ETV Bharat / sports

ଇନ୍ଦୋର ଟେଷ୍ଟ: ଧରାଶାୟୀ ବାଂଲା, ବିଜୟମୁହାଁ ବିରାଟ ବାହିନୀ

author img

By

Published : Nov 16, 2019, 2:42 PM IST

3ୟ ଦିନର ପ୍ରଥମ ସେସନ ଖେଳ ସୁଦ୍ଧା ବାଂଲାଦେଶର ସ୍କୋର  60/4 ସହ ଭାରତର ପ୍ରଥମ ଇଂନିସ ସ୍କୋର ଠାରୁ 283 ରନ ପଛରେ ରହିଛି । ଇନ୍ଦୋର ଟେଷ୍ଟ ବିଜୟ ଠରୁ ମାତ୍ର 6ୱିକେଟ ଦୂରରେ ରହିଛି ଟିମ ଇଣ୍ଡିଆ।

ଇନ୍ଦୋର ଟେଷ୍ଟ

ଇନ୍ଦୋର: ଦ୍ୱିତୀୟ ଦିନର ଅସମାପ୍ତ ସ୍କୋର 493/6ରେ ଭାରତ ପ୍ରଥମ ଇଂନିସ ଘୋଷଣା କରିଥିଲା। ଏହାପରେ ବାଂଲାଦେଶ 2ୟ ଇଂନିସ ବ୍ୟାଟିଂ ଆରମ୍ଭ କରିଥିଲା । ପ୍ରଥମ ଇଂନିସ ଭଳି ସମାନ ଢଙ୍ଗରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଛି ଭ୍ରମଣକାରୀ ଦଳ।

ଭାରତୀୟ ପେସ ବୋଲରଙ୍କ ଘାତକ ବୋଲିଂରେ ଘାଇଲା ହୋଇଛନ୍ତି ଅନଭିଜ୍ଞ ବାଂଲାଦେଶ ବ୍ୟାଟ୍ସମ୍ୟାନ । 2 ଓପନର 2 ଅଙ୍କ ସ୍କୋର ମଧ୍ୟରେ ନିଜର ୱିକେଟ ହରାଇଛନ୍ତି । କ୍ୟାପଟେନ ମୋମିନୁଲ ହକ ମଧ୍ୟ ଭାରତୀୟ ବୋଲରଙ୍କୁ ମୁକାବିଲା କରିନପାରି ଶୀଘ୍ର ପାଭିଲିୟନ ଫେରିଛନ୍ତି।

3ୟ ଦିନର ପ୍ରଥମ ସେସନ ଖେଳ ସୁଦ୍ଧା ବାଂଲାଦେଶର ସ୍କୋର 60/4 ରହିଛି । ଭାରତର ପ୍ରଥମ ଇଂନିସ ସ୍କୋର ଠାରୁ 283 ରନ ପଛରେ ରହିଛି । ସାମି 2ଟି ୱିକେଟ ନେଇଥିବା ବେଳେ ଉମେଶ ଯାଦବ ଓ ଇଶାନ୍ତ ଶର୍ମା ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି। ଏଥିସହିତ ବିଜୟ ଠରୁ ମାତ୍ର 6ୱିକେଟ ଦୂରରେ ରହିଛି ଟିମ ଇଣ୍ଡିଆ।

Intro:Body:

GFH

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.