ETV Bharat / sports

ଇଂଲଣ୍ଡ ବିପକ୍ଷ ଟି-20 ସିରିଜରେ ଭାରତର ରେକର୍ଡ

author img

By

Published : Mar 21, 2021, 7:49 PM IST

ଗୋଟିଏ ସିରିଜ ଅନେକ ରେକର୍ଡ । ଇଂଲଣ୍ଡ ବିପକ୍ଷ 5ମ ଟି-20କୁ 36 ରନରେ ଜିତିବା ପରେ ଏକାଧିକ ବିରଳ ରେକର୍ଡ ହୋଇଛି । ଅଧିକ ପଢନ୍ତୁ...

IND vs ENG: Records galore as India clinch five-match T20I series
ଇଂଲଣ୍ଡ ବିପକ୍ଷ ଟି20 ସିରିଜରେ ଭାରତର ରେକର୍ଡ

ଅହମ୍ମଦାବାଦ: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ 5ମ ଟି20କୁ 36 ରନରେ ଜିତିବା ସହ ଟି20 ସିରିଜକୁ ଭାରତ 3-2ରେ ବିଜୟୀ ହୋଇଛି ଭାରତ । ଏହା ଭାରତର ଷଷ୍ଠ ସଫଳ ଟି20 ସିରିଜ ବିଜୟ ।

5 ମ୍ୟାଚ ବିଶିଷ୍ଟ ଏହି ଟି20 ସିରିଜରେ ଅନେକ ରେକର୍ଡ ଭଙ୍ଗ ହୋଇଛି ଓ ନୂତନ ରେକର୍ଡ ପୁରୁଣାର ସ୍ଥାନ ନେଇଛି ।

IND vs ENG: Records galore as India clinch five-match T20I series
ବିରାଟ କୋହଲି

ତେବେ ନଜର ପକାନ୍ତୁ ସଦ୍ୟ ସମାପ୍ତ ହୋଇଥିବା ଟି20 ସିରିଜରେ କିଛି ଆକର୍ଷଣୀୟ ରେକର୍ଡ ଉପରେ...

1. କ୍ରିକେଟର ଛୋଟ ଫର୍ମାଟରେ ଏହା ଭାରତର କ୍ରମାଗତ ଷଷ୍ଠ ସିରିଜ ବିଜୟ ।

2. 5 ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ବିପକ୍ଷରେ ଭାରତୀୟ ଟିମ 16 ଜଣ ଖେଳାଳିଙ୍କ ବ୍ୟବହାର କରିଛି । ଏହି ସଂଖ୍ୟା ଟି20 କ୍ରିକେଟରେ ଭାରତୀୟ ଟିମରେ ସର୍ବାଧିକ ।

3. ରୋହିତ ଶର୍ମା ଟି20 କ୍ରିକେଟରେ ଦ୍ବିତୀୟ ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ । ଇଂଲଣ୍ଡ ବିପକ୍ଷ ଶେଷ ଟି20 ମ୍ୟାଚରେ 64 ରନର ଇଂନିସ ଖେଳିଥିଲେ ରୋହିତ ।

ଅନ୍ତର୍ଜାତୀୟ ଟି20ରେ ସର୍ବାଧିକ ରନ:

  • ବିରାଟ କୋହଲି (3159)
  • ରୋହିତ ଶର୍ମା (2864)
  • ମାର୍ଟିନ ଗୁପ୍ଟିଲ (2839)

ଟି20 କ୍ରିକେଟରେ ଗୋଟିଏ ଇଂନିସରେ 5ରୁ ଅଧିକ ଛକା ଲଗାଇଥିବା ଖେଳାଳି:

  • ରୋହିତ ଶର୍ମା (ଭାରତ): 10
  • କ୍ରିସ ଗେଲ୍‌ (ୱେଷ୍ଟଇଣ୍ଡିଜ): 9
  • କଲିନ ମନ୍ରୋ(ନ୍ୟୁଜିଲାଣ୍ଡ): 9

