ETV Bharat / sports

ଦିନିକିଆରେ 5000 ପାର୍ଟନରସିପ୍‌ ରନ: ସଚିନ-ସୌରଭଙ୍କ ପରେ ଧାୱନ-ରୋହିତ

author img

By

Published : Mar 28, 2021, 4:25 PM IST

ଓପନର ରୋହିତ ଶର୍ମା ଓ ଶିଖର ଧାୱନ ଦ୍ବିତୀୟ ଭାରତୀୟ ଓପନିଂ ଯୋଡି ଭାବେ ଦିନିକିଆ କ୍ରିକେଟରେ 5000 ଭାଗିଦାରୀ ରନ ପୂରଣ କରିଛନ୍ତି । ଅଧିକ ପଢନ୍ତୁ...

Ind vs Eng: Rohit, Shikhar complete 5000 partnership runs in ODI cricket
ଦିନିକିଆରେ 5000 ପାର୍ଟନରସିପ୍‌ ରନ: ସଚିନ-ସୌରଭଙ୍କ ପରେ ଧାୱନ-ରୋହିତ

ପୁନେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଦିନିକିଆ ସିରିଜର ନିର୍ଣ୍ଣାୟକ ମୁକାବିଲା ଜାରି ରହିଛି । ପୁଣି ଥରେ କ୍ୟାପଟେନ ବିରାଟ କାେହଲି ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରୁଛି ଭାରତ । ଓପନର ରୋହିତ ଶର୍ମା ଓ ଶିଖର ଧାୱନ ଦ୍ବିତୀୟ ଭାରତୀୟ ଓପନିଂ ଯୋଡି ଭାବେ ଦିନିକିଆ କ୍ରିକେଟରେ 5000 ଭାଗିଦାରୀ ରନ ପୂରଣ କରିଛନ୍ତି ।

ରୋହିତ ଓ ଧାୱନ ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚରେ ଏହି ମାଇଲଷ୍ଟୋନ ହାସଲ କରିଛନ୍ତି । ଏହି କିର୍ତ୍ତୀମାନ ହାସଲ କରିବାରେ ପ୍ରଥମ ଭାରତୀୟ ଓପନିଂ ଯୋଡି ରହିଛନ୍ତି ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲି ।

ରୋହିତ ଓ ଧାୱନ 500 ଭାଗିଦାରୀ ରନ ପୂରଣ କରିଥିବା ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ ଟ୍ବିଟ କରିଛି ।

ରୋହିତ ଓ ଧାୱନ ସିରିଜ ନିର୍ଣ୍ଣାୟକ ମ୍ୟାଚରେ ଦମଦାର ଆରମ୍ଭ କରିଥିଲେ । ଭାରତର ସ୍କୋର ମାତ୍ର 14 ଓଭରରେ 100 ରନ ପାର କରାଇଥିଲେ । ତେବେ ରସିଦ ଖାନ 15ତମ ଓଭରରେ ରୋହିତଙ୍କୁ ଆଉଟ କରି ଏହି ଭାଗିଦାରୀକୁ ଭାଙ୍ଗିଥିଲେ । ଫଳରେ 15 ଓଭର ସୁଦ୍ଧା ଭାରତର ସ୍କୋର 110/1 ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.