ନୂଆଦିଲ୍ଲୀ: ପୂର୍ବତନ ଅଷ୍ଟ୍ରେଲିଆ ସ୍ପିନର ବ୍ରାଡ ହଗ୍ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କୁ ନେଇ ବଡ ମତ ଦେଇଛନ୍ତି । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଭାରତୀୟ ସ୍କ୍ବାଡରେ ଅଶ୍ବିନ ସାମିଲ ହେବା ଉଚିତ । ଏହା କହିଛନ୍ତି ହଗ୍ । 34 ବର୍ଷୀୟ ସ୍ପିନର ଅଶ୍ବିନ, ବୋଲିଂ ସହ ଦଳର ନିମ୍ନକ୍ରମ ବ୍ୟାଟିଂ ଶକ୍ତିଶାଳୀ ହୋଇପାରିବ ।
-
@ibrahim_3337 I think it is a great option, gives the batting line up extra depth allowing the top order to be more aggressive at the top and he is an wicket taking option with the ball, as well as economical. Get him back in. #INDvENG #Cricket https://t.co/FmChPGK8H2
— Brad Hogg (@Brad_Hogg) March 1, 2021 " class="align-text-top noRightClick twitterSection" data="
">@ibrahim_3337 I think it is a great option, gives the batting line up extra depth allowing the top order to be more aggressive at the top and he is an wicket taking option with the ball, as well as economical. Get him back in. #INDvENG #Cricket https://t.co/FmChPGK8H2
— Brad Hogg (@Brad_Hogg) March 1, 2021@ibrahim_3337 I think it is a great option, gives the batting line up extra depth allowing the top order to be more aggressive at the top and he is an wicket taking option with the ball, as well as economical. Get him back in. #INDvENG #Cricket https://t.co/FmChPGK8H2
— Brad Hogg (@Brad_Hogg) March 1, 2021
ତେବେ ଅଶ୍ବିନ ଭାରତୀୟ ଟେଷ୍ଟ ସ୍କ୍ବାଡର ପ୍ରମୁଖ ସଦସ୍ୟ ରହିଛନ୍ତି । ଜୁଲାଇ 2017 ପରେ ଅଶ୍ବିନ, ଭାରତୀୟ ସୀମିତ ଓଭର ସ୍କ୍ବାଡରୁ ବାଦ ପଡିଛନ୍ତି । 2017 ୱେଷ୍ଟଇଣ୍ଡିଜ ଗସ୍ତରେ ଶେଷ ଦିନିକିଆ ଓ ଟି20 ମ୍ୟାଚ ଖେଳିଥିଲେ । ଅଶ୍ବିନଙ୍କ ନାମରେ 111 ଦିନିକିଆରୁ 150 ୱିକେଟ ଓ 46 ଟି20ରୁ 52 ୱିକେଟ ରହିଛି ।
ଇଂଲଣ୍ଡ ବିପକ୍ଷ 3ୟ ଟେଷ୍ଟରେ 4ର୍ଥ ଭାରତୀୟ ଭାବେ 400 ଟେଷ୍ଟ ୱିକେଟ ହାସଲ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