ETV Bharat / sports

ଡେ-ନାଇଟ୍ ଟେଷ୍ଟ ହେବ ବର୍ଡର-ଗାଭାସ୍କର ସିରିଜ୍ - Border-Gavaskar series

ଦିବାରାତ୍ରୀ ଟେଷ୍ଟ ମ୍ୟାଚ୍ ଡିସେମ୍ବର 17 ରୁ 21 ମଧ୍ୟରେ ଖେଳାଯିବ ଏବଂ ଅବଶିଷ୍ଟ ତିନୋଟି ଟେଷ୍ଟ ମେଲବୋର୍ଣ୍ଣ (ଡିସେମ୍ବର 26-30), ସିଡନୀ (ଜାନୁଆରୀ 7-11) ଏବଂ ବ୍ରିସବେନ୍ (ଜାନୁଆରୀ 15-19) ରେ ଅନୁଷ୍ଠିତ ହେବ ।

ଡେ-ନାଇଟ୍ ଟେଷ୍ଟ ହେବ ବର୍ଡର-ଗାଭାସ୍କର ସିରିଜ୍

author img

By

Published : Oct 6, 2020, 10:01 PM IST

ସିଡନୀ: ଚଳିତ ବର୍ଷ ଶେଷରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ସିରିଜ୍ ଆଡିଲେଡ୍ ଓଭାଲରେ ଡେ-ନାଇଟ୍ ଟେଷ୍ଟରୁ ଆରମ୍ଭ ହେବ । ତେବେ ବିରାଟ କୋହଲିଙ୍କ ଦଳ ପ୍ରଥମ ଥର ପାଇଁ ବିଦେଶ ମାଟିରେ ଗୋଲାପୀ ବଲ ଟେଷ୍ଟ ଖେଳିବ ।

ଦିବାରାତ୍ରୀ ଟେଷ୍ଟ ମ୍ୟାଚ୍ ଡିସେମ୍ବର 17 ରୁ 21 ମଧ୍ୟରେ ଖେଳାଯିବ ଏବଂ ଅବଶିଷ୍ଟ ତିନୋଟି ଟେଷ୍ଟ ମେଲବୋର୍ଣ୍ଣ (ଡିସେମ୍ବର 26-30), ସିଡନୀ (ଜାନୁଆରୀ 7-11) ଏବଂ ବ୍ରିସବେନ୍ (ଜାନୁଆରୀ 15-19) ରେ ଅନୁଷ୍ଠିତ ହେବ । ତେବେ ଏହି ଟେଷ୍ଟ ପରେ 3 ଟି ଦିନିକିଆ ଏବଂ 3 ଟି-20 ଖେଳାଯିବ । କିନ୍ତୁ ସୀମିତ ଓଭର କ୍ରିକେଟ ପାଇଁ କ୍ରିକେଟ୍ ଅଷ୍ଟ୍ରେଲିଆ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ନିଶ୍ଚିତ ହୋଇପାରି ନାହିଁ ।

4 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆକୁ 2-1ରେ ପରାସ୍ତ କରି ଭାରତ ବର୍ଡର-ଗାଭାସ୍କର ଟ୍ରଫି ବଜାୟ ରଖିଥିଲା । 2018-19 ଟୁରରେ ସମାନ ବ୍ୟବଧାନରେ ଦିନିକିଆ ସିରିଜ ଜିତିବା ବେଳେ 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜ୍ 1-1ରେ ଶେଷ ହୋଇଥିଲା ଏବଂ ଗୋଟିଏ ମ୍ୟାଚ ଡ୍ର ରହିଥିଲା ।

ସଂଯୁକ୍ତ ଆରବ ଏମିରେଟ୍ସରେ ଅନୁଷ୍ଠିତ ହେଉଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) 2020 ସମାପ୍ତ ହେବା ପରେ ଧଳା ଏବଂ ନାଲି-ବଲ୍ ସିରିଜ୍ ପାଇଁ ଭାରତୀୟ ସ୍କ୍ବାର୍ଡ ବ୍ରିସବେନ୍ ଯିବେ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.