ETV Bharat / sports

ଭାରତ ବନାମ ଶ୍ରୀଲଙ୍କା ଟି20: ଗୌହାଟୀ ଷ୍ଟାଡିୟମରେ କଡା କଟକଣା

ଗୌହାଟୀରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଟି20 ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ଏଥିପାଇଁ ଷ୍ଟାଡିୟମ ପ୍ରବେଶ ବେଳେ ଦର୍ଶକଙ୍କୁ କେବଳ ମନିପର୍ସ- ମୋବାଇଲ ଛଡା ଅନ୍ୟ ସମସ୍ତ ସାମଗ୍ରୀକୁ ବାରଣ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Jan 4, 2020, 1:26 PM IST

India-Sri Lanka T20
ଭାରତ ବନାମ ଶ୍ରୀଲଙ୍କା ଟି20

ଗୌହାଟୀ: ରବିବାର ଗୌହାଟୀରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଟି-20 ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜରେ ପ୍ରଥମ ମ୍ୟାଚ ବିଜୟ ଲକ୍ଷ୍ୟରେ ଉଭୟ ଟିମ ରହିଛନ୍ତି ।

ତେବେ ଗୌହାଟୀରେ ଗତ କିଛିଦିନ ତଳେ ନାଗରିକତ୍ବ ସଂଶୋଧନ ଆଇନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଏମିତିକି କିଛି ସ୍ଥାନରେ ହିଂସା ଘଟିବାର ସୂଚନା ମଧ୍ୟ ଆସିଥିଲା । ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଗୌହାଟୀରେ କର୍ଫ୍ୟୁ ଜାରି ହୋଇଥିଲା । ତେବେ ବର୍ତ୍ତମାନ ସ୍ଥିତି ଅତ୍ୟନ୍ତ ଶାନ୍ତଥିବା ଆସାମ କ୍ରିକେଟ ଆସୋସିଏସନ(ACA) କୁହାଯାଇଛି । ମ୍ୟାଚର ସଫଳ ଆୟୋଜନରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଜଣାପଡିଛି ।

India-Sri Lanka T20
ଫଟୋ ସୌଜନ୍ୟ: twitter@ANI

ତେବେ ଷ୍ଟାଡିୟମକୁ ଦର୍ଶକଙ୍କ ପାଇଁ ରାଜ୍ୟ କ୍ରିକେଟ ଆସୋସିଏସନ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । ଷ୍ଟାଡିୟମ ଭିତରକୁ ପ୍ରବେଶ ବେଳେ ଦର୍ଶକ ସାଙ୍ଗରେ କେବଳ ନିଜର ମନିପର୍ସ ଓ ମୋବାଇଲ ଫୋନ ନେଇପାରିବେ । ଏହାବ୍ୟତୀତ ଅନ୍ୟ କୌଣସି ସାମଗ୍ରୀ ଷ୍ଟାଡିୟମ ଭିତରକୁ ଛଡାଯିବ ନାହିଁ । ଖାଦ୍ୟ ଓ ପିଇବା ପାଣିର ବ୍ୟବସ୍ଥା ଷ୍ଟାଡିୟମରେ ଭିତରେ କରାଯାଇଥିବା କହିଛନ୍ତି ଏସିଏ ସମ୍ପାଦକ ଦେବଜିତ ସାଇକିଆ ।

Intro:Body:

jkjkjk

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.