ସିଡନୀ: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଦଳର ପିଛା ଛାଡୁନି ଆହତ ସମସ୍ୟା । ଶନିବାର ସିନିୟର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ବ୍ୟାଟିଂ କରୁଥିବା ସମୟରେ ବାମହାତର ଆଙ୍ଗୁଠିରେ ଆଘାତ ଓ ପରେ ସ୍କାନରେ ଆଙ୍ଗୁଠି ଭାଙ୍ଗିଥିବା ଜଣାପଡିଛି । ଫଳରେ ବ୍ରିସବେନରେ ଜାନୁଆରୀ 15ରୁ ଖେଳାଯିବାକୁ ଥିବା ସିରିଜର ଶେଷ ଟେଷ୍ଟରୁ ବାଦ ପଡିପାରନ୍ତି ଜାଡେଜା ।
-
Rishabh Pant was hit on the left elbow while batting in the second session on Saturday. He has been taken for scans. #AUSvIND pic.twitter.com/NrUPgjAp2c
— BCCI (@BCCI) January 9, 2021 " class="align-text-top noRightClick twitterSection" data="
">Rishabh Pant was hit on the left elbow while batting in the second session on Saturday. He has been taken for scans. #AUSvIND pic.twitter.com/NrUPgjAp2c
— BCCI (@BCCI) January 9, 2021Rishabh Pant was hit on the left elbow while batting in the second session on Saturday. He has been taken for scans. #AUSvIND pic.twitter.com/NrUPgjAp2c
— BCCI (@BCCI) January 9, 2021
ତେବେ ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ନେଇ କିଛି ଆଶ୍ବସ୍ଥିକର ଖବର ମିଳିଛି । ପନ୍ତଙ୍କ କହୁଣୀରେ ଲାଗିଥିବା ଆଘାତ ଅଧିକ ଚିନ୍ତାଜନକ ନଥିବା ଜଣାପଡିଛି । ଫଳରେ ସମ୍ଭବତଃ ଦ୍ବିତୀୟ ଇଂନିସରେ ବ୍ୟାଟିଂବେଳେ ଫେରିପାରନ୍ତି ପନ୍ତ ।
-
UPDATE - Ravindra Jadeja suffered a blow to his left thumb while batting. He has been taken for scans.#AUSvIND pic.twitter.com/DOG8SBXPue
— BCCI (@BCCI) January 9, 2021 " class="align-text-top noRightClick twitterSection" data="
">UPDATE - Ravindra Jadeja suffered a blow to his left thumb while batting. He has been taken for scans.#AUSvIND pic.twitter.com/DOG8SBXPue
— BCCI (@BCCI) January 9, 2021UPDATE - Ravindra Jadeja suffered a blow to his left thumb while batting. He has been taken for scans.#AUSvIND pic.twitter.com/DOG8SBXPue
— BCCI (@BCCI) January 9, 2021
ସିଡନୀ ଟେଷ୍ଟର ତୃତୀୟ ଦିନରେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲରଙ୍କ ଦ୍ବାରା ସର୍ଟବଲ ଆକ୍ରମଣ କରାଯାଇଥିଲା । ଫଳରେ ଉଭୟ ପନ୍ତ ଓ ଜାଡେଜା ଆହତ ହୋଇଥିଲେ ।
ସିଡନୀ ଟେଷ୍ଟ ପୂର୍ବରୁ ଭାରତ, ଇଶାନ୍ତ ଶର୍ମା(ସିରିଜ ଆରମ୍ଭ ପୂର୍ବରୁ), ମହମ୍ମଦ ସାମି, ଉମେଶ ଯାଦବ, କେଏଲ ରାହୁଲଙ୍କୁ ଆହତ ଯୋଗୁଁ ହରାଇଛି । ବିରାଟ କୋହଲି ପିତୃତ୍ବ ଅବକାଶ ଛୁଟିରେ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