ETV Bharat / sports

ଅମ୍ପାୟାରଙ୍କ ପ୍ରତି ଅନୁଚିତ୍‌ ଆଚରଣ ପରେ ଟିମ ପେନ ଦଣ୍ଡିତ

ଅମ୍ପାୟରଙ୍କୁ ଅନୁଚିତ ବ୍ୟବହାର ପାଇଁ ଅଷ୍ଟ୍ରେଲିଆ କ୍ୟାପଟେନ ଟିମ ପେନ ଦଣ୍ଡିତ । ଅଧିକ ପଢନ୍ତୁ...

Ind vs Aus: Paine fined for breaching ICC Code of Conduct
ଅମ୍ପାୟାରଙ୍କ ପ୍ରତି ଅନୁଚିତ ଆଚରଣ ପରେ ଟିମ ପେନ ଦଣ୍ଡିତ
author img

By

Published : Jan 11, 2021, 6:37 AM IST

ସିଡନୀ: ଅମ୍ପାୟରଙ୍କୁ ଅନୁଚିତ ବ୍ୟବହାର ପାଇଁ ଅଷ୍ଟ୍ରେଲିଆ କ୍ୟାପଟେନ ଟିମ ପେନ ଦଣ୍ଡିତ । ପେନଙ୍କ ମ୍ୟାଚ ଫିର 15 ପ୍ରତିଶତ ଜୋରିମାନା ଆକାରରେ କାଟିଛି ଆଇସିସି । ଭାରତ ବିପକ୍ଷ ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲୀୟ କ୍ୟାପଟେନ ଆଦର୍ଶ ଆଚରଣ ବିଧି ଲେଭଲ 2ର ନିୟମର ଉଲ୍ଲଙ୍ଘନ କରିଥିବା ଆଇସିସି ପକ୍ଷରୁ କୁହାଯାଇଛି ।

ପେନ ଆଇସିସିର ଆଦର୍ଶ ଆଚରଣ ବିଧିର 2.8 ଧାରାର ନିୟମର ଉଲ୍ଲଙ୍ଘନ କରିଛନ୍ତି । ଅନ୍ତର୍ଜାତୀୟ ମ୍ୟାଚରେ ଅମ୍ପାୟରଙ୍କ ନିଷ୍ପତ୍ତି ନାଖୁସ ଜାହିର କରିବା ସହ ଅନୁଚିତ ବ୍ୟବହାର ପାଇଁ ଏହି ଧାରା ରହିଛି ।

ଏଥିସହ ଗୋଟିଏ ଡିମେରିଟ ପଏଣ୍ଟ ପେନଙ୍କ ଶୃଙ୍ଖଳା ରୋକର୍ଡରେ ଯୋଡି ହୋଇଛି । 24ମାସର ସମୟରେ ଏହା ପେନଙ୍କ ପ୍ରଥମ ଅପରାଧ ବୋଲି କୁହାଯାଇଛି ।

ଚେତେଶ୍ବର ପୂଜାରାଙ୍କୁ ବିପକ୍ଷରେ ଏକ ଆଉଟ ପାଇଁ ଅପିଲ କରିବା ପରେ ଅମ୍ପାୟର ସହମତି ପ୍ରକାଶ କରିନଥିଲେ । ପରେ ପେନ ଏଥିରେ ଅମ୍ପାୟରଙ୍କ ପ୍ରତି ନାଖୁସ ଜାହିର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.