ETV Bharat / sports

ଭାରତ ବନାମ ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆ ସ୍କ୍ବାଡରେ ମାର୍କସ ହାରିସ - ପ୍ରଥମ ଟେଷ୍ଟରେ ଡେଭିଡ ୱାର୍ଣ୍ଣର

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ସ୍କ୍ବାଡରେ ମାର୍କସ ହାରିସ ସାମିଲ । ଅଧିକ ପଢନ୍ତୁ...

Ind vs Aus: Marcus Harris joins squad for pink-ball Test
ଭାରତ ବନାମ ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆ ସ୍କ୍ବାଡରେ ମାର୍କସ ହାରିସ
author img

By

Published : Dec 12, 2020, 4:23 PM IST

ଆଡିଲେଡ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ବହୁ ପ୍ରତିକ୍ଷିତ ବର୍ଡର ଗାଭାସ୍କର ଟ୍ରଫି ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ସିରିଜର ପ୍ରଥମ ଟେଷ୍ଟ ଆଡିଲେଡରେ ଦିବାରାତ୍ର ମ୍ୟାଚ ହେବ । ଏହି ମ୍ୟାଚ ପାଇଁ ଅଷ୍ଟ୍ରେଲିଆ ସ୍କ୍ବାଡରେ ମାର୍କସ ହାରିସ ସାମିଲ ହୋଇଛନ୍ତି । ଏନେଇ ଶନିବାର ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ(ସିଏ) ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ପ୍ରଥମ ଟେଷ୍ଟରେ ଡେଭିଡ ୱାର୍ଣ୍ଣର ଓ ୱିଲ ପୁକୋଭସ୍କି ଚୟନ ପାଇଁ ଉପଲବ୍ଧ ନଥିବାରୁ ହାରିସଙ୍କ ସ୍ଥାନ ପକ୍କା ହୋଇଛି ।

ସିଡନିରେ ଖେଳାଯାଇଥିବା ଭାରତ ବିପକ୍ଷ ଦ୍ବିତୀୟ ଦିନିକିଆରେ ଫିଲ୍ଡିଂ ସମୟରେ ଆହତ ହୋଇଥିଲେ ୱାର୍ଣ୍ଣର । ଅନ୍ୟପଟେ ପୁକୋଭସ୍କି ଅଭ୍ୟାସ ମ୍ୟାଚରେ ଆହତ ହୋଇଥିଲେ । ଉଭୟ ବ୍ୟାଟ୍ସମ୍ୟାନ ବକ୍ସିଂ ଡେ ଟେଷ୍ଟରେ ଟିମକୁ ଫେରିବାକୁ ଲକ୍ଷ୍ୟ ରଖିଛନ୍ତି । ଏନେଇ ଅଷ୍ଟ୍ରେଲିଆର ଜାତୀୟ ଚୟନକର୍ତ୍ତା ଟ୍ରେଭର ହର୍ଣ୍ଣସ ଏକ ଅଫିସିଆଲ ଘୋଷଣାନାମାରେ ସୂଚନା ଦେଇଛନ୍ତି ।

ହାରିସ ଗତ ବର୍ଷ ଇଂଲଣ୍ଡ ବିପକ୍ଷ ଆସେସ ସିରିଜରେ ଅଷ୍ଟ୍ରେଲିଆ ସ୍କ୍ବାଡର ପ୍ରମୁଖ ସଦସ୍ୟ ଥିଲେ । ଡିସେମ୍ବର 17ରେ ଆଡିଲେଡରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.