ETV Bharat / sports

ବିଶ୍ୱକପ ପୂର୍ବରୁ ଶେଷ ପ୍ରସ୍ତୁତି, ଯୁବ ଖେଳାଳିଙ୍କୁ ପରଖିବ ଭାରତ

author img

By

Published : Mar 2, 2019, 2:12 PM IST

ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆରମ୍ଭ ହୋଇଛି ଭାରତ-ଅଷ୍ଟ୍ରେଲିଆ 5ଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ। ବିଶ୍ୱକପ ପୂର୍ବରୁ ଦଳକୁ ସଜାଡିବା ପାଇଁ ଟିମ ଇଣ୍ଡିଆ ଆଗରେ ଏହା ଶେଷ ସୁଯୋଗ।

ଡିଜାଇନ ଫଟୋ(ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/@BCCI)

ହାଇଦ୍ରାବାଦ: ଲକ୍ଷ୍ୟରେ ଆଗାମୀ ଦିନିକିଆ ବିଶ୍ୱକପ। ରହିଲା ଆଉ କିଛି ମାସ। ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଯୁବ ଖେଳାଳିଙ୍କୁ ପରଖିବା ପାଇଁ ଏହା ଶେଷ ସୁଯୋଗ। ଟିମ ବାଲାନ୍ସ ସଜାଡିବା ଆଉ ଖେଳାଳିଙ୍କ ପ୍ରଦର୍ଶନ ମାପିବା ଲକ୍ଷ୍ୟରେ ଆଜି ଭାରତ କଙ୍ଗାରୁ ଦଳ ବିପକ୍ଷରେ ଖେଳିବ।

ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆରମ୍ଭ ହୋଇଛି ଭାରତ-ଅଷ୍ଟ୍ରେଲିଆ 5ଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ। ବିଶ୍ୱକପ ପୂର୍ବରୁ ଦଳକୁ ସଜାଡିବା ପାଇଁ ଟିମ ଇଣ୍ଡିଆ ଆଗରେ ଏହା ଶେଷ ସୁଯୋଗ। ଟି20 ସିରିଜ ହାରିବା ପରେ ଭାରତୀୟ ଦଳ ପାଇଁ ଏହି ୫ ଟିକିଆ ଦିନିକିଆ ସିରିଜ ଏକ ଆହ୍ୱାନ ଭାବରେ ଠିଆ ହୋଇଛି। ଏହାକୁ ବିଶ୍ୱକପ ରିହରସଲ ଭାବେ ଗ୍ରହଣ କରିଛି ଭାରତୀୟ ଦଳ।

ପୂର୍ବରୁ ଦଳ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଦିନିକିଆ ସିରିଜ ଜିତିଥିବାରୁ ମନୋବଳ ଉଚ୍ଚରେ ରହିଛି। ଏମିତି ବି ଘରୋଇ ମାଟିରେ ନିକଟ ଅତୀତରେ ଭାରତ କୌଣସି ଦିନିକିଆ ସିରିଜ ହାରିନାହିଁ। ତେଣୁ ଏହି ସିରିଜରେ ଭାରତ ନିଜର ଦମ ଦେଖାଇବ। ସିନିୟର ପ୍ଲେୟାରଙ୍କ ଫର୍ମ ଓ ଯୁବ ଖେଳାଳିଙ୍କ ଦକ୍ଷତା ମାପିବ ଏହି ସିରିଜ। ଏହାପରେ ଅଧିକାଂଶ ଭାରତୀୟ ଖେଳାଳି ଆଇପିଏଲରେ ଦେଖାଯିବେ। ଏହି ସିରିଜ ପରେ ଆଉ ଅନ୍ତର୍ଜାତୀୟ ମ୍ୟାଚ ଅଭିଜ୍ଞତା କରିବାର ସୁଯୋଗ ପାଇବେ ନାହିଁ।

Snapshots from training session on 1st ODI eve in Hyderabad #TeamIndia #INDvAUS @Paytm pic.twitter.com/o2244oniTl

— BCCI (@BCCI) March 1, 2019 " class="align-text-top noRightClick twitterSection" data=" ">

