ରାଞ୍ଚି: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଥିବା 3ୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ହୋଇଛି । ଚା ପାନ ବିରତି ପରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଷ୍ଟମ୍ପ ଅପସାରଣ ହୋଇଛି ।
ଆକାଶ ମେଘାଚ୍ଛନ୍ନ ସହ ରାଞ୍ଚି ଜେଏସସିଏ ଅନ୍ତଜାର୍ତୀୟ ଷ୍ଟାଡିୟମରେ ଖରାପ ଆଲୋକ ଦେଖିବାକୁ ମିଳିଥିଲା ।
ତେବେ ପରେ ବର୍ଷା ହେବାରୁ ଖେଳ ସମ୍ଭବ ହୋଇନଥିଲା । ମ୍ୟାଚ ଶେଷ ହେବାର ପ୍ରାୟ 30 ମିନିଟ ପୂର୍ବରୁ ଅମ୍ପେୟାର ବାଧ୍ୟ ହୋଇ ପ୍ରଥମ ଦିନ ଖେଳ ଶେଷ ହେବା ନେଇ ଘୋଷଣା କରିଥିଲେ ।
ଭାରତର ସ୍କୋର 224/3 ରହିଛି । ମୟଙ୍କ ଅଗ୍ରୱାଲ, ପୂଜାରା ଓ କୋହଲି ଶୀଘ୍ର ଆଉଟ ହୋଇଥିଲେ । ତେବେ ଓପନର ରୋହିତ ପୁଣି ଏକ ଦମଦାର ଇନିଂସ ସହ ନିଜ ଟେଷ୍ଟ କ୍ୟାରିୟରର ଷଷ୍ଠ ଶତକ ହାସଲ କରିଥିଲେ । ଏଥିସହିତ ଟେଷ୍ଟ କ୍ରିକେଟରେ 2000 ରନ ମଧ୍ୟ ପୂରଣ କରିଛନ୍ତି । ରୋହିତ 117 ଓ ରାହାଣେ 83 ରନ ସହ ଅପରାଜିତ ଅଛନ୍ତି ।