ETV Bharat / sports

ଯୁବିଙ୍କ ଟାର୍ଗେଟରେ ଟିମ ଇଣ୍ଡିଆର ଚୟନକର୍ତ୍ତା

ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଓ କମିଟିକୁ ପୂର୍ବତନ ଷ୍ଟାର ଅଲରାଉଣ୍ଡର ଯୁବରାଜ ସିଂହ କଟାକ୍ଷ କରିଛନ୍ତି ।

ଯୁବରାଜ ସିଂହ
author img

By

Published : Nov 5, 2019, 3:14 PM IST

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଷ୍ଟାର ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଟାର୍ଗେଟରେ ଚୟନକର୍ତ୍ତା । ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଓ କମିଟିକୁ ଯୁବି କଟାକ୍ଷ କରିଛନ୍ତି । ତେବେ କେବଳ ଯୁବରାଜ ନୁହଁନ୍ତି ପୂର୍ବରୁ ଲିଟିର ମାଷ୍ଟର ସୁନୀସ ଗାଭାସ୍କର, ଦିଲ୍ଲୀପ ଭେଙ୍ଗସରକର ଓ ଫାରୋକ ଇଂଜିନିୟର ମଧ୍ୟ ପୂର୍ବରୁ ଏମଏସକେ ପ୍ରସାଦ ଟିମକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଯୁବି କହିଛନ୍ତି ଭାରତୀୟ ଦଳ ଦକ୍ଷ ଚୟନକର୍ତ୍ତା ଆବଶ୍ୟକ କରୁଛି । ଚୟନକର୍ତ୍ତାଙ୍କ କାର୍ଯ୍ୟ ସହଜ ନୁହେଁ ମାତ୍ର ବର୍ତ୍ତମାନର ସମୟର କ୍ରିକେଟରେ ଚୟନକର୍ତ୍ତାଙ୍କ ଚିନ୍ତାଧାରା ଯଥେଷ୍ଟ ହେଉନାହିଁ ।

6 ସେପ୍ଟମ୍ବରରେ ହରଭଜନ ସଞ୍ଜୁ ସାମସନଙ୍କୁ କାହିଁକି ଭାରତୀୟ ଦଳରେ ସାମିଲ କରାଯାଉନାହିଁ ବୋଲି ଟ୍ବିଟରେ ପ୍ରଶ୍ନ କରିଥିଲେ । ଏହାରୁ ଉତ୍ତର ରଖିଥଲେ ଯୁବି । ଟପ ଅର୍ଡର ବେଶ ଶକ୍ତିଶାଳୀ ସେଥପାଇଁ ଟିମରେ 4ନଂ ବ୍ୟାଟ୍ସମ୍ୟାନ ଦରକାର ନାହିଁ ବୋଲି କଟାକ୍ଷ କରିଥିଲେ ଯୁବି । ବାଂଲାଦେଶ ବିପକ୍ଷରେ ଭାରତ ପ୍ରଥମ ଟି20 ମ୍ୟାଚ ହାରିବା ପରେ ଚୟନକର୍ତ୍ତାଙ୍କୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି ।

ଆଗକୁ 2020 ବିଶ୍ବକପ ଆସୁଥିବା ବେଳେ, 2007 ଓ 2011 ବିଶ୍ବକପରେ ଭାରତର ହିରୋ ଥିଲେ ଯୁବରାଜ । ଏଥସହିତ ବିଶ୍ବର ଭିନ୍ନ ଭିନ୍ନ କ୍ରିକେଟ ଲିଗରେ ଯୁବି ଖେଳିବା ଜାରି ରଖିଛନ୍ତି । ନିକଟରେ ଆବୁଧାବି ଟି10 ଲିଗରେ ଖେଳିବା ପାଇଁ ଯୁବି ଚୁକ୍ତି କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.