ETV Bharat / sports

ଦ୍ବିତୀୟ ଟି20: ଶେଫାଳିଙ୍କ ବିସ୍ଫୋରକ ବ୍ୟାଟିଂ, ଭାରତ 158/4 - କାମଚଳା କ୍ୟାପଟେନ ସ୍ମୃତି ମାନ୍ଧାନା

ଶେଫାଳି ବର୍ମା 47 ଓ ରିଚା ଘୋଷଙ୍କ ଅପରାଜିତ 44 ରନ ବଳରେ ଭାରତ ନିର୍ଦ୍ଧାରିତ 20 ଓଭରରେ 158/4 ରନ ସଂଗ୍ରହ କରିଛି । ଅଧିକ ପଢନ୍ତୁ...

Ind W vs SA W, 2nd T20I: Shafali, Richa fireworks guide hosts to 158/4
ଦ୍ବିତୀୟ ଟି20: ଶେଫାଳିଙ୍କ ବିସ୍ଫୋରକ ବ୍ୟାଟିଂ, ଭାରତ 158/4
author img

By

Published : Mar 21, 2021, 9:04 PM IST

ଲକ୍ଷ୍ନୌ: ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା ଟିମ ମଧ୍ୟରେ ଟି20 ସିରିଜର ଦ୍ବିତୀୟ ମ୍ୟାଚ ଏକନା ଷ୍ଟାଡିୟମରେ ଖେଳାଯାଉଛି । ଦକ୍ଷିଣ ଆଫ୍ରିକା କ୍ୟାପଟେନ ସୁନି ଲୁସ ଟସ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ ।

ପରେ ଓପନର ଶେଫାଳି ବର୍ମା 47 ଓ ରିଚା ଘୋଷଙ୍କ ଅପରାଜିତ 44 ରନ ବଳରେ ଭାରତ ନିର୍ଦ୍ଧାରିତ 20 ଓଭରରେ 158/4 କରିଛି । ଫଳରେ ଦକ୍ଷିଣ ଆଫ୍ରିକା ସାମ୍ନାରେ 159 ରନର ବିଜୟ ଲକ୍ଷ୍ୟ ରହିଛି ।

କାମଚଳା କ୍ୟାପଟେନ ସ୍ମୃତି ମାନ୍ଧାନା 7 ରନରେ ଶୀଘ୍ର ଆଉଟ ହୋଇଥିଲେ । ପରେ ଶେଫାଳି ବର୍ମା ହର୍ଲିନ ଦେୱଲଙ୍କ ସହ ମିଶି ଦ୍ବିତୀୟ ୱିକେଟ ଯୋଡିରେ 79 ରନ ଯୋଡିଥିଲେ ।

31 ବଲ୍‌ରୁ ଦୁଇଟି ଛକା ଓ 6ଟି ଚୌକା ସହାୟତାରେ ଶେଫାଳି 47 ରନ୍‌ର ବିସ୍ଫୋରକ ଇଂନିସ ଖେଳିଥିଲେ । ସେହିପରି ହର୍ଲିନ 31 ରନର ଉପଯୋଗି ଯୋଗଦାନ କରିଥିଲେ । ପରେ ରୋଡ୍ରିଗ୍ୟୁସ ଘୋଷଙ୍କ ସହ ମିଶି 4ର୍ଥ ୱିକେଟ ଯୋଡିରେ ଦ୍ରୁତ 35 ରନ ଯୋଡିବା ସହ ଭାରତର ସ୍କୋର 150 ପାର୍‌ କରାଇଥିଲେ ।

ପୂର୍ବରୁ ପ୍ରଥମ ଟି 20କୁ 8 ୱିକେଟରେ ଜିତିବା ସହ ଭ୍ରମଣକାରୀ ଟିମ ସିରିଜରେ 1-0ରେ ଆଗୁଆ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.