ଗୌହାଟୀ: ଟିମ ଇଣ୍ଡିଆ ଗୌହାଟୀ ପହଞ୍ଚିବା ଦ୍ବନ୍ଦ୍ବ ନେଇ ଉଠିଛି ପରଦା। ଗୌହାଟୀର ଲୋକପ୍ରିୟ ଗୋପିନାଥ ବରଦୋଲଇ ଇଣ୍ଟରନେସନାଲ ଏୟାରପୋର୍ଟରେ ପହଞ୍ଚିଛନ୍ତି 3 ଭାରତୀୟ ଖେଳାଳି । ଆହତ ସମସ୍ୟାରୁ ମୁକୁଳିଥିବା ଷ୍ଟାର ପେସର ଜଶପ୍ରୀତ ବୁମରା, ୱାସିଂଟନ ସୁନ୍ଦର ଓ ସଞ୍ଜୁ ସାମସନଙ୍କୁ ଏକାଠି ଗୌହାଟୀ ପହଞ୍ଚିଛନ୍ତି।
ପୂର୍ବରୁ ଟିମ ଇଣ୍ଡିଆ ଗୁରୁବାର ସନ୍ଧ୍ୟାରେ ପହଞ୍ଚିବା ନେଇ ସୂଚନା ରହିଥିଲା । ମାତ୍ର ପରେ ଶୁକ୍ରବାର ସକାଳ ସମୟରେ ପହଞ୍ଚିବ ବୋଲି କୁହାଯାଇଥିଲା। ନାଗରିକତ୍ବ ସଂଶୋଧନ ଆଇନକୁ ବିରୋଧ କରି ଗୌହାଟୀରେ ବଡ ଧରଣର ଆନ୍ଦୋଳନ ଦେଖବାକୁ ମିଳିଥିଲା। ମ୍ୟାଚ ଆୟୋଜନ ନେଇ କୌଣସି ଅସୁବିଧା ନଥିବା ଆସାମ କ୍ରିକେଟ ଆସୋସିଏସନ ପକ୍ଷରୁ କୁହାଯାଇଛି। ସନ୍ଧ୍ୟା ସୁଦ୍ଧା କ୍ୟାପଟେନ ବିରାଟ କୋହଲି ଗୌହାଟୀରେ ପହଞ୍ଚିବାର ଅଛି।