ETV Bharat / sports

ଭାରତ ବନାମ ନ୍ୟୁଜିଲାଣ୍ଡ ଟେଷ୍ଟ: ବୁମରାଙ୍କ ପ୍ରଦର୍ଶନ ଉପରେ ନଜର

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ 2ଟିକିଆ ଟେଷ୍ଟ ସିରିଜ ଖେଳାଯିବ। ଭାରତୀୟ ଟିମ ଦୃଷ୍ଟିକୋଣରୁ ସ୍ପିଡ ଷ୍ଟାର ଜଶପ୍ରୀତ ବୁମରାଙ୍କ ପ୍ରଦର୍ଶନ ଉପରେ ରହିଛି ନଜର ।

IND Vs NZ Test
ଭାରତ ବନାମ ନ୍ୟୁଜିଲାଣ୍ଡ ଟେଷ୍ଟ
author img

By

Published : Feb 14, 2020, 3:06 PM IST

ହାମିଲଟନ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ 2ଟିକିଆ ଟେଷ୍ଟ ସିରିଜ ଖେଳାଯିବ। ଟି-20 ସିରିଜରେ ଭାରତ ଦମ ଦେଖାଇଥିବାବଳେ, ଦିନିକିଆରେ କମାଲ କରିଛି ଘରୋଇ ନ୍ୟୁଜିଲାଣ୍ଡ । ମାତ୍ର ଏବେ ଟେଷ୍ଟ ସିରିଜ ଉପରେ ଉଭୟ ଟିମର ନଜର । ଭାରତୀୟ ଟିମ ଦୃଷ୍ଟିକୋଣରୁ ସ୍ପିଡ ଷ୍ଟାର ଜଶପ୍ରୀତ ବୁମରାଙ୍କ ପ୍ରଦର୍ଶନ ଉପରେ ରହିଛି ନଜର।

ନ୍ୟୁଜିଲାଣ୍ଡ ଖେଳିଥିବା ପୂର୍ବ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ବିପକ୍ଷରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ମାତ୍ର ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡ ପୁଣି ବିଜୟ ଟ୍ରାକକୁ ଫେରିପାରେ । ଅନ୍ୟପଟେ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି ଭାରତ। ଆଇସିସି ଟେଷ୍ଟ ମାନ୍ୟତାରେ ନଂ1 ସ୍ଥାନରେ ମଧ୍ୟ ରହିଛି ବିରାଟ ବାହିନୀ । ବିଶ୍ବ ଟେଷ୍ଟ ଚମ୍ପିଆନସିପରେ ପ୍ରଥମ ଥର ବିଦେଶରେ ଟେଷ୍ଟ ମ୍ୟାଚ ଖେଳିବ ଭାରତ।

IND Vs NZ Test
ଜଶପ୍ରୀତ ବୁମରା-ବିରାଟ କୋହଲି

ଟିମ ଇଣ୍ଡିଆ ପାଇଁ ଚିନ୍ତାର କାରଣ ହୋଇଛି ଷ୍ଟାର ପେସର ଜଶପ୍ରୀତ ବୁମରାଙ୍କୁ ନେଇ । ଦିନିକିଆ ସିରିଜ ବୁମରାଙ୍କ ପାଇଁ ପ୍ରଭାବହୀନ ରହିଥିଲା । 3ଟି ମ୍ୟାଚରେ ୱିକେଟ ଶୂନ୍ୟ ରହିଥିଲେ ଦିନିକିଆ କ୍ରିକେଟର ଶ୍ରେଷ୍ଠ ବୋଲର ବୁମରା । ରେଡବଲରେ ବୁମରାଙ୍କ ପ୍ରଦର୍ଶନ ଉପରେ ରହିିଛି ନଜର । ମହମ୍ମଦ ସାମି ଓ ବୁମରାଙ୍କ ନ୍ୟୁଜିଲାଣ୍ଡରେ ଭାରତୀୟ ଟେଷ୍ଟ ଟିମର ବୋଲିଂ ବିଭାଗର ପ୍ରମୁଖ ଭୁମିକା ନିଭାଇବା ନେଇ ଅନୁମାନ କରାଯାଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.