ରୋହିତ ଶର୍ମା 64 ରନର ଇଂନିସରେ 5ଟି ଆକର୍ଷଣୀୟ ଛକା ଲଗାଇଥିଲେ । ତେବେ 10ମ ଥର ପାଇଁ ରୋହିତ ଗୋଟିଏ ଇଂନିସରେ 5 କିମ୍ବା ଅଧିକ ଛକା ଲଗାଇଛନ୍ତି ।

କ୍ୟାପଟେନ ଭାବେ ଟି20 କ୍ରିକେଟରେ ସର୍ବାଧିକ ରନ

  • ବିରାଟ କୋହଲି (ଭାରତ): 1502
  • ଆରୋନ ଫିଞ୍ଚ(ଅଷ୍ଟ୍ରେଲିଆ): 1462
  • କେନ ୱିଲିୟମସନ(ନ୍ୟୁଜିଲାଣ୍ଡ): 1383

ବିରାଟ କୋହଲି କ୍ୟାପଟେନ ଭାବେ ଟି20 କ୍ରିକେଟରେ ସର୍ବାଧିକ ରନ କରିଛନ୍ତି । ବର୍ଷ 2017ରେ ଭାରତୀୟ ଟିମର କ୍ୟାପଟେନ ସାଜିଥିଲେ ରୋହିତ । ଏଯାବତ 45ଟି ମ୍ୟାଚରୁ 48.45 ହାରରେ 1502 ରନ୍‌ ସଂଗ୍ରହ କରିଛନ୍ତି ।

ଅନ୍ତର୍ଜାତୀୟ ଟି20ରେ ସର୍ବାଦିକ ଥର 80ରୁ ଅଧିକ ରନ

  • ରୋହିତ ଶର୍ମା : 9
  • ବିରାଟ କୋହଲି: 7
  • କ୍ରିସ ଗେଲ୍‌/ ମାର୍ଟିନ ଗୁପ୍ଟିଲ: 6

5ମ ଟି20ରେ କୋହଲି 52 ବଲ୍‌ରୁ ଅପରାଜିତ 80 ରନର ଇଂନିସ ଖେଳିଥିଲେ । ସପ୍ତମ ଥର ଟି20ରେ କୋହଲି 80ରୁ ଅଧିକ ରନ କରିଛନ୍ତି ।

ଅନ୍ତର୍ଜାତୀୟ ଟି20ରେ 1000 ରନ ପୂରଣରେ ଦ୍ରୁତତମ ବ୍ୟାଟ୍ସମ୍ୟାନ

  • ଡେୱିଡ ମଲାନ: 24 ଇଂନିସ
  • ବିରାଟ କୋହଲି: 26 ଇଂନିସ
  • ବାବାର ଆଜମ: 27 ଇଂନିସ

ଭାରତ ବିପକ୍ଷ 5ମ ଟି20ରେ ଡେୱିଡ ମଲାନ 1000 ଟି20 ରନ ପୂରଣ କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ ହେବାର ରେକର୍ଡ କରିଛନ୍ତି ।

ଗୋଟିଏ ଟି20 ସିରିଜରେ ସର୍ବାଧିକ ରନ ରେକର୍ଡ

  • ବିରାଟ କୋହଲି ବନାମ ଇଂଲଣ୍ଡ(5 ଇଂନିସ) 231 ରନ, 2021
  • କେଏଲ ରାହୁଲ ବନାମ ନ୍ୟୁଜିଲାଣ୍ଡ(5 ଇଂନିସ) 224 ରନ, 2020
  • କଲିନ ମନ୍ରୋ ବନାମ ୱେଷ୍ଟଇଣ୍ଡିଜ (3 ଇଂନିସ) 223 ରନ, 2018
  • ହାମିଲଟନ ମସାକାଜଡା ବନାମ ବାଂଲାଦେଶ (4 ଇଂନିସ) 224 ରନ, 2016

