ETV Bharat / sports

ରବିବାର ପ୍ରଥମ ଟି-20: ବିରାଟ ଆଣ୍ଡ କୋ' ର ଟି-20 ବିଶ୍ବକପ ପ୍ରସ୍ତୁତି - ପ୍ରଥମ ଟି-20

ଆସନ୍ତାକାଲି (ରବିବାର) ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ ଆରମ୍ଭ କରିବ ବିରାଟ ଆଣ୍ଡ କୋ । ତେବେ ଭାରତୀୟ ସମୟ ସଂଧ୍ୟା 7ଟାରେ ଖେଳାଯିବ ପ୍ରଥମ ଟି-20 ମ୍ୟାଚ ।

ଡିଜାଇନ ଫଟୋ
author img

By

Published : Sep 14, 2019, 10:20 PM IST

ଧର୍ମଶାଳା: ଆସନ୍ତାକାଲି (ରବିବାର) ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ ଆରମ୍ଭ କରିବ ବିରାଟ ଆଣ୍ଡ କୋ । ତେବେ ନିକଟରେ ଶେଷ ହୋଇଥିବା ଇଣ୍ଡଜ୍‌ ଗସ୍ତକୁ କ୍ଲିନ ସୁଇପ କରିବା ପରେ ଆତ୍ମବିଶ୍ବସରେ ଭରପୁର ରହିଛି ଭାରତୀୟ ଦଳ । ମାତ୍ର ଆଗାମୀ 13 ମାସ ପରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଯାଉଥିବା ଟି-20 ବିଶ୍ବକପ ପାଇଁ ଏବେଠୁ ଆରମ୍ଭ ହେବ କୋହଲି ବାହିନୀର ପରୀକ୍ଷା । ଆଗାମୀ 13 ମାସ ମଧ୍ୟରେ ଦଳ ଖେଳିବ ପାଖାପାଖି 20 ଟି-20 ମ୍ୟାଚ ଓ ଆଇପିଏଲ ସିଜିନ । ଯୁବ ଖେଳାଳିଙ୍କୁ ନେଇ ଆଗାମୀ 13 ମାସ ମଧ୍ୟରେ ଚୟନକର୍ତା ଓ କୋଚ ରଖିବେ ସମସ୍ତ ଅସମାହିତ ପ୍ରଶ୍ନର ଉତ୍ତର ।

India vs South Africa, 1st T20 preview
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ଭାରତୀୟ ସମୟ ସଂଧ୍ୟା 7ଟାରେ ଖେଳାଯିବ ଏହି ମ୍ୟାଚ । ଅଧିନାୟକ, ତାଙ୍କ ଡେପ୍ୟୁଟି ଓ ଦୁଇ ତିନି ଜଣ ସିନିୟର ଖେଳାଳିଙ୍କୁ ଛାଡିଦେଲେ ଦଳରେ ଅନ୍ୟ ସମସ୍ତେ ୟଙ୍ଗଷ୍ଟାର । ପରୀକ୍ଷା ହେବ ସେମାନଙ୍କର ଦକ୍ଷତା । ଧୋନିଙ୍କ ବିକଳ୍ପ ପନ୍ତ ଓ ପେସ ଲାଇନ-ଅପରେ ଚହର ଓ ସାଇନଙ୍କ ଉପରେ ରହିବ ନଜର । ସେହପରି ମଧ୍ୟ କ୍ରମରେ ମନିଷ ପାଣ୍ଡେ ଓ ଦିଲ୍ଲୀ କ୍ୟାପିଟଲ୍ସର ଅଧିନାୟକ ଶ୍ରେୟସ ଆୟାରଙ୍କ ମଧ୍ୟ ଦକ୍ଷତାର ହେବ ପରୀକ୍ଷା ।

ଅନ୍ୟପଟେ କୁଳ-ଚା ଯୋଡିର ବିକଳ୍ପ ସ୍ପିନ ଭାବେ ମଧ୍ୟ କିଏ ଉଭା ହେବେ ତାହା ମଧ୍ୟ ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ମନରେ ଅସମାହିତ ପ୍ରଶ୍ନ । ତେଣୁ ଏତିକି କହି ପାରିବା ଆସନ୍ତାକାଲିଠୁ ଆରମ୍ଭ ହେବ ବିରାଟ ଓ ତାଙ୍କ ୟଙ୍ଗ କୋ' ର ଟି-20 ବିଶ୍ବକପ ପରୀକ୍ଷା ।

India vs South Africa, 1st T20 preview
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଅନ୍ୟପଟେ ଆସନ୍ତାକାଲି ମ୍ୟାଚ ପାଇଁ ଅତିଥି ଦକ୍ଷିଣ ଆଫ୍ରିକା ମଧ୍ୟ ଜୋରଦାର ପ୍ରସ୍ତୁତି କରିଛି । ଦଳର ଅଧିନାୟକ ତଥା ୱିକେଟକିପର ବ୍ୟାଟ୍ସମ୍ୟାନ କ୍ବାଣ୍ଟିନ ଡି କକ୍‌ ମଧ୍ୟ ଦମଦାର ଫର୍ମରେ ଅଛନ୍ତି । ସେହିପରି ପେସ ବିଭାଗରେ କାସିଗୋ ରବଡା ଓ ବିସ୍ଫୋରକ ଡେଭିଡ ମିଲରଙ୍କ ଖତରନାକ ଫର୍ମ ମଧ୍ୟ ଭାରତୀୟ ଦଳ ପାଇଁ ବିପଦ ସୃଷ୍ଟି କରିପାରେ ।

  • ଭାରତୀୟ ସମ୍ଭାବ୍ୟ ଏକାଦଶ: ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା, ଶିଖର ଧୱନ, ଶ୍ରେୟସ ଆୟର, ଋଷବ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୃଣାଲ ପାଣ୍ଡ୍ୟା, ରାହୁଲ ଚହର, ଦୀପକ ଚହର, ଖଲିଲ ଅହମ୍ମଦ ।
  • ଦକ୍ଷିଣ ଆଫ୍ରିକା ସମ୍ଭାବ୍ୟ ଏକାଦଶ: କ୍ବାଣ୍ଟିନ ଡି କକ୍‌(ଅଧିନାୟକ), ରାଶି ଭାନଡେର ଡିସେନ, ଟିମ୍ବା ଭୌମା, ଜୁନିୟର ଡାଲା, ବେରୁଅନ ହ୍ୟାଣ୍ଡିରକ୍‌, ଡେଭିଡ ମିଲର, ଅନ୍ଦିଲ ପେଲୁକାୱ, କାଶିଗୋ ରବଡା, ତାବ୍ରିଜ୍‌ ଶାମି, ବ୍ରୋଞ୍ଜ ଫରତୁନ ।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.