ETV Bharat / sports

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ: ସଚିନଙ୍କ ଏହି ରେକର୍ଡର ସମକକ୍ଷ ରାହାଣେ

4ର୍ଥ ୱିକେଟ ଯୋଡିରେ 5ମ ଥର 200ରୁ ଅଧିକ ରନ ପାର୍ଟନରସିପ କରି ସଚିନ ତେନ୍ଦୁଲକରଙ୍କ ସହ ସମକକ୍ଷ ହୋଇଛନ୍ତି ରାହାଣେ ।

author img

By

Published : Oct 20, 2019, 11:52 PM IST

ଫଟୋ ସୌଜନ୍ୟ: twitter@ICC

ରାଞ୍ଚି: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ଟିମ ଇଣ୍ଡିଆ ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ ଦମଦାର ଶତକ ହାସଲ କରିଛନ୍ତି । ରୋହିତଙ୍କ ସହ ମିଶି ରାହାଣେ 4ର୍ଥ ୱିକେଟ ଯୋଡିରେ 267ରନର ରେକର୍ଡ ପାର୍ଟନରସିପ କରିଛନ୍ତି । ଏକଦା 3ଟି ଶୀଘ୍ର ୱିକେଟ ହରାଇ ସଂକଟରେ ଥିବା ଭାରତ 497/9 ପାଳି ଘୋଷଣା କରିଛି ।

ଏଥିସହିତ ଘରୋଇ ମୈଦାନରେ 3ବର୍ଷ ପରେ ରାହାଣେ ନିଜର ଶତକ ମଧ୍ୟ ପୂରଣ କରିଥିଲେ । 115 ରନର ଇଂନିସ ସହ ରାହାଣେ, ରୋହିତଙ୍କ ଭରପୁର ସାଥ ଦେଇଥିଲେ । ଫଳରେ ଭାରତର ସ୍କୋର 400 ପାର କରିଥିଲା । ତେବେ 4ର୍ଥ ୱିକେଟରେ 200ରୁ ଅଧିକ ରନ ପାର୍ଟନରସିପ କରିବାରେ ସଚିନ ତେନ୍ଦୁଲକରଙ୍କ ସହ ସମକକ୍ଷ ହୋଇଛନ୍ତି ରାହାଣେ । 5ମ ଥର ଏହି କରିସ୍ମା କରି ଦେଖାଇଛନ୍ତି ରାହାଣେ ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.