ETV Bharat / sports

ଇଣ୍ଡିଆ-ସି କୁ ହରାଇ ଦେଓଧର ଟ୍ରଫି ହାତେଇଲା ଇଣ୍ଡିଆ-ବି - ଦେଓଧର ଟ୍ରଫି ହାତେଇଲା ଇଣ୍ଡିଆ-ବି

ଇଣ୍ଡିଆ-ସିକୁ 51 ରନରେ ହରାଇ ଦେଓଧର ଟ୍ରଫି ହାତେଇଲା ଇଣ୍ଡିଆ-ବି । 284 ରନ ବିଜୟ ଲକ୍ଷ୍ୟକୁ ପିଛା କରି 9 ୱିକେଟ ହରାଇ 232 ରନ ହିଁ କରିପାରିଥିଲା ଇଣ୍ଡିଆ-ସି । ଅଧିକ ପଢ଼ନ୍ତୁ...

ଦେଓଧର ଟ୍ରଫି ହାତେଇଲା ଇଣ୍ଡିଆ-ବି
author img

By

Published : Nov 4, 2019, 9:25 PM IST

ରାଞ୍ଚି: ଦେଓଧର ଟ୍ରଫି 2019-20ରେ ବିଜେତା ହୋଇଛି ଇଣ୍ଡିଆ-ବି । ଫାଇନାଲ ମ୍ୟାଚରେ ଇଣ୍ଡିଆ-ସିକୁ ହରାଇ ବିଜୟୀ ହୋଇଛି ଇଣ୍ଡିଆ-ବି । ପ୍ରଥମେ ବ୍ୟାଟିଂ କରି ଇଣ୍ଡିଆ-ବି ନିର୍ଦ୍ଧାରିତ 50 ଓଭରରେ 7 ୱିକେଟ ହରାଇ 283 ରନ କରିଥିଲା । 284 ରନ ବିଜୟ ଲକ୍ଷ୍ୟକୁ ପିଛା କରି ଇଣ୍ଡିଆ-ସି 50 ଓଭରରେ 9 ୱିକେଟ ହରାଇ 232ରନ କରିବାରେ ସକ୍ଷମ ହୋଇଥିଲା ।

ରାଞ୍ଚିରେ ଖେଳାଯାଇଥିବା ଏହି ମ୍ୟାଚରେ ଇଣ୍ଡିଆ-ବି ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଋତୁରାଜ ଗାୟକୱାଡ (0) ଓ ପାର୍ଥିବ ପଟେଲ (14) ରନ କରି ପାଭିଲିୟନ ଫେରି ଯାଇଥିଲେ । ଯାହାପରେ ଟିମର ସ୍ଥିତି ଟଳମଳ ହୋଇ ଯାଇଥିଲା । ଏହି ସମୟରେ ମଇଦାନକୁ ଓହ୍ଲାଇଲେ ଜଶସ୍ବୀ ଜୟସୱାଲ ଓ ଇଣ୍ଡିଆ-ବିର ମୋର୍ଚ୍ଚା ସମ୍ଭାଳିଥିଲେ । 54 ରନର ଚମତ୍କାର ପାଳି ଖେଳି ଟିମକୁ ସଙ୍କଟରୁ ଉଦ୍ଧାର କରିଥିଲେ । ତେବେ ସବୁଠାରୁ ଗୁରୁତ୍ବପୁର୍ଣ୍ଣ ଭୂମିକା ନିଭାଇଥିଲେ କେଦାର ଯାଦବ । 94 ରନର ପାଳି ଖେଳିଥିଲେ କେଦାର । ଏହାସହ ବିଜୟ ଶଙ୍କର 45 ରନ କରିଥିଲେ, ତେବେ 49 ତମ ଓଭରରେ 31 ରନ କରି ଟିମର ସ୍କୋର ସାତ ୱିକେଟ ବିନିମୟରେ 283 ରନକୁ ପହଁଞ୍ଚାଇଥିଲେ। ଇଣ୍ଡିଆ-ସି ପାଇଁ ଇଶାନ ପୁରେଲ 5ଟି ୱିକେଟ ହାତେଇ ଥିଲେ।

india B lifts deodhar trophy, india B beats India C, Deodhar Trophy,  ଦେଓଧର ଟ୍ରଫି ହାତେଇଲା ଇଣ୍ଡିଆ-ବି, ଇଣ୍ଡିଆ-ସିକୁ ହରାଇଲା ଇଣ୍ଡିଆ-ବି
ଦେଓଧର ଟ୍ରଫି ହାତେଇଲା ଇଣ୍ଡିଆ-ବି

284 ରନ ବିଜୟ ଲକ୍ଷ୍ୟକୁ ପିଛା କରି ମଇଦାନକୁ ଓହ୍ଲାଇଥିବା ଇଣ୍ଡିଆ-ସିର ଆରମ୍ଭ ଭଲ ହୋଇ ନଥିଲା । ଶୁଭମନ ଗିଲ ମାତ୍ର 1 ରନ କରି ଫଭିଲିୟନ ଫେରି ଯାଇଥିଲେ । ଏହାପରେ ଦ୍ବିତୀୟ ୱିକେଟ ପାଇଁ ମୟଙ୍କ ଅଗ୍ରୱାଲ ଓ ପ୍ରିୟମ ଗର୍ଗ 50 ରନ ଜୋଡିଥିଲେ । ଏହି ଦୁଇ ଜଣ ଆଉଟ ହେବା ପରେ ଇଣ୍ଡିଆ-ସିର ପାଳି ଧିମା ହୋଇ ଯାଇଥିଲା। ଯଦିଓ ଅକ୍ଷର ପଟେଲ 38 ଓ ଜଳଜ ସକ୍ସେନା ଅପରାଜିତ 37 ରନ କରିଥିଲେ କିନ୍ତୁ ତାହା ମ୍ୟାଚ ଜିତିବା ପାଇଁ ଯଥେଷ୍ଟ ନଥିଲା । 50 ଓଭରରେ 9 ୱିକେଟ ହରାଇ 232 ରନ ହିଁ କରିପାରିଥିଲା ଇଣ୍ଡିଆ-ସି । ଇଣ୍ଡିଆ-ବି ପାଇଁ ଶାହବାଜ ନଦୀମ 32 ରନ ଦେଇ ସର୍ବାଧିକ 4ଟି ୱିକେଟ ହାତେଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.