ETV Bharat / sports

ୱେଲିଂଟନ ଟେଷ୍ଟ: ଭାରତର ପ୍ରଥମ ଇଂନିସ 165ରେ ଶେଷ, 2ବର୍ଷରେ ସର୍ବନିମ୍ନ - ଭାରତର ପ୍ରଥମ ଇଂନିସ

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ପ୍ରଥମ ଇଂନିସ ଶେଷ ହୋଇଛି । ମାତ୍ର 165 ରନରେ ସମସ୍ତ ୱିକେଟ ହରାଇଛି ଭାରତୀୟ ଦଳ ।

India vs New Zealand, 1st Test
ୱେଲିଂଟନ ଟେଷ୍ଟ
author img

By

Published : Feb 22, 2020, 8:59 AM IST

Updated : Feb 22, 2020, 12:19 PM IST

ୱେଲିଂଟନ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ପ୍ରଥମ ଇଂନିସ ଶେଷ ହୋଇଛି । ମାତ୍ର 165 ରନରେ ସମସ୍ତ ୱିକେଟ ହରାଇଛି ଭାରତୀୟ ଦଳ । ଏଥିସହିତ ଗତ ବର୍ଷରେ ସର୍ବନିମ୍ନ ପ୍ରଥମ ଇଂନିସ ସ୍କୋରର ଅଲୋଡା ରେକର୍ଡର ଅଧିକାରୀ ହୋଇଛି।

ତେବେ ୱେଲିଂଟନ ପିଚରେ ପ୍ରଥମ ଇଂନିସରେ 134 ରନର ସର୍ବନିମ୍ନ ସ୍କୋରର ରେକର୍ଡ ୱେଷ୍ଟଇଣ୍ଡିଜ ନାମରେ ରହିଥିଲା । ବର୍ଷ 2002 ପରେ 161 ଭାରତର ସର୍ବନିମ୍ନ ପ୍ରଥମ ଇଂନିସ ସ୍କୋର ରହିଥିଲା । ତେବେ ଏହାପରେ ଚଳିତ ମ୍ୟାଚରେ 165 ସର୍ବନିମ୍ନ ସ୍କୋର ହୋଇଛି ।

India vs New Zealand, 1st Test
ଫଟୋ ସୌଜନ୍ୟ: twitter @ICC

କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ହାସଲ କରିବାକୁ ସମର୍ଥ ହୋଇନାହାଁନ୍ତି । ଅଜିଙ୍କ୍ୟ ରାହେଣେ ସର୍ବାଧିକ 46 ଓ ମୟଙ୍କ ଅଗ୍ରୱାଲ 34 ରନର ଇଂନିସ ଖେଳିବାକୁ ସମର୍ଥ ହୋଇଛନ୍ତି । ଓନପର ପୃଥ୍ବୀ ଶ 16, ଚେତେଶ୍ବର ପୂଜାରା 11 ଓ ହନୁମା ବିହାରୀ 7 ରନ କରି ଫେଲ ମାରିଛନ୍ତି । ଶେଷ ଭାଗରେ ଋଷଭ ପନ୍ତ 19 ରନର ଇଂନିସ ସହ କିଛି ସମୟ ଲଢେଇ କରି ଆଶା ସଞ୍ଚାର କରିଥିଲେ। ମାତ୍ର ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଆଉଟ ହୋଇଥିଲେ ।

India vs New Zealand, 1st Test
ଫଟୋ ସୌଜନ୍ୟ: twitter @ICC

ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ ସାଉଦୀ ଓ କେଲ ଜେମିଏସନ 4ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ଟ୍ରେଣ୍ଟ ବୋଲ୍ଟ ଗୋଟିଏ ୱିକେଟ ହାସଲ କରିଛନ୍ତି ।

Last Updated : Feb 22, 2020, 12:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.