ଭାରତୀୟ କ୍ୟାପଟେନ ବିରାଟ କୋହଲି 5ଟି ମ୍ୟାଚରୁ 231 ରନ ସଂଗ୍ରହ କରିଛନ୍ତି । କୋହଲିଙ୍କ ଠାରୁ କୌଣସି ଖେଳାଳି ଗୋଟିଏ ଟି20 ସିରିଜରେ ଅଧିକ ରନ କରିନାହାନ୍ତି ।

ବିରାଟ ମଧ୍ୟ ବିଶ୍ବର ପ୍ରଥମ କ୍ୟାପଟେନ ଭାବେ ଗୋଟିଏ ଟି20 ସିରିଜରେ 200ରୁ ଅଧିକ ସ୍କୋର କରିଛନ୍ତି ।

ଏସିଆରେ ସର୍ବାଧିକ ଅନ୍ତର୍ଜାତୀୟ ରନ୍‌

  • 21741 - ସଚିନ ତେନ୍ଦୁଲକର
  • 18423 - କୁମାର ସାଙ୍ଗାକାରା
  • 17386 - ମାହେଲା ଜୟବର୍ଦ୍ଧନେ
  • 13757 - ରାହୁଲ ଦ୍ରାବିଡ
  • 13000 - ବିରାଟ କୋହଲି

ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ଏସିଆରେ 13000 ରନ ପୂରଣ କରିଛନ୍ତି । ଷଷ୍ଠ ଖେଳାଳି ଭାବେ ଏହି ମାଇଲଷ୍ଟୋନକୁ ଅତିକ୍ରମ କରିଛନ୍ତି କୋହଲି ।

ସର୍ବାଧିକ ଥର କ୍ରମାଗତ ଟି20 ସିରିଜ ବିଜୟ

ଭାରତ 3-2ରେ ଇଂଲଣ୍ଡ ବିପକ୍ଷ ଟି20 ସିରିଜରେ ବିଜୟୀ ହୋଇଛି । ଏହା ଟିମ ଇଣ୍ଡିଆର ଷଷ୍ଠ କ୍ରମାଗତ ସଫଳତମ ସିରିଜ ବିଜୟ । ଏହି ବିଜୟ ଧାରା 2019/20ରୁ ଆରମ୍ଭ ହୋଇଥିଲା । 3 ମ୍ୟାଚ ବିଶିଷ୍ଟ ଘରୋଇ ସିରିଜରେ ବାଂଲାଦେଶକୁ 2-1, ପରେ ୱେଷ୍ଟଇଣ୍ଡିଜକୁ 2-1, ଶ୍ରୀଲଙ୍କାକୁ 2-0ରେ ହରାଇଥିଲା ଭାରତ । ପରେ 2020 ଜାନୁଆରୀ-ଫେବ୍ରୁଆରୀରେ 5-0ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଜିତିଥିଲା ଭାରତ । ପରେ ଅଷ୍ଟ୍ରଲିଆକୁ 2-1ରେ ହରାଇବା ପରେ ଘରୋଇ ମାଟିରେ ଇଂଲଣ୍ଡକୁ ହରାଇଛି ।

ବର୍ଷ 2019 ଠାରୁ ଅନ୍ତର୍ଜାତୀୟ ଟି20ରେ ସବୁଠୁ ସଫଳତମ ଦଳ ହେଉଛି ଭାରତ ।

ପୂର୍ବରୁ ପାକିସ୍ତାନ ନାମରେ ସର୍ବାଧିକ 11 କ୍ରମାଗତ ସିରିଜ ବିଜୟର ରେକର୍ଡ ରହିଛି । 2017-18 ସିଜିନରେ 7ଟି ସିରିଜ ବିଜୟ ସହ ଭାରତ ଏହି ତାଲିକାରେ ଦ୍ବିତୀୟରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.