ଏହି ସିରିଜରେ ଲୋକେଶ ରାହୁଲ, ଋିଷଭ ପନ୍ତ, କେଦାର ଯାଦବ, ସିଦ୍ଧାର୍ଥ କାଉଲ ଓ ବିଜୟ ଶଙ୍କରଙ୍କ ଭଳି ଖେଳାଳି ନିଜ ବିଶ୍ବକପ ଦାବିଦାର ଉପସ୍ଥାପନା କରିବା ଲାଗି ଶେଷ ସୁଯୋଗ ପାଇବେ। ଏହାସହ ଭାରତୀୟ ଦଳ ବିଶ୍ୱକପ ପାଇଁ ନିଜ ଏକାଦଶ ସଜାଡିବ। ଉଭୟ ଦଳ ଏହି ସିରିଜରେ ନିଜ ବେଞ୍ଚ ଟେଷ୍ଟ କରିବେ। ଅଷ୍ଟ୍ରେଲିଆ ପୂର୍ବରୁ ଏଠାରେ ୨୦୦୭ ଓ ୨୦୦୯ରେ ଦୁଇଟି ଦିନିକିଆ ଖେଳି ବିଜୟୀ ହୋଇଛି।

ତେବେ ପିଚ୍ କଥା ଯଦି କହିବା, ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ପିଚ୍ ପାରମ୍ପରିକ ଭାବେ ବ୍ୟାଟ୍ସମ୍ୟାନଙ୍କୁ ସୁହାଇଥାଏ। ଏଠାରେ ପ୍ରଥମ ପାଳିରେ ଆଭରେଜ ୨୮୬ ରନ ହୋଇଥାଏ। ତେବେ ଶନିବାର ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆକଳନ ହୋଇଛି। ୩୦ ଡିଗ୍ରୀ ତାପମାତ୍ରା ରହିବା ସହ ବର୍ଷା ହେବାର ସମ୍ଭାବନା ପ୍ରାୟ ନାହିଁ।

ଭାରତୀୟ ଏକାଦଶ: ଶିଖର ଧୱନ, ରୋହିତ ଶର୍ମା, ବିରାଟ କୋହଲି(ଅଧିନାୟକ), ଅମ୍ୱାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି(ୱିକେଟକିପର), କେଦାର ଯାଦବ, ବିଜୟ ଶଙ୍କର, ରବୀନ୍ଦ୍ର ଜାଡେଜା, କୂଲଦୀପ ଯାଦବ, ମହମ୍ମଦ ସାମି, ଯଶପ୍ରୀତ ବୁମରା।

ଅଷ୍ଟ୍ରେଲିଆ ଏକାଦଶ: ଆରୋନ ଫିଞ୍ଚ(ଅଧିନାୟକ), ଆଲେକ୍ସ କେରୀ(ୱିକେଟକିପର), ଡି ଅର୍ସି ସର୍ଟ, ପିଟର ହ୍ୟାଣ୍ଡସକମ୍ୱ, ଆଶ୍ଟନ ଟର୍ଣ୍ଣର, ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ, ନାଥନ କାଉଣ୍ଟର ନାଇଲ, ପ୍ୟାଟ କମିନ୍ସ, ଆଡାମ ଜମ୍ପା, ଜାସନ ବେହରନଡର୍ଫ।

ହାଇଦ୍ରାବାଦ: ଲକ୍ଷ୍ୟରେ ଆଗାମୀ ଦିନିକିଆ ବିଶ୍ୱକପ। ରହିଲା ଆଉ କିଛି ମାସ। ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଯୁବ ଖେଳାଳିଙ୍କୁ ପରଖିବା ପାଇଁ ଏହା ଶେଷ ସୁଯୋଗ। ଟିମ ବାଲାନ୍ସ ସଜାଡିବା ଆଉ ଖେଳାଳିଙ୍କ ପ୍ରଦର୍ଶନ ମାପିବା ଲକ୍ଷ୍ୟରେ ଆଜି ଭାରତ କଙ୍ଗାରୁ ଦଳ ବିପକ୍ଷରେ ଖେଳିବ।

ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆରମ୍ଭ ହୋଇଛି ଭାରତ-ଅଷ୍ଟ୍ରେଲିଆ 5ଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ। ବିଶ୍ୱକପ ପୂର୍ବରୁ ଦଳକୁ ସଜାଡିବା ପାଇଁ ଟିମ ଇଣ୍ଡିଆ ଆଗରେ ଏହା ଶେଷ ସୁଯୋଗ। ଟି20 ସିରିଜ ହାରିବା ପରେ ଭାରତୀୟ ଦଳ ପାଇଁ ଏହି ୫ ଟିକିଆ ଦିନିକିଆ ସିରିଜ ଏକ ଆହ୍ୱାନ ଭାବରେ ଠିଆ ହୋଇଛି। ଏହାକୁ ବିଶ୍ୱକପ ରିହରସଲ ଭାବେ ଗ୍ରହଣ କରିଛି ଭାରତୀୟ ଦଳ।

