ETV Bharat / sports

ଅଣ୍ଡର-19 ତ୍ରିରାଷ୍ଟ୍ରୀୟ ସିରିଜ ହାତେଇଲା ଭାରତୀୟ ଦଳ

19 ବର୍ଷରୁ କମ ତ୍ରୀରାଷ୍ଟ୍ରୀୟ ଦିନିକିଆରେ ଭାରତୀୟ ଦଳର ବାଜିମାତ୍‌। ଫାଇନାଲ୍ ମ୍ୟାଚରେ ବାଂଲାଦେଶକୁ 6 ଓ୍ବିକେଟରେ ପରାସ୍ତ କରିଛି ଭାରତ।

ଡିଜାଇନ ଫଟୋ
author img

By

Published : Aug 12, 2019, 2:26 PM IST

ହାଇଦ୍ରାବାଦ: ଇଂଲଣ୍ଡରେ ଆୟୋଜିତ 19 ବର୍ଷରୁ କମ ତ୍ରୀରାଷ୍ଟ୍ରୀୟ ଦିନିକିଆରେ ଭାରତୀୟ ଦଳ ଚମ୍ପିଆନ ହୋଇଛି । ଫାଇନାଲ ମ୍ୟାଚରେ ଭାରତ ବାଂଲାଦେଶକୁ 6 ଓ୍ବିକେଟରେ ପରାସ୍ତ କରିଛି ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ବାଂଲାଦେଶ । ନିର୍ଦ୍ଧାରିତ ଓଭରରେ 261ରନ ହାସଲ କରିଥିଲା ବାଂଲା । 2ୟ ଇନିଂସରେ ଭାରତ ବିଜୟଲକ୍ଷ୍ୟକୁ ପିଛା କରି 48.4 ଓଭରରେ 264ରନ ଅକ୍ତିଆର କରିଥିଲା।
ଭାରତ ପକ୍ଷରୁ ସର୍ବାଧିକ ରନ ପ୍ରିୟମ ଗର୍ଗ(73) ହାସଲ କରିଥିଲେ । ଏଥିସହ ଦିବ୍ୟାଂଶ ସକସେନା(55) ଓ ଯଶ୍ବଶୀ ଜୟସଓ୍ବାଲ(50) ରନ କରିଛନ୍ତି । ସେହିପରି ବୋଲର କାର୍ତ୍ତିକ ତ୍ୟାଗୀ ଓ ସୁଶାନ୍ତ ମିଶ୍ରା ଉଭୟ 2ଟି ଲେଖାଏଁ ଓ୍ବିକେଟ ହାସଲ କରିଛନ୍ତି । ଏଥିସହ ରବି ବିଶନୋଇ ଓ ଶୁଭାଙ୍ଗ ହେଗଡଙ୍କ ଖାତାରେ ଗୋଟିଏ ଲେଖାଏଁ ଓ୍ବିକେଟ ମିଳିଛି ।

ଏହି ତ୍ରିରାଷ୍ଟ୍ରୀୟ ସିରିଜରେ ଆୟୋଜକ ଦଳ ଇଂଲଣ୍ଡ ସମେତ ଭାରତ ଓ ବାଂଲାଦେଶ ଅଂଶଗ୍ରହଣ କରିଥିଲେ। ଇଂଲଣ୍ଡ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଲିଗ ପର୍ଯ୍ୟାୟରୁ ବାହାରି ଯାଇଥିଲା।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.