଜ୍ଞ ରାହାଣେ, ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୂଜାରା, ହନୁମା ବିହାରୀ, ଆର ଅଶ୍ବିନ, ରବିନ୍ଦ୍ର ଜାଡେଜା, ରିଦ୍ଧିମାନ ଶାହା(ୱିକେଟକିପର), ଇଶାନ୍ତ ଶର୍ମା, ମହମ୍ମଦ ସାମୀ ।
  • ଦକ୍ଷିଣ ଆଫ୍ରିକା: ଫାଫ୍ ଡ୍ୟୁପ୍ଲେସିସ୍ (କ୍ୟାପଟେନ୍), ତେମ୍ବା ବାଭୁମା, ଥ୍ୟୁନିସ୍ ଡି ବ୍ରୁନ୍, କ୍ୱିଣ୍ଟନ୍ ଡି’କକ୍, ଡିନ୍ ଏଲଗାର, ଜୁବୈର୍ ହମଜା, କେଶବ ମହାରାଜ, ଆଇଡେନ୍ ମର୍କରାମ୍, ସେନୁରାନ ମୁଥୁସାମୀ, ଲୁଙ୍ଗି ଏନଗିଡି, ଏନରିଚ୍ ନୋର୍ଟଜେ, ଭର୍ନନ୍ ଫିଲାଣ୍ଡର୍, ଡେନ୍ ପିଟ୍, କାଗିସୋ ରବାଡା, ରୁଡି ସେକେଣ୍ଡ ।

Intro:Body:

uuu

Conclusion:
Last Updated : Oct 1, 2019, 10:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.