ପୂର୍ବରୁ ଦଳ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଦିନିକିଆ ସିରିଜ ଜିତିଥିବାରୁ ମନୋବଳ ଉଚ୍ଚରେ ରହିଛି। ଏମିତି ବି ଘରୋଇ ମାଟିରେ ନିକଟ ଅତୀତରେ ଭାରତ କୌଣସି ଦିନିକିଆ ସିରିଜ ହାରିନାହିଁ। ତେଣୁ ଏହି ସିରିଜରେ ଭାରତ ନିଜର ଦମ ଦେଖାଇବ। ସିନିୟର ପ୍ଲେୟାରଙ୍କ ଫର୍ମ ଓ ଯୁବ ଖେଳାଳିଙ୍କ ଦକ୍ଷତା ମାପିବ ଏହି ସିରିଜ। ଏହାପରେ ଅଧିକାଂଶ ଭାରତୀୟ ଖେଳାଳି ଆଇପିଏଲରେ ଦେଖାଯିବେ। ଏହି ସିରିଜ ପରେ ଆଉ ଅନ୍ତର୍ଜାତୀୟ ମ୍ୟାଚ ଅଭିଜ୍ଞତା କରିବାର ସୁଯୋଗ ପାଇବେ ନାହିଁ।

ଏହି ସିରିଜରେ ଲୋକେଶ ରାହୁଲ, ଋିଷଭ ପନ୍ତ, କେଦାର ଯାଦବ, ସିଦ୍ଧାର୍ଥ କାଉଲ ଓ ବିଜୟ ଶଙ୍କରଙ୍କ ଭଳି ଖେଳାଳି ନିଜ ବିଶ୍ବକପ ଦାବିଦାର ଉପସ୍ଥାପନା କରିବା ଲାଗି ଶେଷ ସୁଯୋଗ ପାଇବେ। ଏହାସହ ଭାରତୀୟ ଦଳ ବିଶ୍ୱକପ ପାଇଁ ନିଜ ଏକାଦଶ ସଜାଡିବ। ଉଭୟ ଦଳ ଏହି ସିରିଜରେ ନିଜ ବେଞ୍ଚ ଟେଷ୍ଟ କରିବେ। ଅଷ୍ଟ୍ରେଲିଆ ପୂର୍ବରୁ ଏଠାରେ ୨୦୦୭ ଓ ୨୦୦୯ରେ ଦୁଇଟି ଦିନିକିଆ ଖେଳି ବିଜୟୀ ହୋଇଛି।

ତେବେ ପିଚ୍ କଥା ଯଦି କହିବା, ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ପିଚ୍ ପାରମ୍ପରିକ ଭାବେ ବ୍ୟାଟ୍ସମ୍ୟାନଙ୍କୁ ସୁହାଇଥାଏ। ଏଠାରେ ପ୍ରଥମ ପାଳିରେ ଆଭରେଜ ୨୮୬ ରନ ହୋଇଥାଏ। ତେବେ ଶନିବାର ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆକଳନ ହୋଇଛି। ୩୦ ଡିଗ୍ରୀ ତାପମାତ୍ରା ରହିବା ସହ ବର୍ଷା ହେବାର ସମ୍ଭାବନା ପ୍ରାୟ ନାହିଁ।

ଭାରତୀୟ ଏକାଦଶ: ଶିଖର ଧୱନ, ରୋହିତ ଶର୍ମା, ବିରାଟ କୋହଲି(ଅଧିନାୟକ), ଅମ୍ୱାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି(ୱିକେଟକିପର), କେଦାର ଯାଦବ, ବିଜୟ ଶଙ୍କର, ରବୀନ୍ଦ୍ର ଜାଡେଜା, କୂଲଦୀପ ଯାଦବ, ମହମ୍ମଦ ସାମି, ଯଶପ୍ରୀତ ବୁମରା।

ଅଷ୍ଟ୍ରେଲିଆ ଏକାଦଶ: ଆରୋନ ଫିଞ୍ଚ(ଅଧିନାୟକ), ଆଲେକ୍ସ କେରୀ(ୱିକେଟକିପର), ଡି ଅର୍ସି ସର୍ଟ, ପିଟର ହ୍ୟାଣ୍ଡସକମ୍ୱ, ଆଶ୍ଟନ ଟର୍ଣ୍ଣର, ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ, ନାଥନ କାଉଣ୍ଟର ନାଇଲ, ପ୍ୟାଟ କମିନ୍ସ, ଆଡାମ ଜମ୍ପା, ଜାସନ ବେହରନଡର୍ଫ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.