ETV Bharat / sports

ଇନ୍ଦୋର ଟେଷ୍ଟ: 2ୟ ଦିନ ଖେଳ ଶେଷ, 343ରନରେ ଅଗ୍ରଣୀ ଭାରତ

author img

By

Published : Nov 15, 2019, 7:24 PM IST

2ୟ ଦିନର ଖେଳ ଶେଷରେ 343ରନରେ ଅଗ୍ରଣୀ ରହିଛି ଘରୋଇ ଦଳ । ଭାରତୀୟ ପାଳିରେ ରହିଛି ମୟଙ୍କ ମ୍ୟାଜିକ୍‌ ଦ୍ବିଶତକ, ରାହେଣଙ୍କ 86ରନ ପାଳି ଓ ରବିନ୍ଦ୍ର ଜାଡେଜାଙ୍କ 60ରନ ଅପରାଜିତ ପାଳି ।

ଇନ୍ଦୋର ଟେଷ୍ଟ

ଇନ୍ଦୋର: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ଶଙ୍ଖଳାର ପ୍ରଥମ ମ୍ୟାଚ ରୋମାଞ୍ଚଙ୍କ ସ୍ଥିତିରେ । 2ୟ ଦିନର ଖେଳ ଶେଷରେ 343ରନରେ ଅଗ୍ରଣୀ ରହିଛି ଘରୋଇ ଦଳ । ଭାରତୀୟ ପାଳିରେ ରହିଛି ମୟଙ୍କ ମ୍ୟାଜିକ୍‌ ଦ୍ବିଶତକ, ରାହେଣଙ୍କ 86ରନ ପାଳି ଓ ରବିନ୍ଦ୍ର ଜାଡେଜାଙ୍କ 60ରନର ଅପରାଜିତ ପାଳି ।

ପ୍ରଥମ ଦିନର ଅସମାପ୍ତ ସ୍କୋର 86/1ରୁ ଖେଳ ଆରମ୍ଭ କରିଥିଲେ ମୟଙ୍କ ଅଗ୍ରୱାଲ ଓ ଚେତେଶ୍ବର ପୂଜାରା । 91 ରନରେ ଭାରତ 2ୟ ୱିକେଟ ହରାଇଥିଲା । ପରେ କ୍ୟାପଟେନ କୋହଲି ଶୀଘ୍ର ଆଉଟ ହୋଇଥିଲେ । ଅର୍ଦ୍ଧଶତକ ହାସଲ କରି ପୂଜାରା ନିଜର ୱିକେଟ ହରାଇଥିଲେ ।

ଏହା ପରେ ରାହାଣେ ଓ ମୟଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ଭାରତୀୟ ଇଂନିସକୁ ଆଗକୁ ବଢାଇଥିଲେ । ଉଭୟଙ୍କ ମଧ୍ୟରେ ଶତକୀୟ ପାର୍ଟନରସିପ ହୋଇଥିଲା । ତେବେ ରାହାଣେ 86ରନର ପାଳି ଖେଳି ଆବୁ ଯାୟେଦଙ୍କ ବଲରେ କ୍ୟାଚ ଆଉଟ ହୋଇଥିଲେ ।

ପରେ ପାଳି ସମ୍ଭାଳିଥିଲେ ମୟଙ୍କ ଓ ଜାଡେଜା । 330 ବଲର ଖେଳି 243ରନର ଦ୍ବିଶତକ ପାଳି ଖେଳିଥିଲେ ମୟଙ୍କ । ତାଙ୍କ ପାଳିରେ ସାମିଲ ଅଛି 28ଟି ଚୌକା ଓ 8ଟି ଛକା । 60ରନ ସହ କ୍ରିକେଜରେ ଅପରାଜିତ ରହିଛନ୍ତି ରବୀନ୍ଦ୍ର ଜାଡେଜା ଓ ଉମେଶ ଯାଦାବ (25) । ପୂର୍ବରୁ ରୋହିତ ଶର୍ମା 6 ରନ କରି ଆଉଟ ହୋଇଥିଲେ ।

ତେବେ ବାଂଲାଦେଶ ପକ୍ଷରୁ ଅବୁ ଯାୟଦ 4ଟି ୱିକେଟ ହାସଲ କରିଛନ୍ତି । ପ୍ରଥମେ ବ୍ୟାଟିଂ କରି 150ରନରେ ଅଲଆଉଟ ହୋଇଥିଲା ଘରୋଇ ଦଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.