ETV Bharat / sports

ଇଣ୍ଡିଜକୁ ଧୂଳି ଚଟାଇ ଟି-20 ସିରିଜ କବଜା କଲା ଭାରତ

author img

By

Published : Dec 11, 2019, 11:17 PM IST

Updated : Dec 12, 2019, 11:38 AM IST

ଟି-20 ସିରିଜରେ ୱେଷ୍ଟଇଣ୍ଡିଜକୁ 67 ରନରେ ପରାଜିତ କଲା ଭାରତୀୟ ଟିମ । ଉଭୟ ବ୍ୟାଟିଂ ଓ ବୋଲିଂରେ ଭାରତୀୟ ଟିମର ଚମତ୍କାର ପ୍ରଦର୍ଶନ । ଅଧିକ ପଢ଼ନ୍ତୁ...

India beats West indies, india wins by 67 runs, seals T-20 series, 67 ରନରେ ପରାଜିତ ଇଣ୍ଡିଜ, ୱେଷ୍ଟ ଇଣ୍ଡିଜ ପରାଜିତ, ସିରଜ କବଜା କଲା ଭାରତ, ଟି-20 ସିରିଜ, ୱାଙ୍ଖେଡେ ମ୍ୟାଚ, ଟି-20 ସିରିଜରେ ଭାରତର ଦମଦାର ବିଜୟ
ଇଣ୍ଡିଜକୁ ହରାଇ ଟି-20 ସିରଜ କବଜା କଲା ଭାରତ

ମୁମ୍ବାଇ: ତିନି ମ୍ୟାଚ ବିଶିଷ୍ଟ ଟି-20 ସିରିଜରେ ଭାରତର ଦମଦାର ବିଜୟ । ଭ୍ରମଣକାରୀ ଦଳକୁ 67 ରନରେ ଦେଲା ମାତ । ପ୍ରଥମେ ବ୍ୟାଟିଂ କରି ରାହିତ, ରାହୁଲ ଓ କୋହଲିଙ୍କ ଚମତ୍କାର ପାଳି ବଳରେ ଭାରତୀୟ ଦଳ ନିର୍ଦ୍ଧାରିତ 20 ଓଭରରେ 240 ରନ କରିଥିଲା । 241 ରନର ବିରାଟ ସ୍କୋରକୁ ପିଛା କରି ପଡ଼ିଆକୁ ଓହ୍ଲାଇଥିବା ଇଣ୍ଡିଜ ଦଳକୁ 173 ରନରେ ଧରାଶାୟୀ କରିଛି ।

ଭାରତୀୟ ଟିମ ପକ୍ଷରୁ କେ.ଏଲ ରାହୁଲ ସର୍ବାଧିକ 91 ରନ କରିଥିବା ବେଳେ ରୋହିତ ଶର୍ମା 34 ବଲରେ 71ରନ ଓ କୋହଲି 29 ବଲରେ 70 ରନର ଦମଦାର ପାଳି ଖେଳିଛନ୍ତି । ବୋଲିଂରେ ମଧ୍ୟ କମାଲ ଦେଖାଇଛନ୍ତି ଭାରତୀୟ ବୋଲର । ଦୀପକ ଚହର, ଭୁବନେଶ୍ବର କୁମାର, ମହମ୍ମଦ ସାମି ଓ କୁଲଦୀପ ଯାଦବ ସମସ୍ତେ 2ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।

Wedding Anniversary Gift For All Fans..! 😋

Agree?? #Trollvk_haters | #ViratKohli | #INDvsWI | #INDvWI pic.twitter.com/ztcluB6Fjo

— Trollvk_haters™ (@TrollvkH) December 11, 2019 ">

ଇଣ୍ଡିଜ ପକ୍ଷରୁ କିରନ ପୋଲାର୍ଡ ସର୍ବାଧିକ 68 ଓ ସିମରୋନ ହିଟମେୟର 41 ରନ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ 20 ରନ ଉପରକୁ ସ୍କୋର କରି ପାରି ନଥିଲେ ।

