ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ଖେଳାଯିବ ଦିବାରାତ୍ର ଟେଷ୍ଟ । କୋଲକାତାର ଐତିହାସିକ ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଭାରତ-ବାଂଲାଦେଶ ମଧ୍ୟରେ ପିଙ୍କ ଟେଷ୍ଟ ଖେଳାଯିବ । ଏନେଇ ବିସିସିଆଇ ପ୍ରସ୍ତାବରେ ସହମିତି ପ୍ରକାଶ କରିଛି ବାଂଲାଦେଶ କ୍ରିକେଟ ବୋର୍ଡ ।
ନଭେମ୍ବର 22ରେ 2 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର 2ୟ ଟେଷ୍ଟ ପିଙ୍କ୍ ବଲରେ ଖେଳାଯିବ । ଏନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି । ବିସିବି ସିଇଓ ନିଜାମୁଦ୍ଦିନ ଚୌଧୁରୀ ଖେଳାଳି ଓ ଟିମ ମ୍ୟାନେଜମେଣ୍ଟ ସହ ଆଲୋଚନା ପରେ ସହମତି ଜଣାଇଛନ୍ତି । ତେବେ ଏନେଇ ଖୁବଶିଘ୍ର ଆନୁଷ୍ଠାନିକ ଭାବେ ବିସିବି ଘୋଷଣା କରିବ ।
ପ୍ରଥମ ଦିବାରାତ୍ର ଟେଷ୍ଟ 2015ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା । ତେବେ ଭାରତ, ବାଂଲାଦେଶ, ଆଫଗାନିସ୍ତାନ ଭଳି ଟିମ ଦିବାରାତ୍ର ଟେଷ୍ଟ ପିଙ୍କ ବଲରେ ଖେଳିନାହିଁନ୍ତି । 2018 ଭାରତ ବିପକ୍ଷ ଆଡିଲେଷ୍ଟ ଟେଷ୍ଟ ଦିବାରାତ୍ର ଖେଳିବାକୁ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ଇଚ୍ଛା ପ୍ରକାଶ କରିଥିଲା । ତେବେ ବିସିସିଆଇ ଏଥିରେ ସହମତି ପ୍ରକାଶ କରିନଥିଲା । ଆଇସିସିର ନୀୟମ ଅନୁଯାୟୀ ଆୟୋଜକ ବୋର୍ଡ, ଭ୍ରମଣକାରୀ ବୋର୍ଡ ସହ ଚୁକ୍ତି ପରେ ଦିବାରାତ୍ର ଟେଷ୍ଟ ଖେଳାଯାଇପାରିବ ।