ତେବେ ଏହି ସିରିଜ ବିଜୟ ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ପାଇଁ ବିବାହ ବାର୍ଷିକୀର ଉପହାର ସଦୃଶ ହୋଇଛି । ସୂଚନା ଯୋଗ୍ୟ ଯେ ଡିସେମ୍ବର 11 ତାରିଖରେ ବିରାଟ ଓ ଅନୁଷ୍କା ନିଜର ଦ୍ବିତୀୟ ବିବାହ ବାର୍ଷିକୀ ପାଳନ କରିଛନ୍ତି ।

ଟି-20 ସିରିଜ ବିଜୟ ପରେ ଏବେ ଭାରତର ଲକ୍ଷ୍ୟ ଦିନିକିଆ ସିରଜରେ ବିଜୟ ହାସଲ ଉପରେ ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ମୁମ୍ବାଇ: ତିନି ମ୍ୟାଚ ବିଶିଷ୍ଟ ଟି-20 ସିରିଜରେ ଭାରତର ଦମଦାର ବିଜୟ । ଭ୍ରମଣକାରୀ ଦଳକୁ 67 ରନରେ ଦେଲା ମାତ । ପ୍ରଥମେ ବ୍ୟାଟିଂ କରି ରାହିତ, ରାହୁଲ ଓ କୋହଲିଙ୍କ ଚମତ୍କାର ପାଳି ବଳରେ ଭାରତୀୟ ଦଳ ନିର୍ଦ୍ଧାରିତ 20 ଓଭରରେ 240 ରନ କରିଥିଲା । 241 ରନର ବିରାଟ ସ୍କୋରକୁ ପିଛା କରି ପଡ଼ିଆକୁ ଓହ୍ଲାଇଥିବା ଇଣ୍ଡିଜ ଦଳକୁ 173 ରନରେ ଧରାଶାୟୀ କରିଛି ।

ଭାରତୀୟ ଟିମ ପକ୍ଷରୁ କେ.ଏଲ ରାହୁଲ ସର୍ବାଧିକ 91 ରନ କରିଥିବା ବେଳେ ରୋହିତ ଶର୍ମା 34 ବଲରେ 71ରନ ଓ କୋହଲି 29 ବଲରେ 70 ରନର ଦମଦାର ପାଳି ଖେଳିଛନ୍ତି । ବୋଲିଂରେ ମଧ୍ୟ କମାଲ ଦେଖାଇଛନ୍ତି ଭାରତୀୟ ବୋଲର । ଦୀପକ ଚହର, ଭୁବନେଶ୍ବର କୁମାର, ମହମ୍ମଦ ସାମି ଓ କୁଲଦୀପ ଯାଦବ ସମସ୍ତେ 2ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।

ଇଣ୍ଡିଜ ପକ୍ଷରୁ କିରନ ପୋଲାର୍ଡ ସର୍ବାଧିକ 68 ଓ ସିମରୋନ ହିଟମେୟର 41 ରନ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ 20 ରନ ଉପରକୁ ସ୍କୋର କରି ପାରି ନଥିଲେ ।

ତେବେ ଏହି ସିରିଜ ବିଜୟ ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ପାଇଁ ବିବାହ ବାର୍ଷିକୀର ଉପହାର ସଦୃଶ ହୋଇଛି । ସୂଚନା ଯୋଗ୍ୟ ଯେ ଡିସେମ୍ବର 11 ତାରିଖରେ ବିରାଟ ଓ ଅନୁଷ୍କା ନିଜର ଦ୍ବିତୀୟ ବିବାହ ବାର୍ଷିକୀ ପାଳନ କରିଛନ୍ତି ।

ଟି-20 ସିରିଜ ବିଜୟ ପରେ ଏବେ ଭାରତର ଲକ୍ଷ୍ୟ ଦିନିକିଆ ସିରଜରେ ବିଜୟ ହାସଲ ଉପରେ ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 


Conclusion:
Last Updated : Dec 12, 2019, 11:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.